ବଢୁଛି ବେଆଇନ ଇଟାଭାଟି, ଚୁପ୍‌ ବସିଛି ପ୍ରଶାସନ

ନାଉଗାଁ,୧୨ା୧୨(ସ୍ବ.ପ୍ର.): ନାଉଗାଁ  ତହସିଲ ଅଞ୍ଚଳରେ ବେଆଇନ ଇଟାଭାଟି ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ସରକାରୀ ଆଇନକୁ ଖୋଲା ଉଲ୍ଲଂଘନ କରି ଏସବୁ ଇଟାଭାଟି ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।
ସରକାରୀ ନିୟମାନୁସାରେ, ଇଟାଭାଟି ପୋଡ଼ିବା ପୂର୍ବରୁ ତହସିଲ ପକ୍ଷରୁ ଇଟା ପକାଇବା ପାଇଁ ଆବେଦନ କରିବେ। ଉକ୍ତ ଆବେଦନକୁ ବିଚାର କରାଯାଇ ତହସିଲ ପକ୍ଷରୁ ଇଟାଭାଟି ପାଇଁ ଅନୁମତି ପ୍ରଦାନ କରାଯିବ। କିନ୍ତୁ ବ୍ଲକରେ ବର୍ଷ ବର୍ଷ ଧରି ବିନା ଅନୁମତିରେ ଇଟା ପୋଡ଼ାଚାଲିଛି। ତହସିଲ ପ୍ରଶାସନ ପକ୍ଷରୁ କେବେ କେମିତି ଏସବୁ ବେଆଇନ ଇଟାଭାଟି ଉପରୁ ଜରିମାନା ଆଦାୟ କରାଯାଉଛି। ମାତ୍ର ଇଟା ବେପାରୀମାନେ ଜରିମାନାକୁ ଡରୁନାହାନ୍ତି। ଏହା ଦେବା ପରେ ମଧ୍ୟ ପୁନର୍ବାର ଇଟା ପୋଡ଼ି ଚାଲିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉକ୍ତ ତହସିଲ ଅଧୀନରେ ୫ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ମାତ୍ର ଅଧିକାଂଶ ସ୍ଥାନରେ ରାଜସ୍ବ ନିରୀକ୍ଷକମାନେ ବେଆଇନ ଇଟାପୋଡ଼ି ସମ୍ପର୍କରେ ଜାଣି ନ ଥିବାରୁ ସେମାନଙ୍କ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି ଏହି ତହସିଲ ଅଧୀନରେ ଥିବା ଦେବୀନଦୀ ପଠା, କୋରୁଅ ପଞ୍ଚାୟତର ଡାହାଣିଖିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ, ଡେରିକି ରାଜସ୍ବ କାର୍ଯ୍ୟାଳୟ ନିକଟ ଓ ବିଭିନ୍ନ ରାସ୍ତାପାର୍ଶ୍ୱରେ ବେଆଇନ ଇଟାଭାଟି ହୋଇ ପୋଡ଼ାଚାଲିଛି।
ଭାଟିରେ ଇଟା ପୋଡ଼ା ଯୋଗୁ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଉଛି। ଫଳରେ ବାୟୁ ପ୍ରଦୂଷଣ ହେବା ସହ ଛୋଟପିଲା,ବୃଦ୍ଧାବୃଦ୍ଧ ଧୂଆଁରେ ଅଣନିଃଶ୍ୱାସୀ ହୋଇଯାଉଛନ୍ତି। ବିଦ୍ୟାଳୟ, ଜନବସତି, ରାସ୍ତାପାର୍ଶ୍ୱ, ସରକାରୀ ସ୍ଥାନରେ ଇଟାଭାଟି ହୋଇପାରିବ ନାହିଁ ବୋଲି ସରକାରୀ ନିୟମ ରହିଛି। ମାତ୍ର ବ୍ଲକରେ ଏହି ନିୟମକୁ ଅଣଦେଖା କରାଯାଉଛି। ବର୍ତ୍ତମାନ ତାପମାତ୍ରା କମ୍‌ ରହିଥିବାବେଳେ ଶୀତର ପ୍ରକୋପ ଅଧିକ ରହିଛି। ଏହି ଋତୁରେ ଥଣ୍ଡା ଯୋଗୁ ଶ୍ୱାସରୋଗୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ମାତ୍ର ଇଟାଭାଟି ଧୂଆଁ ସଂସ୍ପର୍ଶରେ ଆସି ଦୀର୍ଘଦିନ ଧରି କାଶ ହେଉଥିବା ନେଇ ଅନେକ ଶ୍ୱାସରୋଗୀ ମତବ୍ୟକ୍ତ କରିଛନ୍ତି। ଇଟା ପୋଡ଼ି ଯୋଗୁ ପରିବେଶ ପ୍ରଦୂଷିତ ହେଉଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବେଆଇନ ଇଟାଭାଟି ଉପରେ ଚଢ଼ାଉ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ତହସିଲଦାର ଜେ.କଳ୍ପନା କହିଛନ୍ତି, ଯେଉଁସବୁ ସ୍ଥାନରେ ଇଟାଭାଟି ରହିଛି, ସେଠାକୁ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ପଠାଇ ତଦନ୍ତ କରାଯିବ। ବେଆଇନ ଇଟାଭାଟି ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri