ପୁଣି ପ୍ରେମରେ ଇଲିଆନା

ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡି କ୍ରୁଜ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ବର୍ତ୍ତମାନ ପୁଣି ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି। ଲଣ୍ଡନରେ ରହୁଥିବା ମଡେଲ ସେବାଷ୍ଟିଆନ ଲରେଣ୍ଟ ମାଇକେଲ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଭାଇଙ୍କ ସହ ତାଙ୍କ ସମ୍ପର୍କକ ନେଇ ଚର୍ଚ୍ଚା ହେଉଛି। ସେମାନେ ପ୍ରାୟ ୬ ମାସ ହେବ ପ୍ରେମ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଛି। ଉଭୟ ପରସ୍ପରକୁ ଇନଷ୍ଟାଗ୍ରାମରେ ଫଲୋ ମଧ୍ୟ କରୁଛନ୍ତି ।
ନିକଟରେ କ୍ୟାଟ୍ରିନା ମାଳଦ୍ୱୀପରେ ତାଙ୍କର ଜନ୍ମଦିନ ପାଳନ କରିବାକୁ ଯାଇଥିବା ବେଳେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ । ସେଥିରେ କ୍ୟାଟ୍ରିନା, ଭିକି କୌଶଲ, ସେବାଷ୍ଟିଆନ, ଇସାବେଲ, ଆନନ୍ଦ ତିୱାରୀ ଓ ମିନି ମାଥୁରଙ୍କ ସହ ଇଲିଆନାଙ୍କୁ ଦେଖିବାକୁ ମିଳିଥିଲା । ପରେ ସେବାଷ୍ଟିଆନ ଓ ଇଲିଆନାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ତେବେ ପୂର୍ବରୁ ଇଲିଆନା ଫଟୋଗ୍ରାଫର ଆଣ୍ଡ୍ର୍ୟୁଙ୍କ ସହ ସମ୍ପର୍କ ଥିଲେ । କିନ୍ତୁ ସମ୍ପର୍କ ଦୀର୍ଘ ଦିନ ତିଷ୍ଠି ରହି ନ ଥିଲା।

Share