ବଢୁଛି ବେଆଇନ ଇଟାଭାଟି, ଚୁପ୍‌ ବସିଛି ପ୍ରଶାସନ

ନାଉଗାଁ,୧୨ା୧୨(ସ୍ବ.ପ୍ର.): ନାଉଗାଁ  ତହସିଲ ଅଞ୍ଚଳରେ ବେଆଇନ ଇଟାଭାଟି ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ସରକାରୀ ଆଇନକୁ ଖୋଲା ଉଲ୍ଲଂଘନ କରି ଏସବୁ ଇଟାଭାଟି ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।
ସରକାରୀ ନିୟମାନୁସାରେ, ଇଟାଭାଟି ପୋଡ଼ିବା ପୂର୍ବରୁ ତହସିଲ ପକ୍ଷରୁ ଇଟା ପକାଇବା ପାଇଁ ଆବେଦନ କରିବେ। ଉକ୍ତ ଆବେଦନକୁ ବିଚାର କରାଯାଇ ତହସିଲ ପକ୍ଷରୁ ଇଟାଭାଟି ପାଇଁ ଅନୁମତି ପ୍ରଦାନ କରାଯିବ। କିନ୍ତୁ ବ୍ଲକରେ ବର୍ଷ ବର୍ଷ ଧରି ବିନା ଅନୁମତିରେ ଇଟା ପୋଡ଼ାଚାଲିଛି। ତହସିଲ ପ୍ରଶାସନ ପକ୍ଷରୁ କେବେ କେମିତି ଏସବୁ ବେଆଇନ ଇଟାଭାଟି ଉପରୁ ଜରିମାନା ଆଦାୟ କରାଯାଉଛି। ମାତ୍ର ଇଟା ବେପାରୀମାନେ ଜରିମାନାକୁ ଡରୁନାହାନ୍ତି। ଏହା ଦେବା ପରେ ମଧ୍ୟ ପୁନର୍ବାର ଇଟା ପୋଡ଼ି ଚାଲିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉକ୍ତ ତହସିଲ ଅଧୀନରେ ୫ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ମାତ୍ର ଅଧିକାଂଶ ସ୍ଥାନରେ ରାଜସ୍ବ ନିରୀକ୍ଷକମାନେ ବେଆଇନ ଇଟାପୋଡ଼ି ସମ୍ପର୍କରେ ଜାଣି ନ ଥିବାରୁ ସେମାନଙ୍କ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି ଏହି ତହସିଲ ଅଧୀନରେ ଥିବା ଦେବୀନଦୀ ପଠା, କୋରୁଅ ପଞ୍ଚାୟତର ଡାହାଣିଖିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ, ଡେରିକି ରାଜସ୍ବ କାର୍ଯ୍ୟାଳୟ ନିକଟ ଓ ବିଭିନ୍ନ ରାସ୍ତାପାର୍ଶ୍ୱରେ ବେଆଇନ ଇଟାଭାଟି ହୋଇ ପୋଡ଼ାଚାଲିଛି।
ଭାଟିରେ ଇଟା ପୋଡ଼ା ଯୋଗୁ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଉଛି। ଫଳରେ ବାୟୁ ପ୍ରଦୂଷଣ ହେବା ସହ ଛୋଟପିଲା,ବୃଦ୍ଧାବୃଦ୍ଧ ଧୂଆଁରେ ଅଣନିଃଶ୍ୱାସୀ ହୋଇଯାଉଛନ୍ତି। ବିଦ୍ୟାଳୟ, ଜନବସତି, ରାସ୍ତାପାର୍ଶ୍ୱ, ସରକାରୀ ସ୍ଥାନରେ ଇଟାଭାଟି ହୋଇପାରିବ ନାହିଁ ବୋଲି ସରକାରୀ ନିୟମ ରହିଛି। ମାତ୍ର ବ୍ଲକରେ ଏହି ନିୟମକୁ ଅଣଦେଖା କରାଯାଉଛି। ବର୍ତ୍ତମାନ ତାପମାତ୍ରା କମ୍‌ ରହିଥିବାବେଳେ ଶୀତର ପ୍ରକୋପ ଅଧିକ ରହିଛି। ଏହି ଋତୁରେ ଥଣ୍ଡା ଯୋଗୁ ଶ୍ୱାସରୋଗୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ମାତ୍ର ଇଟାଭାଟି ଧୂଆଁ ସଂସ୍ପର୍ଶରେ ଆସି ଦୀର୍ଘଦିନ ଧରି କାଶ ହେଉଥିବା ନେଇ ଅନେକ ଶ୍ୱାସରୋଗୀ ମତବ୍ୟକ୍ତ କରିଛନ୍ତି। ଇଟା ପୋଡ଼ି ଯୋଗୁ ପରିବେଶ ପ୍ରଦୂଷିତ ହେଉଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବେଆଇନ ଇଟାଭାଟି ଉପରେ ଚଢ଼ାଉ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ତହସିଲଦାର ଜେ.କଳ୍ପନା କହିଛନ୍ତି, ଯେଉଁସବୁ ସ୍ଥାନରେ ଇଟାଭାଟି ରହିଛି, ସେଠାକୁ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ପଠାଇ ତଦନ୍ତ କରାଯିବ। ବେଆଇନ ଇଟାଭାଟି ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚୋରା କୋଇଲା ବୋଝେଇ ପିକ୍‌ଅପ୍‌ ଜବତ, ଚାଳକ ଗିରଫ

ପଦ୍ମପୁର,୨୬।୯(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ପୋଲିସ ଜଗନ୍ନାଥପ୍ରସାଦ ପଞ୍ଚାୟତର ହତାଶିଆ ଛକଠାରେ ଏକ ଚୋରା କୋଇଲା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ...

କଳାବଜାରରେ ବିକ୍ରି ହେଉଛି ସାଧାରଣ ବଣ୍ଟନ ସାମଗ୍ରୀ: କୋଠ ଘରୁ ଶତାଧିକ ପିଡିଏସ୍‌ ଚାଉଳ ବସ୍ତା ଜବତ

ରସୁଲପୁର,୩୦-୧୦(ଡି.ଏନ୍‌.ଏ.)- ଯାଜପୁର ଜିଲା ରସୁଲପୁର ବ୍ଲକରେ ସାଧାରଣ ବଣ୍ଟନ ସାମଗ୍ରୀ ପ୍ରଦାନରେ ସରକାରଙ୍କ ୫-ଟି ପ୍ରୟୋଗ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଭୂତ ଚାଉଳ କାର୍ଡ ହାତେଇବାରେ...

ତିଆରି ହେଲା ଅସ୍ଥାୟୀ ପୋଲ, ଗାଁକୁ ଗଲା ମେଡିକାଲ ଟିମ୍‌

ପାପଡାହାଣ୍ଡି, ୯।୮(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ସରପଞ୍ଚ ଚନ୍ଦ୍ର ଧ୍ୱଜ ମାଝି ଝାଡାବାନ୍ତି ଆକ୍ରାନ୍ତ ଗ୍ରାମ ତୁଳସୀପଦର ଲାଗି ଅସ୍ଥାୟୀ ପୋଲ ନିର୍ମାଣ କକରିଛନ୍ତି।...

ଆଜିଠୁ ମାଟ୍ରିକ୍‌ ପ୍ରାକ୍ଟିକାଲ ପରୀକ୍ଷା

କଟକ ଅଫିସ,୧୫ା୨: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଧନ୍ଦାମୂଳକ ଶିକ୍ଷାର ଦ୍ୱିତୀୟ ସମ୍ମେଟିଭ ଆସେସ୍‌ମେଣ୍ଟ (ଏସ୍‌ଏ-୨) ପ୍ରାକ୍ଟିକାଲ ପରୀକ୍ଷା...

ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୧।୧- ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ଏବଂ ହିନ୍ଦୁସ୍ତାନ ଏରୋନେଟିକ୍‌ ଲିମିଟେଡ୍‌ (ହାଲ୍‌) ଦ୍ୱାରା ନିର୍ମିତ ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ(ସ) କ୍ଷେପଣାସ୍ତ୍ରକୁ...

ଇଜିମାଇଲ ଜମି ଉପରେ ବିଜୁ ପକ୍କାଘର ନିର୍ମାଣ ଅଭିଯୋଗ:ତ୍ରୁଟିପୂର୍ଣ୍ଣ ପଟ୍ଟା ଦେଇ ସରକାରୀ ଅର୍ଥ ହଡ଼ପ

ରସୁଲପୁର,୧୩ା୧(ଡିଏନଏ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ ବାସହୀନଙ୍କୁ ଗୃହ ଯୋଗାଇ ଦିଆଯାଉଛି। ତେବେ ଏ ନେଇ ରହିଥିବା...

ବୈତରଣୀରେ ଜଳସ୍ତର ହ୍ରାସ: ଟଳିଲା ବନ୍ୟା ଆଶଙ୍କା

ଭଣ୍ଡାରିପୋଖରୀ,୮।୯(ଡ଼ି.ଏନ୍‌.ଏ): ଭଦ୍ରକଦେଇ ପ୍ରବାହିତ ବୈତରଣୀ ନଦୀରେ ଶନିବାର ପ୍ରଥମ ବନ୍ୟା ଜଳ ପ୍ରବେଶ କରିଥିଲା। ଆଖୁଆପଦାଠାରେ ବିପଦ ସଂକେତ ଅତିକ୍ରମ କରି ରାତି ୧୧ଟା ସୁଦ୍ଧା...

ନିମ୍ନମାନର ଚାଉଳ ବଣ୍ଟନ: ହିତାଧିକାରୀ ଫେରାଇଲେ

ଲୋଇସିଂହା,୧୯।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୋଇସିଂହା ପଞ୍ଚାୟତ କାର୍ଯ୍ୟାଳୟରେ ପିଡିଏସ୍‌ ଚାଉଳ ହିତାଧିକାରୀଙ୍କୁ ଗୁରୁବାର ବଣ୍ଟନ କରାଯାଉଥିଲା। ପିଡିଏସ୍‌ ଚାଉଳ ନିମ୍ନମାନର ଜାଣିବା ପରେ...

Advertisement
Archives

Model This Week