କଳିଙ୍ଗନଗରରେ ବେଆଇନ ଚିପ୍ସ ୟାର୍ଡ

ଯାଜପୁର ଅଫିସ,୧୧।୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଶାସନ ନିକଟସ୍ଥ ଦିଗାମ୍ବରପୁର ଛକଠାରେ ପ୍ରାୟ ୧୦ ଏକର ଜମିରେ ବିପୁଳ ପରିମାଣର ବେଆଇନ ଚିପ୍ସ ପାହାଡ଼ ଭଳି ଗଦା ହୋଇଛି। ଲୋକାୟୁକ୍ତରେ ମାମଲା ରୁଜୁ ହେବାପରେ ଗତ ଜୁଲାଇ ମାସରେ ବିଛାଖଣ୍ଡି ଓ ଏହାର ଆଖପାଖ ଅଞ୍ଚଳରୁ ରାତି ଅଧିଆ ଉପରୋକ୍ତ ଚିପ୍ସ ସ୍ଥାନାନ୍ତର କରାଯାଇ ବେଆଇନ ଭାବେ ଦିଗାମ୍ବରପୁର ଛକଠାରେ ୟାର୍ଡ କରାଯାଇଛି। ତେବେ ଏଠାରୁ ନକଲି ଟିପି (ଟ୍ରାନ୍‌ଜିଟ ପାସ୍‌) ତିଆରି କରି ସାଇରାମ ଟ୍ରାନ୍ସପୋର୍ଟ ଯୋଗେ କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାର ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥାକୁ ସେହି ଚିପ୍ସ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ତେବେ ବିଛାଖଣ୍ଡି ମାମଲାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ତଦନ୍ତ ଚାଲିଥିବାରୁ ଉକ୍ତ ୟାର୍ଡ ଉପରେ ମଧ୍ୟ ଭିଜିଲାନ୍ସ ଚଢାଉ କରିବାକୁ ଅଭିଯୋଗକାରୀ ସର୍ବେଶ୍ୱର ବେହୁରା ଦାବି କରିଛନ୍ତି।
ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ, ରାହାଡ଼ପୁର, କୁସୁନପୁର, ବିଛାଖଣ୍ଡି, ବାଜବାଟି, ଚଢ଼େଇଧରା ପ୍ରଭୃତି ପାହାଡ଼ ପାଦଦେଶରେ ଏବେ ବି ଶତାଧିକ ବେଆଇନ କ୍ରସର ଗଢି ଉଠିଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ସିଲ୍‌ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ସେହିସବୁ ପଦକ୍ଷେପ କେବଳ ସ୍ଥାନ ଓ ମାଲିକ ଚିହ୍ନଟ କରି ବଟି ଆଦାୟ କରିବାକୁ ଉର୍ଦ୍ଦିଷ୍ଟ ଥିଲା ବୋଲି ଏବେ ସବୁଠି ଚର୍ଚ୍ଚା ହେଉଛି। ଏହି କାରଣରୁ କ୍ଲଷ୍ଟର ୟୁନିଟ୍‌କୁ ମଧ୍ୟ ଜିଲା ପ୍ରଶାସନ ଜାଣିଶୁଣି ବିଭିନ୍ନ ଆଳ କରି ସମୟ ଗଡ଼ାଇ ଚାଲିଛନ୍ତି। ଏହାର ସୁଯୋଗରେ ବ୍ୟବସାୟୀମାନେ ବେଆଇନ କଳାପଥର ଖାଦାନ ସାଙ୍ଗକୁ କ୍ରସର ସ୍ଥାପନ କରି ସରକାରଙ୍କ ବିପୁଳ ରାଜସ୍ବ ଅର୍ଥକୁ ଶ୍ରାଦ୍ଧ କରି ଚାଲିଛନ୍ତି। ଏନେଇ ଗଣମାଧ୍ୟମରେ ନିୟମିତ ଖବର ପ୍ରକାଶ ପାଉଥିବାରୁ ସରକାର କେତେକାଂଶରେ ବଦନାମ ମଧ୍ୟ ହେଉଛନ୍ତି। କିନ୍ତୁ ସରକାରଙ୍କ ବଦନାମକୁ ଭ୍ରୁକ୍ଷେପ ନ କରି ନିଜର ସମ୍ପତ୍ତି ଠୁଳ କରିବା ନୀତିରେ ଲାଗିଛନ୍ତି ବୋଲି ମତ ପ୍ରକାଶ ପାଇଛି। ଲୋକାୟୁକ୍ତ ମାମଲାକୁ ଭୟ କରି ଗତ ୩ ମାସ ହେଲା ବିଛାଖଣ୍ଡି ପାହାଡ଼ରେ କ୍ରସର କାମ ବନ୍ଦ ହୋଇଥିଲାବେଳେ ଗତ ୩ ରୁ ୪ ଦିନ ତଳେ ପୁଣି ଏକ ନୂତନ କ୍ରସର ସ୍ଥାପନ ହୋଇଥିବା ସୂଚନା ମିଳିଛି। ଏହିସବୁ ବେଆଇନ କ୍ରସରରୁ ଦୈନିକ ହାଇୱା ଗାଡ଼ିରେ ଓଭରଲୋଡିଂ କରି ଶତାଧିକ ଟ୍ରିପ୍‌ ଚିପ୍ସ ଦିଗାମ୍ବରପୁର ଛକ ୟାର୍ଡକୁ ସ୍ଥାନାନ୍ତର କରାଯାଉଛି। ଏହି ୟାର୍ଡକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ପରିଚାଳନା କରୁଥିବାରୁ ଜିଲା ପ୍ରଶାସନ ହାତ ମାରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଏହି ବେଆଇନ କାର୍ଯ୍ୟରେ ଜେନାପୁର, ଯଖପୁରା ଓ କଳିଙ୍ଗନଗର ଥାନା ପୋଲିସ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। କାରଖାନା କାର୍ଯ୍ୟରେ ବିକ୍ରୀ ହୋଇଥିବା ଚିପ୍ସ ବାବଦ ଅତୀତର ଟିପିଗୁଡିକୁ ତଦନ୍ତ କରାଗଲେ ସମସ୍ତ ଦୁର୍ନୀତି ପଦାକୁ ଆସି ପାରନ୍ତା ବୋଲି ଦାବି ଉଠିଛି।
ଉଲ୍ଲେଖଯୋଗ୍ୟ, ଗତ ୧୨ା୪ା୨୦୨୧ରେ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ୧୨୦/୨୦୨୧ ନମ୍ବର ମାମଲା ଉପରେ ଶୁଣାଣି କରି ବିଛାଖଣ୍ଡି ପାହାଡ଼ ଏବଂ ଜଙ୍ଗଲ ଜମି ଅଞ୍ଚଳରେ କଳାପଥର ଲୁଟ ସଂକ୍ରାନ୍ତରେ ଭିଜିଲାନ୍ସ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାଥମିକ ଅନୁସନ୍ଧାନର ରିପୋର୍ଟ ୨ ମାସ ମଧ୍ୟରେ ଦାଖଲ କରାଯିବ ବୋଲି ନିର୍ଦ୍ଦେଶ ହୋଇଥିଲା। ତେବେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରି ଗତ ୧୩ା୫ା୨୦୨୧ରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀଙ୍କୁ ବିଛାଖଣ୍ଡି କଳାପଥର ଖାଦାନ ସଂକ୍ରାନ୍ତରେ ସବିଶେଷ ତଥ୍ୟ ମାଗିଥିଲେ। ଏହିକ୍ରମରେ ଆରୁହା ଏବଂ ବିଛାଖଣ୍ଡି ମାମଲା ଉପରେ ବୁଧବାର ଲୋକାୟୁକ୍ତ ନିର୍ଦ୍ଦେଶକ ୭୦ ରୁ ୮୦ ପୃଷ୍ଠାର ରିପୋର୍ଟ ଦାଖଲ କରିଥିବା ସୂଚନା ମିଳିଛି। ଆସନ୍ତା ୨୬ ତାରିଖରେ ଏହି ମାମଲାଦ୍ୱୟ ଉପରେ ଶୁଣାଣି କରିବାକୁ ଲୋକାୟୁକ୍ତଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?