ଯୁବକଙ୍କୁ କାବୁ କରିବାକୁ ଯାଇ ଆଇଆଇସିଙ୍କ ଗୋଡ଼ ଭାଙ୍ଗିଲା

ପାଟଣା,୨ା୨(ସ୍ବ.ପ୍ର.): କୁରାଢ଼ି ଧରି ଉତ୍ପାତ କରୁଥିବା ଜଣେ ଯୁବକଙ୍କୁ କାବୁ କରିବାକୁ ଯାଇ କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ରାଜେନ୍ଦ୍ର ସ୍ବାଇଁ ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବାରୁ ଚିକିତ୍ସା ପାଇଁ କେନ୍ଦୁଝରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁଯାୟୀ, ଆଇଆଇସି ସ୍ବାଇଁ ବୁଧବାର ସାନ୍ଧ୍ୟ ଭ୍ରମଣ ସାରି ୨୨୦ ନମ୍ବର ଜାତୀୟ ରାଜପଥର ବାଇପାସରେ ଫେରୁଥିଲେ। ଏହି ସମୟରେ ସ୍ଥାନୀୟ ଦୁର୍ଗାଦେଇପୁର ଗ୍ରାମର ଭେଲୁ ଓରଫ ଚନ୍ଦ୍ରଶେଖର ବରଡ଼ିଆ ଏକ କୁରାଢ଼ି ଧରି ଉତ୍ପାତ କରୁଥିବା ଦେଖିବାକୁ ପାଇଥିଲେ। ଏଥିରୁ ତାଙ୍କୁ ନିବୃତ୍ତ ରହିିବାକୁ ଆଇଆଇସି କହିଥିଲେ। ତେବେ ସେ ନ ମାନିବାରୁ ବିଲ ମଝିରେ ତାଙ୍କୁ କାବୁ କରିବାକୁ ଯାଉଥିବା ବେଳେ ଖାଲରେ ପଡ଼ି ଗୋଡ ଭାଙ୍ଗି ଯାଇଥିବା ଆଇଆଇସି କହିଛନ୍ତି। ପରେ ଭେଲୁଙ୍କୁ ପୋଲିସ ଥାନାକୁ ଆଣି ଅଟକ ରଖିଛି। ସୂଚନା ଯୋଗ୍ୟ, ଭେଲୁଙ୍କ ନାଁରେ ପାଟଣା ଥାନାରେ ଏକାଧିକ ମାମଲା ରହିଥିବା ପୋଲିିସ ସୂଚନା ଦେଇଛି।