କଳିଙ୍ଗନଗରରେ ବେଆଇନ ଚିପ୍ସ ୟାର୍ଡ

ଯାଜପୁର ଅଫିସ,୧୧।୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଶାସନ ନିକଟସ୍ଥ ଦିଗାମ୍ବରପୁର ଛକଠାରେ ପ୍ରାୟ ୧୦ ଏକର ଜମିରେ ବିପୁଳ ପରିମାଣର ବେଆଇନ ଚିପ୍ସ ପାହାଡ଼ ଭଳି ଗଦା ହୋଇଛି। ଲୋକାୟୁକ୍ତରେ ମାମଲା ରୁଜୁ ହେବାପରେ ଗତ ଜୁଲାଇ ମାସରେ ବିଛାଖଣ୍ଡି ଓ ଏହାର ଆଖପାଖ ଅଞ୍ଚଳରୁ ରାତି ଅଧିଆ ଉପରୋକ୍ତ ଚିପ୍ସ ସ୍ଥାନାନ୍ତର କରାଯାଇ ବେଆଇନ ଭାବେ ଦିଗାମ୍ବରପୁର ଛକଠାରେ ୟାର୍ଡ କରାଯାଇଛି। ତେବେ ଏଠାରୁ ନକଲି ଟିପି (ଟ୍ରାନ୍‌ଜିଟ ପାସ୍‌) ତିଆରି କରି ସାଇରାମ ଟ୍ରାନ୍ସପୋର୍ଟ ଯୋଗେ କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାର ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥାକୁ ସେହି ଚିପ୍ସ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ତେବେ ବିଛାଖଣ୍ଡି ମାମଲାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ତଦନ୍ତ ଚାଲିଥିବାରୁ ଉକ୍ତ ୟାର୍ଡ ଉପରେ ମଧ୍ୟ ଭିଜିଲାନ୍ସ ଚଢାଉ କରିବାକୁ ଅଭିଯୋଗକାରୀ ସର୍ବେଶ୍ୱର ବେହୁରା ଦାବି କରିଛନ୍ତି।
ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ, ରାହାଡ଼ପୁର, କୁସୁନପୁର, ବିଛାଖଣ୍ଡି, ବାଜବାଟି, ଚଢ଼େଇଧରା ପ୍ରଭୃତି ପାହାଡ଼ ପାଦଦେଶରେ ଏବେ ବି ଶତାଧିକ ବେଆଇନ କ୍ରସର ଗଢି ଉଠିଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ସିଲ୍‌ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ସେହିସବୁ ପଦକ୍ଷେପ କେବଳ ସ୍ଥାନ ଓ ମାଲିକ ଚିହ୍ନଟ କରି ବଟି ଆଦାୟ କରିବାକୁ ଉର୍ଦ୍ଦିଷ୍ଟ ଥିଲା ବୋଲି ଏବେ ସବୁଠି ଚର୍ଚ୍ଚା ହେଉଛି। ଏହି କାରଣରୁ କ୍ଲଷ୍ଟର ୟୁନିଟ୍‌କୁ ମଧ୍ୟ ଜିଲା ପ୍ରଶାସନ ଜାଣିଶୁଣି ବିଭିନ୍ନ ଆଳ କରି ସମୟ ଗଡ଼ାଇ ଚାଲିଛନ୍ତି। ଏହାର ସୁଯୋଗରେ ବ୍ୟବସାୟୀମାନେ ବେଆଇନ କଳାପଥର ଖାଦାନ ସାଙ୍ଗକୁ କ୍ରସର ସ୍ଥାପନ କରି ସରକାରଙ୍କ ବିପୁଳ ରାଜସ୍ବ ଅର୍ଥକୁ ଶ୍ରାଦ୍ଧ କରି ଚାଲିଛନ୍ତି। ଏନେଇ ଗଣମାଧ୍ୟମରେ ନିୟମିତ ଖବର ପ୍ରକାଶ ପାଉଥିବାରୁ ସରକାର କେତେକାଂଶରେ ବଦନାମ ମଧ୍ୟ ହେଉଛନ୍ତି। କିନ୍ତୁ ସରକାରଙ୍କ ବଦନାମକୁ ଭ୍ରୁକ୍ଷେପ ନ କରି ନିଜର ସମ୍ପତ୍ତି ଠୁଳ କରିବା ନୀତିରେ ଲାଗିଛନ୍ତି ବୋଲି ମତ ପ୍ରକାଶ ପାଇଛି। ଲୋକାୟୁକ୍ତ ମାମଲାକୁ ଭୟ କରି ଗତ ୩ ମାସ ହେଲା ବିଛାଖଣ୍ଡି ପାହାଡ଼ରେ କ୍ରସର କାମ ବନ୍ଦ ହୋଇଥିଲାବେଳେ ଗତ ୩ ରୁ ୪ ଦିନ ତଳେ ପୁଣି ଏକ ନୂତନ କ୍ରସର ସ୍ଥାପନ ହୋଇଥିବା ସୂଚନା ମିଳିଛି। ଏହିସବୁ ବେଆଇନ କ୍ରସରରୁ ଦୈନିକ ହାଇୱା ଗାଡ଼ିରେ ଓଭରଲୋଡିଂ କରି ଶତାଧିକ ଟ୍ରିପ୍‌ ଚିପ୍ସ ଦିଗାମ୍ବରପୁର ଛକ ୟାର୍ଡକୁ ସ୍ଥାନାନ୍ତର କରାଯାଉଛି। ଏହି ୟାର୍ଡକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ପରିଚାଳନା କରୁଥିବାରୁ ଜିଲା ପ୍ରଶାସନ ହାତ ମାରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଏହି ବେଆଇନ କାର୍ଯ୍ୟରେ ଜେନାପୁର, ଯଖପୁରା ଓ କଳିଙ୍ଗନଗର ଥାନା ପୋଲିସ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। କାରଖାନା କାର୍ଯ୍ୟରେ ବିକ୍ରୀ ହୋଇଥିବା ଚିପ୍ସ ବାବଦ ଅତୀତର ଟିପିଗୁଡିକୁ ତଦନ୍ତ କରାଗଲେ ସମସ୍ତ ଦୁର୍ନୀତି ପଦାକୁ ଆସି ପାରନ୍ତା ବୋଲି ଦାବି ଉଠିଛି।
ଉଲ୍ଲେଖଯୋଗ୍ୟ, ଗତ ୧୨ା୪ା୨୦୨୧ରେ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ୧୨୦/୨୦୨୧ ନମ୍ବର ମାମଲା ଉପରେ ଶୁଣାଣି କରି ବିଛାଖଣ୍ଡି ପାହାଡ଼ ଏବଂ ଜଙ୍ଗଲ ଜମି ଅଞ୍ଚଳରେ କଳାପଥର ଲୁଟ ସଂକ୍ରାନ୍ତରେ ଭିଜିଲାନ୍ସ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାଥମିକ ଅନୁସନ୍ଧାନର ରିପୋର୍ଟ ୨ ମାସ ମଧ୍ୟରେ ଦାଖଲ କରାଯିବ ବୋଲି ନିର୍ଦ୍ଦେଶ ହୋଇଥିଲା। ତେବେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରି ଗତ ୧୩ା୫ା୨୦୨୧ରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀଙ୍କୁ ବିଛାଖଣ୍ଡି କଳାପଥର ଖାଦାନ ସଂକ୍ରାନ୍ତରେ ସବିଶେଷ ତଥ୍ୟ ମାଗିଥିଲେ। ଏହିକ୍ରମରେ ଆରୁହା ଏବଂ ବିଛାଖଣ୍ଡି ମାମଲା ଉପରେ ବୁଧବାର ଲୋକାୟୁକ୍ତ ନିର୍ଦ୍ଦେଶକ ୭୦ ରୁ ୮୦ ପୃଷ୍ଠାର ରିପୋର୍ଟ ଦାଖଲ କରିଥିବା ସୂଚନା ମିଳିଛି। ଆସନ୍ତା ୨୬ ତାରିଖରେ ଏହି ମାମଲାଦ୍ୱୟ ଉପରେ ଶୁଣାଣି କରିବାକୁ ଲୋକାୟୁକ୍ତଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri