Categories: ଜାତୀୟ

ଆଇଆଇଏସ୍‌ସି ଦେଶର ସର୍ବଶ୍ରେଷ୍ଠ ଗବେଷଣା ପ୍ରତିଷ୍ଠାନ: ଶିକ୍ଷାମନ୍ତ୍ରୀ

ବେଙ୍ଗାଲୁରୁ,୯ା୯: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ, ବେଙ୍ଗାଲୁରୁ ହେଉଛି ଦେଶର ସର୍ବୋତ୍ତମ ଗବେଷଣା ପ୍ରତିଷ୍ଠାନ। ସେହିପରି ଆଇଆଇଟି ମାଡ୍ରାସ ଦ୍ୱିତୀୟ ଶ୍ରେଷ୍ଠ ଏବଂ ଆଇଆଇଟି ବମ୍ବେ ଗବେଷଣା କ୍ଷେତ୍ରରେ ତୃତୀୟ ଶ୍ରେଷ୍ଠ ଅନୁଷ୍ଠାନ ଭାବରେ ତାଲିକାରେ ସ୍ଥାନ ପାଇଛି।

ଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା ପ୍ରକାଶିତ ଏନ୍‌ଆଇଆର୍‌ଏଫ୍‌ ୨୦୨୧ ତାଲିକାରେ ଥିବା ଅନୁଷ୍ଠାନଗୁଡ଼ିକୁ ଏହି ର଼୍ୟାଙ୍କିଙ୍ଗ ଦିଆଯାଇଛି। ଏହା ବ୍ୟତୀତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ବମ୍ବେ ମହାରାଷ୍ଟ୍ର ତୃତୀୟ ସ୍ଥାନରେ ଥିବାବେଳେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଖଡ଼ଗପୁର ପଶ୍ଚିମବଙ୍ଗ ୫ମ ସ୍ଥାନରେ ରହିଛି। ଏହା ବ୍ୟତୀତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି କାନପୁର ଉତ୍ତରପ୍ରଦେଶକୁ ଷଷ୍ଠ ପ୍ରତିଷ୍ଠାନ ଭାବେ ସ୍ଥାନିତ ହୋଇଛି।

– ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ରୁର୍କି ଉତ୍ତରାଖଣ୍ଡ।

– ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଦିଲ୍ଲୀ।

– ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଗୁଆହାଟି ଆସାମ।

– ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ମହାରାଷ୍ଟ୍ର।

– ଦିଲ୍ଲୀ ବିଶ୍ୱବିଦ୍ୟାଳୟ।

– ଭେଲୋର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ତାମିଲନାଡୁ।

– ହୋମି ଭାବା ଜାତୀୟ ପ୍ରତିଷ୍ଠାନ ମହାରାଷ୍ଟ୍ର।

– ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଉତ୍ତରପ୍ରଦେଶ।

– ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ହାଇଦ୍ରାବାଦ ତେଲେଙ୍ଗାନା।

 

ଏଥିସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏନ୍‌ଆଇଆରଏଫ୍‌ ର଼୍ୟାଙ୍କିଙ୍ଗରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଅନୁଷ୍ଠାନକୁ ଅଭିନନ୍ଦନ ଜଣାଇଛନ୍ତି। ଶିକ୍ଷାମନ୍ତ୍ରୀ ଟୁଇଟ୍‌ କରି ଲେଖିଛନ୍ତି, ମୁଁ ଭାରତର ସମସ୍ତ ପ୍ରଧାନ ଶିକ୍ଷାନୁଷ୍ଠାନକୁ ଅଭିନନ୍ଦନ ଜଣାଉଛି। ଯେଉଁମାନେ ନିଜ ନିଜ ବର୍ଗରେ ମାନ୍ୟତା ପାଇଛନ୍ତି। ଯେଉଁଥିରେ ସାମଗ୍ରିକ ଭାବେ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, କଲେଜ, ଫାର୍ମାସୀ, ମେଡିଶିନ, ସ୍ଥାପତ୍ୟ, ଆଇନ, ଦନ୍ତ ଚିକିତ୍ସା ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ ରହିଛି।

Share