ମୋତେ ବାହା ନ ହେଲେ ପାଣି ଟାଙ୍କି ଉପରୁ ଡେଇଁ ପଡ଼ିବି

ପାଟଣା,୧୦।୪: ପ୍ରେମିକାଙ୍କୁ ପାଇବା ପାଇଁ ଜଣେ ପ୍ରେମିକ ଶୋଲେ ଫିଲ୍ମ ପରି ଅଭିନୟ କରିଛନ୍ତି। ଫିଲ୍ମ ଶୋଲେରେ ବାସନ୍ତୀଙ୍କ ପ୍ରେମ ପାଇଁ ଯେମିତି ବୀରୁ ପାଣି ଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ କହିଥିଲେ ଠିକ୍‌ ସେମିତି ବିହାରର ଜଣେ ଯୁବକ କହିଛନ୍ତି। ଶୁକ୍ରବାର ରାତି ୮ରୁ ଶନିବାର ସକାଳ ୮ ପର୍ଯ୍ୟନ୍ତ ଏହି ଯୁବକ ପାଣି ଟାଙ୍କି ଉପରେ ଚଢ଼ି ହାଇଭୋଲେଟଜ୍‌ ଡ୍ରାମା କରିଥିଲେ।

ଏହି ଘଟଣା ନିର୍ମଳି ସବ୍‌ଡିଭିଜନ ମୁଖ୍ୟାଳୟ ଅଞ୍ଚଳରେ ଘଟିଛି। ଜଣେ ଯୁବକ ଶୁକ୍ରବାର ରାତିରେ ଏକ ପାଣିଟାଙ୍କି ଉପରକୁ ଚଢ଼ି ଯାଇଥିଲେ। ପ୍ରେମିକା ବାହା ନ ହେଲେ ସେ ଡେଇଁପଡ଼ି ଆତ୍ମହତ୍ୟା କରିବାକୁ ଧମକାଇଥିଲେ। ପ୍ରଶାସନ ଆଶ୍ୱାସନା ଦେବାରୁ ଯୁବକ କହିଲେ ଝିଅ ଏବଂ ତାଙ୍କ ମା-ବାପାଙ୍କୁ ଏଠାକୁ ଡାକନ୍ତୁ। ତାଙ୍କ ସାମ୍ନାରେ ସେ ତାଙ୍କ ଝିଅକୁ ମୋତେ ବାହା କରିବାକୁ କୁହନ୍ତୁ। ନଚେତ୍‌ ମୁଁ ଏହି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା କରିବି। ଏମିତି ଡ୍ରାମା ଚାଲୁ ଚାଲୁ ସକାଳ ହୋଇଗଲା। ଫଳରେ ଲୋକେ ରୁଣ୍ଡ ହୋଇଗଲେ। ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ବହୁ ବୁଝାଶୁଝା କରିବା ପରେ ଯୁବକ ଜଣକ ତଳକୁ ଆସିଥିଲେ।

ପୋଲିସ ପଚରାଉଚରା କରିବାରୁ ତାଙ୍କ ନାମ ପ୍ରଶାନ୍ତ କୁମାର ବୋଲି କହିଥିଲେ। ସେ ମଧୁବନୀ ଜିଲାର ଲୌକହି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ବିବାହ ପାଇଁ ପ୍ରଶାନ୍ତ ଏବଂ ସଂପୃକ୍ତ ଯୁବତୀଙ୍କ ଇଚ୍ଛା ଥିଲା। ମାତ୍ର ଯୁବତୀଙ୍କ ପିତା ଏଥିରେ ରାଜି ନ ଥିଲେ। ଏଥିରେ ନିରାଶ ହୋଇ ପ୍ରଶାନ୍ତ ଶୋଲେ ଫିଲ୍ମ ଷ୍ଟାଇଲରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଏକ ସୁଇସାଇଡ୍‌ ନୋଟ ଲେଖି ତଳେ ପକାଇ ପାଣି ଟାଙ୍କି ଉପରକୁ ଚଢ଼ି ଯାଇଥିଲେ। ବହୁ ବୁଝାଶୁଝା କରିବା ପରେ ପ୍ରଶାନ୍ତ ତଳକୁ ଓହ୍ଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri