୨. ୮୦ ଲକ୍ଷ ଟଙ୍କାର ହିସାବ ଦେଇପାରିଲେନି ଆଇଆଇସି

ଏମ୍‌ଭି ୭୯,(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ପଡିଛନ୍ତି ମାଲକାନଗିରି ଜିଲା କାଲିମେଳା ବ୍ଳକ ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ। ସେ ମୋଟୁରୁ ନିଜ ଘର କଟକ ଜିଲା ଫୁଲନଖରା ଯାଉଥିବା ସମୟରେ ଖୋର୍ଦ୍ଧା ନିକଟରେ ତାଙ୍କୁ ଭିଜିଲାନ୍ସ ଧରିଛି। ସେ ୨ ଲକ୍ଷ ୮୦ ହଜାର ଟଙ୍କା ନେଇ ଯାଉଥିଲେ।  ଏତେ ଟଙ୍କା କେଉଁଠୁ ଆଣିଲେ ବୋଲି  ଭିଜିଲାନ୍ସ ଅଧିକାରୀମାନେ ପଚାରିଥିଲେ। ହେଲେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଆଇଆଇସିଙ୍କ କଟକରେ ଥିବା ୨ଟି ଘର ସମେତ ମୋଟୁ ଥାନାରେ ଚଢାଉ କରାଯାଇଛି। ତାଙ୍କର ମୋଟୁ ବାସଭବନରେ ମାଲକାନଗିରି ଓ ଜୟପୁର ଭିଜିଲାନ୍ସର ଅଧିକାରୀମାନେ ଯାଞ୍ଚ କରୁଛନ୍ତି।