ଆନନ୍ଦପୁର/ହାଟଡିହୀ,୨୧l୫(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘସିପୁରା ଥାନା ଗୁହାଳିଆ ଗ୍ରାମର ଅମିନ ଜେନାଙ୍କ ପୁଅ ସୁବ୍ରତ କୁମାର ଜେନା (୩୮) ଓରଫ ଜିତୁଙ୍କୁ ଗୁରୁବାର ପୋଲିସ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ଗିରଫ କରିଛି। ଏଥିରେ ମାମଲା ନଂ ୪୧୩/୨୦୨୫ ଅଟେ ।
ଥାନା ଅଧିକାରୀ କିଶୋର ଚନ୍ଦ୍ର ପ୍ରଧାନ କହିଛନ୍ତି ଯେ ମାମଲା ରୁଜୁ ହେବା ଦିନ ଠାରୁ ଅଭିଯୁକ୍ତ ଜିତୁ ଫେରାର ଥିଲେ। ଜାଣିଶୁଣି ଗିରଫଦାରୀରୁ ବଞ୍ଚିବା ପାଇଁ ଚେଷ୍ଟା କରୁଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିତୁ ଥିବା ସ୍ଥାନରେ ଚଢ଼ାଉ କରାଯାଇ ତାଙ୍କୁ ଧରିଥିଲୁ।
ସେହିଭଳି ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡା କହିଛନ୍ତି ଯେ ଅଭିଯୁକ୍ତ ଜିତୁ ଜଣେ ଅଭିଜ୍ଞ ତଥା ଅଭ୍ୟାସଗତ ସଂଗଠିତ ଅପରାଧୀ। ଦୀର୍ଘ ଦିନ ଧରି ସେ ବେଆଇନ ଗୋରୁ ଚାଲାଣ କାର୍ଯ୍ୟରେ ଲିପ୍ତ ଥିଲେ। ତାକୁ ଧରିବା ପାଇଁ ଲଗାତାର ଉଦ୍ୟମ ଜାରି ରହିଥିଲା ।
Dharitri – Odisha’s No.1 Odia Daily