ଗୋଚର ଜମିରେ ବେଆଇନ ନିର୍ମାଣ

ଯାଜପୁର,୨୯ା୭(ହର୍ଷବର୍ଦ୍ଧନ ବେହେରା): ସରକାରୀ ଜମି ଥିବା ସତ୍ତ୍ୱେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ପକ୍ଷରୁ ଗୋଚର ଜମିରେ ଗଛ କାଟି ବେଆଇନ ଭାବେ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏଭଳି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ କ୍ଷୀରୋ ଗ୍ରାମବାସୀ। ଯାଜପୁର ଜିଲାପାଳ ଏବଂ ବ୍ୟାସନଗର ତହସିଲଦାର ଏହି ଅଭିଯୋଗ ଉପରେ କର୍ଣ୍ଣପାତ ନ କରିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଶ୍ୟାମସୁନ୍ଦର ବନ୍ଥ, ନୀଳମଣି ନାଏକ, ରାଧାକାନ୍ତ ବେହେରା, ଭାସ୍କର ଚନ୍ଦ୍ର ବେହେରା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଏହାପରେ ହାଇକୋର୍ଟ ଅଭିଯୋଗର ଗୁରୁତ୍ୱକୁ ଉପଲବ୍ଧି କରି ଡବ୍ଲ୍ୟୁପିସି ୨୧୨୫୨/୨୦୨୩ରେ ଏକ ମାମଲା ରୁଜୁକରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ, ଯାଜପୁର ଜିଲାପାଳ, ବ୍ୟାସନଗର ତହସିଲଦାର ଏବଂ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୧୦ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି।
କ୍ଷୀରୋ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏଠାରେ ପ୍ରାୟ ୬୦ ଭାଗ ଅନୁସୂଚିତ ଜାତି ଓ ଜନଜାତି ଲୋକ ବାସ କରନ୍ତି। ଚାଷ ଓ ପଶୁ ପାଳନ ସେମାନଙ୍କ ମୁଖ୍ୟ ଜୀବିକା। ଗ୍ରାମରେ ପ୍ରାୟ ୨ ହଜାର ଗାଈ, ଛେଳି, ମେଣ୍ଢା ଆଦି ଗୃହପାଳିତ ପ୍ରାଣୀ ଅଛନ୍ତି। ଗତ କିଛି ଦିନ ହେବ କେତେଜଣ ବ୍ୟକ୍ତିଙ୍କ ଦ୍ୱାରା ଗ୍ରାମର ଗୋଚର ଜମି ଖାତା ନମ୍ବର ୩୪୧, ପ୍ଲଟ ନମ୍ବର ୫୦୦, ରକବା ଏ ୧୨.୫୮ ଡେସିମିଲରେ ଜେସିବି ମେଶିନ ଲଗାଇ ସମତୁଲ କରାଯାଇଛି। ସେଠାରୁ ମାଟି ଉଠାଇ ବାହାର ବିକ୍ରି କରିବା ସହିତ ଶତାଧିକ ଛୋଟବଡ଼ ଗଛକୁ କାଟି ଦିଆଯାଇଛି। ଫଳରେ ଗ୍ରାମର ଗୃହପାଳିତ ପ୍ରାଣୀଙ୍କ ଚାରଣ ଭୂମି ନଷ୍ଟ ହେଉଛି। ଖରା ବେଳେ ଆଶ୍ରୟ ନେବାକୁ ଗଛ ନାହିଁ। ଯଦି ତାହା ସରକାରୀ ପ୍ରକଳ୍ପ ତେବେ ସୂଚନା ଫଳକ ଲଗାଇ ପୂର୍ବରୁ ଆଇନ ଅନୁସାରେ ପଲ୍ଲିସଭା ହେବା କଥା। ତେଣୁ ଉପଯୁକ୍ତ ତଦନ୍ତ କରି ଗୋଚର ଜମି ଏବଂ ଗଛଗୁଡ଼ିକୁ ସୁରକ୍ଷା ଦେବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ତେବେ ଏହି ଅନୁରୋଧକୁ କେହି ନ ଶୁଣିବା ପରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ହାଇକୋର୍ଟରେ ଦାଖଲ କରିଥିବା ଅଭିଯୋଗରେ ଆହୁରି ଦର୍ଶାଇଛନ୍ତି ଯେ, ଉକ୍ତ ଜମିଠାରୁ ୫୦୦ ମିଟର ଦୂରରେ ଅନ୍ୟ ସରକାରୀ ଜମି ରହିଛି। ହେଲେ ସେହି ଜମିକୁ ଚିହ୍ନଟ ନ କରି ଗୋଚର ଜମିରେ ଥିବା ପ୍ରାୟ ୧୦୦ ଗଛ କାଟି ସଫା କରି ଦିଆଯାଇଛି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଅଧୀକ୍ଷଣ ଯନ୍ତ୍ରୀ ବ୍ୟାସନଗର ତହସିଲଦାରଙ୍କୁ ଇନ୍‌ଟେକ୍‌ ୱେଲ୍‌ ଖନନ କରିବାକୁ ମାଗିଥିବା ଅନୁମତି ପତ୍ରରେ ଜଣାପଡିଛି ଯେ, ସେଠାରେ କୋରେଇ ବ୍ଲକର ୧୫୮ ଗ୍ରାମବାସୀଙ୍କ ପାଇଁ ଏକ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେଉଛି।
ପୂର୍ବରୁ ଧର୍ମଶାଳା ତହସିଲ ଅନ୍ତର୍ଗତ ବାଟିଜଙ୍ଗା, ନାନପୁର ଓ ଜୋଗରଡା ମୌଜାର ଗୋଚର ଜମିକୁ ଅଣଗୋଚର କିସମ ଜମିରେ ପରିବର୍ତ୍ତନ କରିବାକୁ ବ୍ୟାପକ ଜାଲିଆତି ଅଭିଯୋଗ ହୋଇଥିଲା। ସର୍ବସାଧାରଣ ନୋଟିସରେ କେତେଜଣ ସ୍ଥାନୀୟ ଲୋକଙ୍କ ସମେତ ଥାନୁଆଲ ଓ ଆରୁହା ଗ୍ରାମପଞ୍ଚାୟତର ଦୁଇ ସରପଞ୍ଚଙ୍କ ଜାଲ୍‌ ଦସ୍ତଖତ କରି ଗୋଚର ଜମିକୁ ଉନ୍ନତ ଯୋଜନା ଯୋଗ୍ୟ କରାଯାଇଥିଲା। ପରବର୍ତ୍ତୀ ସମୟରେ ଜଣେ ପ୍ରଭାବଶାଳୀ ନେତାଙ୍କ ସହଯୋଗରେ ଏହି ଅଭିଯୋଗକୁ କଳେବଳେ କୌଶଳେ ଦବେଇ ଦିଆଯାଇଥିଲା। ଯାଜପୁର ଜିଲାର ଜନସଂଖ୍ୟା ବଢ଼ିବା ସାଙ୍ଗକୁ ଶିଳ୍ପାଞ୍ଚଳ ଧର୍ମଶାଳା ଓ ବ୍ୟାସନଗରର କଳେବର ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କ ଘର ପାଇଁ ଜମିର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସହର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଜମିର ଗୁରୁତ୍ୱ ବଢ଼ିଛି। ସରକାରୀ ଜମି ଓ ଜଳାଶୟଗୁଡ଼ିକୁ ପୋତି ବେଆଇନ କବ୍‌ଜା ମଧ୍ୟ କରି ଗଲେଣି। ତହସିଲ ପ୍ରଶାସନ କେବଳ ଜବରଦଖଲ ମାମଲା ରୁଜୁକରି ଚୁପ ହୋଇ ବସିଯାଉଥିବା ଅଭିଯୋଗ ହେଉଛି। ଏଣୁ ସମଗ୍ର ଜିଲାର ଗୋଚର ଜମି ଶୂନ୍ୟ ହେବାକୁ ବସିଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri