ବେଧଡ଼କ ଚାଲିଛି ବେଆଇନ ଚିମିନୀ ଇଟାଭାଟି

କୋରେଇ,୨୫।୪: (ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ପଥରପଦା ମୌଜାରେ ଜଣେ ବ୍ୟକ୍ତି ଦୀର୍ଘବର୍ଷ ହେବ ନିଜର ବେଆଇନ ଚିମିନ ଇଟାଭାଟି ଚଳାଇଛନ୍ତି। ଏନେଇ ସ୍ଥାନୀୟ ଅଧିବାସୀ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ଅଧିକାରୀଙ୍କ ଇଟା ମାଫିଆଙ୍କ ପ୍ରତି ଅହେତୁକ ଅନୁକମ୍ପା ଯୋଗୁ ସମ୍ପୃକ୍ତ ମାଲିକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ପରିବେଶ ପ୍ରଦୂଷିତ ହେବା ସହିତ ଏଥିରୁ ନିଗତ ଧୂଆଁ ଓ ଧୂଳି ଦ୍ୱାର ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡୁଛି।
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ବ୍ୟକ୍ତିଗତ କିଛି ଜମିରେ ଇଟାଭାଟି ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସମ୍ପୃକ୍ତ ଭାଟି ମାଲିକ ବେଆଇନ ଭାବେ ଏକାଧିକ ଏକର ସରକାରୀ ଜମିରେ ଇଟା ପ୍ରସ୍ତୁତ ପାଇଁ ମେଟେରିଆଲ ଠୁଳ କରିଛନ୍ତି। ଇଟା ନିର୍ମାଣ ପାଇଁ କଞ୍ଚା ମାଲ ସ୍ବରୂପ ମାଟି ଓ ବାଲିିକୁ ବୈତରଣୀ ନଦୀ ପଠାରୁ ସଂଗ୍ରହ କରାଯାଉଥିବାର ସୂଚନା ମିଳିଛି। ନଦୀପଠାରେ ଥିବା ମାଟି ଓ ବାଲି ଉଠାଇ ଅଣାଯାଉଥିବାରୁ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ନଦୀସଯ୍ୟା ବଢ଼ି ଚାଲିଛି, ଯଦ୍ଦ୍ବାରା ନଦୀ କୂଳରେ ଅବସ୍ଥିତ ଗ୍ରାମଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ଚିମିନୀ ଇଟାଗୁଡ଼ିକୁ ପୋଡ଼ିବାକୁ କାଠର ଆବଶ୍ୟକତା ହେତୁ ଜଙ୍ଗଲ କ୍ଷୟ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ଉତ୍ତପ୍ତ ବଳୟ ସୃଷ୍ଟି ହେଉଛି। ମୃତ୍ତିକାକ୍ଷୟ ଓ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ମାଟି ତିଆରି ପୋଡ଼ା ଇଟା ନିର୍ମାଣରେ ରୋକ ଲଗାଇଛନ୍ତି। ମାତ୍ର ବିଡ଼ମ୍ବନାର ବିଷୟ ପଥରପଦା ମୌଜାରେ ଆଇନ ଉଲ୍ଲଂଘନ କରାଯାଇ ଇଟା ପୋଡ଼ାଚାଲୁଛି। ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)କାମ କରୁଛି। ଚିମିନୀ ଇଟାଭାଟି ପରିଚାଳନା ପାଇଁ କନସେଣ୍ଟ ଟୁ ଅପରେଟ(ସିଟିଓ) କିମ୍ବା ଏନଭାଇରନମେଣ୍ଟ କ୍ଲିଅରାନ୍ସ(ଇସି) ଆବଶ୍ୟକ। ମାତ୍ର ଏସବୁ ନ ଥାଇ କିଭଳି ଏଠାରେ ଏହି ବେଆଇନ ଭାଟି ଚାଲୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଇଟାଭାଟି ମାଲିକଙ୍କ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଖି ବୁଜିଦେଇଛି। ଏହି ରାସ୍ତା ଦେଇ ପ୍ରତିଦିନ ଅନେକ ସରକାରୀ ଅଧିକାରୀ ଯାତାୟାତ କରୁଛନ୍ତି। ହେଲେ ଇଟାଭାଟି ଉପରେ କାହାର ନଜର ପଡୁନାହିଁ। ଏହି ଚୋରା କାରବାରରେ ଜିଲାର ଜଣେ ପ୍ରଭାବଶାଳୀ ନେତାଙ୍କ ହାତଥିବାରୁ ଅଧିକାରୀମାନେ ଭାଟି ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଭୟ କରୁଥିବା ଚର୍ଚ୍ଚା ହେଉଛି।
ଏଥିସହିତ ବ୍ୟାସନଗର ତହସିଲ ଓ କଳିଙ୍ଗନଗର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟର କେତେଜଣ ତଳିଆ କର୍ମଚାରୀଙ୍କୁ ମାସିକ ହାତଗୁଞ୍ଜା ଦେଇ କୋରେଇ ଅଞ୍ଚଳରେ ଏହିପରି ଅନେକ ବ୍ୟବସାୟୀ ନିଜର ଛୋଟ ବଡ଼ ବେଆଇନ ଚିମିନୀ ଇଟାଭାଟି ଚଳାଉଥିବା ସୂଚନା ମିଳିଛି। ଏନେଇ ଅଭିଯୋଗ ହେଲେ କାଁଭାଁ ଚଢ଼ାଉ କରି କିଛି ଜରିମାନା ଆଦାୟ କରି ଛାଡ଼ି ଦିଆଯାଉଛି। ଯେଉଁ ଆକାରରେ ରାଜସ୍ବ ଆଦାୟ ହବାକଥା ତାହା ହେଉନାହିଁ। ଚିମିନୀ ମାଲିକମାନେ ଇଟା ତିଆରି କରି ବିପୁଳ ଟଙ୍କା ଲାଭ ପାଉଥିବାବେଳେ ଅଧିକାରୀମାନେ ମଧ୍ୟ ମାଲାମାଲ ହେଉଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?