ହଟିବ ବେଆଇନ ବିଜ୍ଞାପନ

ପଟ୍ଟାମୁଣ୍ଡାଇ,୮ା୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଘରୋଇ ପ୍ରଚାରପତ୍ର ଓ ବେଆଇନ ବିଜ୍ଞାପନ ହୋର୍ଡିଂ ଛାଇହୋଇଯାଇଛି। ସହରର ରାସ୍ତା ପାର୍ଶ୍ୱରେ ଏଭଳି ସ୍ଥିତି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜୁଛି। ରାସ୍ତାପାଶର୍‌ବରେ ଲାଗିଥିବା ବଡ଼ ବ୍ୟାନର ଓ ହୋର୍ଡିଂଗୁଡ଼ିକ ଚାଳକମାନଙ୍କୁ ଲକ୍ଷ୍ୟଭ୍ରଷ୍ଟ କରୁଛି। ରାତିରେ ତୈଳଯୁକ୍ତ ବ୍ୟାନର ଉପରେ ଗାଡ଼ିର ଆଲୋକର ପ୍ରତିଫଳନ ଯୋଗୁ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଉଛି। ତେଣୁ ରାଜପଥ ହେଉ କି ସହର ରାସ୍ତା ଉପରେ ବେଆଇନ ଭାବେ ଲାଗିଥିବା ହୋର୍ଡିଂଗୁଡ଼ିକୁ ତୁରନ୍ତ ହଟାଇବା ସହ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୌର ପରିଷଦରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏହାଦ୍ୱାରା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ସହ ସହର ତା’ର ସୌନ୍ଦର୍ଯ୍ୟ ହରାଉଥିବାବେଳେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି ବୋଲି ଜନସାଧାରଣ ଦାବି କରିଆସୁଥିଲେ। ଏହାକୁ ନେଇ ପୌର କର୍ମଚାରୀ ଗୁରୁବାର ସନ୍ଧ୍ୟାରେ ପୋଲିସ ଦଳ ସହ ଦୋକାନୀକୁ ତାଗିଦ କରିଥିବା ବିଭାଗୀୟ ଅଧିକାରୀ ଅଶୋକ ମହାନ୍ତି କହିଛନ୍ତି।
ବୁଦ୍ଧିଜୀବୀ ପ୍ରବୀର ନାୟକ, ଅନନ୍ତ ଦାଶ, ପ୍ରେମାନନ୍ଦ ପଣ୍ଡା, ଆଇନଜୀବୀ ସୌମ୍ୟରଞ୍ଜନ ଧଳ ପ୍ରମୁଖ କହିଛନ୍ତି, ଆଡ୍‌ଭର୍ଟାଇଜ୍‌ମେଣ୍ଟ ରେଗୁଲେଶନ ଧାରା ଅନୁଯାୟୀ, ପୌରାଞ୍ଚଳରେ କେବଳ ପଞ୍ଜୀକୃତ ସଂସ୍ଥା ବିଜ୍ଞାପନ ହୋର୍ଡିଂ ଲଗାଇ ପାରିବେ। ସେମାନେ ପଞ୍ଜୀକୃତ ହେବା ପାଇଁ ପୌର ପରିଷଦରେ ଆବେଦନ କରିବେ। ଉପଯୁକ୍ତ ଟ୍ରେଡ୍‌ ଲାଇସେନ୍ସ ହାସଲ କରିବା ପରେ ଯାଇ ସେମାନଙ୍କୁ ସ୍ବୀକୃତି ମିଳିବ। ଏହି ସ୍ବୀକୃତିପ୍ରାପ୍ତ ସଂସ୍ଥାଗୁଡ଼ିକ ଜରିଆରେ ବିଜ୍ଞାପନ ଲାଗିବା କଥା। କିନ୍ତୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ବର୍ଷ ବର୍ଷ ଧରି ଅନେକ ସଂସ୍ଥା ବେଆଇନ ଭାବରେ ହୋର୍ଡିଂ ଲଗାଇ ଲାଭବାନ ହୋଇ ଆସୁଛନ୍ତି। ଓଡ଼ିଶାର ଅନେକ ଛୋଟଛୋଟ ମ୍ୟୁନିସିପାଲିଟି ବିଜ୍ଞାପନ ହୋର୍ଡିଂ ପାଇଁ ୯ ରୁ ୧୦ ଲକ୍ଷ ରାଜସ୍ବ ପାଉଥିବା ବେଳେ ପଟ୍ଟାମୁଣ୍ଡାଇ ପୌର ପରିଷଦ ମାତ୍ର ବାର୍ଷିକ ୩୪ ହଜାର ରାଜସ୍ବ ପାଉଛି ବୋଲି ବିଭାଗୀୟ ଅଧିକାରୀ ମହାନ୍ତି ସୂଚନା ଦେଇଥିଲେ। ଏଥିରେ (ପିଏମ୍‌) ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ରାଜସ୍ବହାନି କରୁଥିବା ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ପଟ୍ଟମୁଣ୍ଡାଇ ପୌରାଞ୍ଚଳ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ ଏହାର ସମୀକ୍ଷାକରିବା ପରେ ପୋଲିସ ଓ ପୌର ଅଧିକାରୀଙ୍କ ସହ ସମସ୍ତ ଦୋକାନୀ ବିଜ୍ଞାପନ ଏଜେନ୍ସିଙ୍କୁ ତାଗିଦକରି ପଞ୍ଜୀକୃତ ହେବାକୁ ନୋଟିସ ଜାରି କରାଯାଇଛି। ଆସନ୍ତା ମାସରୁ ବେଆଇନ ହୋର୍ଡିଂ ହଟାଇବା ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ପଟ୍ଟାମୁଣ୍ଡାଇ ସହରର କାନ୍ଥବାଡ଼, ବିଦ୍ୟୁତ୍‌ଖୁଣ୍ଟରେ ପୌର କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ବେଆଇନ ବିଜ୍ଞାପନ ହୋର୍ଡିଂ ଲଗାଇ ଅସାଧୁ ବ୍ୟବସାୟୀ ମାଲାମାଲ ହେଉଛନ୍ତି। କେବଳ ସେତିକି ନୁହେଁ, ସହରର ଏକାଧିକ ରାସ୍ତା ଆଉ ଛାତ ଉପର ମଧ୍ୟ ବିଜ୍ଞାପନ ଛାଇ ଗଲାଣି। ପୌର ନିୟମ ଅନୁଯାୟୀ ବ୍ୟକ୍ତିଗତ ଜାଗାରେ ବିଜ୍ଞାପନ ବା ହୋର୍ଡିଂ ଲଗାଇଲେ ପୌର ପରିଷଦକୁ ଧାର୍ଯ୍ୟ ଦେୟ ଦେବାକୁ ପଡ଼ିବ। କିନ୍ତୁ କେତୋଟି ହାତଗଣତି ବିଜ୍ଞାପନକୁ ଛାଡ଼ିଦେଲେ କେହି ଏ ସମ୍ପର୍କରେ ପରିଷଦକୁ ଜଣାଉନାହାନ୍ତି। ଫଳରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଥିବା ବେଳେ କେତେଜଣ କର୍ମଚାରୀ ବିଜ୍ଞାପନ ଏଜେନ୍ସି ଓ ଦୋକାନୀଙ୍କ ସହ ହରିଲୁଟ୍‌ରେ ମାତି ମାଲାମାଲ ହେଉଛନ୍ତି। ବର୍ଷ ବର୍ଷ ଧରି ଏଭଳି କାରବାର ଚାଲିବା ପରେ ଗୁରୁବାର ପୌର ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ପୌର ପରିଷଦରେ ପଞ୍ଜୀକୃତ ହୋଇ ନ ଥିବା ସଂସ୍ଥାଙ୍କ ହୋର୍ଡିଂକୁ ହଟାଇବାକୁ ସ୍ଥିର କରାଯାଇଛି। ଏଥିସହ ପ୍ରତ୍ୟେକଙ୍କୁ ପଞ୍ଜୀକୃତ ହେବାକୁ ଆହ୍ବାନ କରାଯାଇଛି, ତତ୍‌ସହିତ ସମସ୍ତ ଉଠା ଦୋକାନୀଙ୍କୁ ଅବରୋଧ ହଟାଇବାକୁ ଚେତାବନୀ ଦେଇଛନ୍ତି ବୋଲି ପୌର ନିର୍ବାହୀ ଅଧିକାରୀ ବିଶ୍ୱାଳ କହିଛନ୍ତି। ପ୍ରଥମେ ବିଜ୍ଞାପନ ଲଗାଇଥିବା ସଂସ୍ଥାଗୁଡ଼ିକୁ ତାଗିଦ କରିବା ପରେ ନ ମାନିଲେ ଥାନାରେ ଏତଲା ଦିଆଯିବ। ସହରର ଯେଉଁ ସ୍ଥାନଗୁଡ଼ିକ ହୋର୍ଡିଂ ପାଇଁ ଚିହ୍ନଟ କରାଯାଇଛି, ସେଠାରେ ଲଗାଯିବ। ଯେଉଁଗୁଡ଼ିକ ଚିହ୍ନଟ ହୋଇନାହିଁ ସେଠାରେ ହୋର୍ଡିଂ ଲାଗିଲେ କଟାଯିବା ସହ ଜରିମାନା ଆଦାୟ ହେବ ବୋଲି ପୌର ଅଧିକାରୀ ମହାନ୍ତି ପ୍ରକାଶ କରିଛନ୍ତି। ତେବେ ବିଳମ୍ବରେ ହେଉ ପଛକେ ପୌରପାଳିକା କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଥିବାରୁ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri