Categories: ଜାତୀୟ

ପୁଣି ଆଇଆଇଟି ମାଡ୍ରାସରେ ଛାତ୍ର ଆତ୍ମହତ୍ୟା

ଚେନ୍ନାଇ,୨୧।୪: ଚେନ୍ନାଇସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ରେ ପୁଣି ଏକ ଅଘଟଣ ଘଟିଛି। ହଷ୍ଟେଲ ରୁମ୍‌ରୁ ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଜବତ କରିଛି। ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଛାତ୍ରଙ୍କ ଘର ମହାରାଷ୍ଟ୍ର ହୋଇଥିବା ବେଳେ ସେ କେମିକାଲ ଇଞ୍ଜିନିୟରିଂର ଦ୍ୱିତୀୟ ବର୍ଷରେ ପଢୁଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ସୂଚନାଯେ, ଚଳିତ ବର୍ଷ ଆଇଆଇଟି ମାଡ୍ରାସରେ ବିଭିନ୍ନ କାରଣକୁ ନେଇ ୪ ଛାତ୍ର ଆତ୍ମହତ୍ୟା କରିଛନ୍ତି।

Share