ଡରୁଛନ୍ତି ଇଲିଆନା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ଏବେ ମଦର ହୁଡ ଏନଜୟ କରୁଛନ୍ତି। ଖୁବଶୀଘ୍ର ଏହି ଅଭିନେତ୍ରୀ ମାଆ ହେବାକୁ ଯାଉଛନ୍ତି। ପ୍ରେନ୍ନେସି ମଧ୍ୟରେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି ଏହି ଅଭିନେତ୍ରୀ। ସମୟ ସମୟରେ ସେ ତାଙ୍କ ପ୍ରେଗ୍ନେସିର ଅପଡେଟ ବି ଦେଉଛନ୍ତି। ନିକଟରେ ସେ ଟୁଇଟର ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ କଥା ହୋଇଛନ୍ତି। ଆକ୍ସ ମି ସେଶନରେ ଇଲିଆନା କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏମିତିକି ପ୍ରେଗ୍ନ୍ନେସି ସହିତ ଜଡିତ କିଛି କଥା ହୋଇଥିବା ବେଳେ ଏହି ସମୟରେ ସେ କାହାକୁ ଭୟ କରୁଛନ୍ତି ତାହା ମଧ୍ୟ କହିଛନ୍ତି।
ଏହି ସେଶନରେ କେତେଜଣ ୟୁଜର୍ସ ତାଙ୍କ ଶରୀରର ଓଜନ ବୃଦ୍ଧିକୁ ନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଅଭିନେତ୍ରୀ କହିଥିଲେ ମା ହେବାକୁ ହେଲେ ଶରୀରର ଓଜନ ବଢିଥାଏ, ଯାହାକୁ ମୁଁ ପୂର୍ବରୁ ଭୟ କରୁଥିଲି। ହେଲେ ଏବେ ମୁଁ ମା ହେବାକୁ ଯାଉଛି ଓ ମୋ ଭିତରେ ଏକ ନହ୍ନାସା ଜାନ ପଲ ରହା ହୈ ଏହା ମୋତେ ଖୁବ ଖୁସ ଦେଉଛି। ସତରେ ମା ହେବା ଜର୍ନିଂ ଖୁବ ସୁନ୍ଦର। ତେବେ ତାଙ୍କ ପିଲାର ପ୍ରଥମ ହାର୍ଟବିଟ ଶୁଣିବା କଥା ପଚାରିବାରୁ ସେ କହିଥିଲେ ଏହା ମୋ ପାଇଁ ଅଭୁଲା ମୁହୂର୍ତ୍ତ, ଯାହାକୁ ମୁଁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ।
ସୂଚନାଯୋଗ୍ୟ, ଇଲିଆନା ବିବାହ ନ କରି ମାଆ ହେବାକୁ ଯାଉଥିବା ଘୋଷଣା କରିବା ପରେ ସମସ୍ତେ ଚମକି ପଡିଥିଲେ। ହେଲେ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ତାଙ୍କ ପିଲାର ପିତା କିଏ। କୁହାଯାଉଛି କି ସେ ବଲିଉଡ ନାୟିକା କ୍ୟାଟ୍ରିନା କୈଫଙ୍କ ଭାଇ ସେବେଷ୍ଟିୟନ ଲରେଂଟ ମିଶେଲଙ୍କୁ ଡେଟ କରୁଛନ୍ତି। ହେଲେ ଏହା ସ୍ପଷ୍ଟ ହୋଇନାହିଁ।

Share