ପ୍ରାଣୀଧନ ଚିକିତ୍ସାକୁ ଉପେକ୍ଷା

ବଅଁରପାଳ,୨୯।୬(ଡି.ଏନ.ଏ.) – ଗ୍ରାମାଞ୍ଚଳ ଅର୍ଥନୀତି ସୁଦୃଢ଼ୀକରଣରେ ପ୍ରାଣୀ ସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ଅଧିକରୁ ଅଧିକ ପ୍ରାଣୀଧନ ପାଳନ ପାଇଁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଉତ୍ସାହିତ କରାଯାଉଛି। ବ୍ୟାଙ୍କ ମାଧ୍ୟମରେ ସବ୍‌ସିଡଯୁକ୍ତ ଋଣ ଯୋଗାଇ ଦିଆଯାଉଛି। ତେବେ ପ୍ରାଣୀ ସମ୍ପଦର ବିକାଶ ଦିଗରେ ଯେତିକି ଦୃଷ୍ଟି ଦିଆଯାଉଛି, ଚିକିତ୍ସା କ୍ଷେତ୍ରକୁ ସେତିକି ଗୁରୁତ୍ୱ ମିଳୁନାହିଁ। ଅନୁଗୋଳ ଜିଲାର ବଅଁରପାଳ ବ୍ଲକ ଏହାର ଏକ ଉଦାହରଣ। ଏହି ବ୍ଲକରେ ୫୦ ହଜାରରୁ ଅଧିକ ପ୍ରାଣୀଧନ ରହିଥିଲେ ବି ଆବଶ୍ୟକସ୍ଥଳେ ଉପଯୁକ୍ତ ଚିକିତ୍ସା ସେବା ମିଳିପାରୁ ନାହିଁ। ପ୍ରାଣୀଧନ ନିରୀକ୍ଷକଙ୍କଠାରୁ ପିଅନଙ୍କ ଯାଏ ଅଧାରୁ ଅଧିକ ପଦବୀ ଖାଲି ପଡ଼ିଥିବାରୁ ଚିକିତ୍ସା କେନ୍ଦ୍ରରୁ ଚାଷୀମାନଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ପ୍ରାଣୀଧନଙ୍କ ଚିକିତ୍ସା ପ୍ରତି ପ୍ରଶାସନର ଏପରି ଉପେକ୍ଷାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି।
ବଅଁରପାଳ ବ୍ଲକରେ ଗୋଟିଏ ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ର, ଗୋଟିଏ ପ୍ରାଣୀ ଚିକିତ୍ସା କେନ୍ଦ୍ର ଓ ୧୩ଟି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ରହିଛି। ଏହି କେନ୍ଦ୍ରଗୁଡ଼ିକରେ ୪ ପ୍ରାଣୀ ଚିକିତ୍ସକ, ୧୩ ପ୍ରାଣୀଧନ ନିରୀକ୍ଷକ ଓ ୧୩ ପିଅନକୁ ମିଶାଇ ମୋଟ୍‌ ପଦବୀ ସଂଖ୍ୟା ହେଉଛି ୩୦। ହେଲେ ବଅଁରପାଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ମୋବାଇଲ ଭେଟେରାନ ଅଫିସର ପଦବୀ ଖାଲି ପଡ଼ିଛି। ମହୀଧରପୁର ଓ କୁଲାଡ଼ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ପ୍ରାଣୀଧନ ନିରୀକ୍ଷକ ଓ ପିଅନ ପଦବୀ ପୂରଣ ହେଉନାହିଁ। ଗୋତମରା, ବଳରାମପ୍ରସାଦ, ସନ୍ତ୍ରୀ, କଲଣ୍ଡାପାଳ, ତଳମୂଳ, କୁରୁଡୁଲୁ, ଜରାସିଂହା, ବିମଳବେଡ଼ା, ବଡ଼କେରଜାଙ୍ଗ, ମରାତିରା ଆଦି କେନ୍ଦ୍ରରେ ପିଅନ ନାହାନ୍ତି। ମୋଟ୍‌ ପଦବୀ ମଧ୍ୟରୁ ୨ ପ୍ରାଣୀଧନ ନିରୀକ୍ଷକ, ୨ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ୧୨ ପିଅନ ପଦବୀ ଖାଲି ରହିଥିବାରୁ ଚିକିତ୍ସା କ୍ଷେତ୍ରରେ ଏହା ବଡ଼ ବାଧକ ସାଜୁଛି। କିନ୍ତୁ ଏତେ ସଂଖ୍ୟକ କର୍ମଚାରୀ ଅଭାବ ରହିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, ବ୍ଲକ ଅଞ୍ଚଳରେ ୫୦ ହଜାରରୁ ଊର୍ଦ୍ଧ୍ୱ ପ୍ରାଣୀଧନ ରହିଛନ୍ତି। କେବଳ ଗୋରୁଙ୍କ ସଂଖ୍ୟା ୩୦ ହଜାର ଅଧିକ ହୋଇଥିବାବେଳେ ୮ ହଜାର ଛେଳି ମେଣ୍ଢା ଓ ୧ ହଜାର ମଇଁଷି ରହିଛନ୍ତି। କିନ୍ତୁ ଏମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରେ ଘୋର ଅବହେଳା କରାଯାଉଛି। ବର୍ତ୍ତମାନ ବର୍ଷା ଆସିଯାଇଥିବାରୁ ପ୍ରାଣୀଧନଙ୍କ ଠାରେ ବିଭିନ୍ନ ସଂକ୍ରାମକ ରୋଗ ଦେଖାଦେବା ଆରମ୍ଭ ହୋଇଛି। ତେଣୁ ଟିକାକରଣଠାରୁ ଆରମ୍ଭ କରି ଚିକିତ୍ସା ଯାଏ ଜରୁରୀ ହୋଇପଡ଼ିଛି। ହେଲେ ଚିକିତ୍ସକଙ୍କ ସହ ଅନେକ କେନ୍ଦ୍ରରେ ଭିତ୍ତିଭୂମିର ଅଭାବ ରହିଛି। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ଓ ଜରୁରୀ ଉପକରଣ ଯୋଗାଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri