Categories: ଜାତୀୟ

ଆତ୍ମହତ୍ୟା କଲେ ଆଇଆଇଟି ମାଡ୍ରାସର ଜଣେ ଛାତ୍ର: ମାସକ ଭିତରେ ଦ୍ୱିତୀୟ ଘଟଣା

ଚେନ୍ନାଇ,୧୪।୩: ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ମାଡ୍ରାସର ଆଉ ଜଣେ ଛାତ୍ର ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ମୃତକ ଛାତ୍ର ଜଣକ ପୁଷ୍ପକ ବୋଲି ଜଣାପଡ଼ଛି। ସେ ଆନ୍ଧ୍ରପ୍ରଦେଶର ବାସିନ୍ଦା ଏବଂ ସେ ବି.ଟେକ ତୃତୀୟ ବର୍ଷର ଛାତ୍ର। ତେବେ ମୃତ୍ୟୁର କାରଣ ଏବେ ପର୍ଯ୍ୟନ୍ତ ଜଣାପଡ଼ି ନ ଥିବା ବେଳେ କଲେଜ ପ୍ରଶାସନ ପକ୍ଷରୁ କୌଣସି ବିବୃତ୍ତି ମିଳିପାରିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାପୂର୍ବରୁ ଗତ ମାସରେ ମଧ୍ୟ ଦୁଇଜଣ ଛାତ୍ର ଉକ୍ତ ଅନୁଷ୍ଠାନରେ ଆତ୍ମହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା।

Share