ଗୁଜବକୁ ଖାତିର କରେନି: ଲିପି ମହାପାତ୍ର

ପାଠରେ ଶାଠରେ ପ୍ରେମରେ, ଝିଅ ମୁଁ ଏକ ନମ୍ବର…। ବାସ୍ତବରେ ପାଠରେ ଯେମିତି, ନୃତ୍ୟ ଏବଂ ଅଭିନୟରେ ମଧ୍ୟ ସେପରି ଦକ୍ଷତା ରଖୁଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଅଭିନେତ୍ରୀ ଲିପି। ପୂରା ନାଁ ସୁଶ୍ରୀ ସଙ୍ଗୀତା ମହାପାତ୍ର, ମାତ୍ର ଦର୍ଶକଙ୍କ ପାଖରେ ସେ ଲିପି ନାମରେ ପରିଚିତ। ପ୍ରାୟ ୮ଶହରୁ ଊର୍ଦ୍ଧ୍ୱ ଆଲବମ୍‌ରେ ନିଜ ନୃତ୍ୟ ଓ ଅଭିନୟର ଯାଦୁ ଦେଖାଇବା ପରେ ସେ କିଛି ଚଳଚ୍ଚିତ୍ରରେ ନଜରକୁ ଆସିଥିଲେ। ଏକଦା ଆଲବମ୍‌ କୁଇନ୍‌ର ଆଖ୍ୟା ପାଇଥିବା ଲିପି ଏବେ ମେଗା ଧାରାବାହିକରେ ସକ୍ରିୟ ଅଛନ୍ତି। ଖୁବ୍‌ଶୀଘ୍ର ତାଙ୍କର ନୂଆ ଧାରାବାହିକ ମଧ୍ୟ ଲୋକେ ଦେଖିବାକୁ ପାଇବେ। ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିବା ଲିପି ଏବେ କଟକରେ ରହି ନିଜ କ୍ୟାରିଅରକୁ ଆଗକୁ ନେଉଛନ୍ତି। ଲିପିଙ୍କ ଜୀବନର କିଛି ଜଣା ଅଜଣା କଥାକୁ ନେଇ ତାଙ୍କ ସହ ଧରିତ୍ରୀର ବନ୍ଦନା ସେଠୀଙ୍କ ଆଳାପ।

ପ୍ରଶ୍ନ- ଅଭିନୟକୁ କ୍ୟାରିଅର ଭାବେ କାହିଁକି ବାଛିଥିଲେ?
ଉତ୍ତର- ଗ୍ଲାମର କ୍ଷେତ୍ରକୁ ଆସିବା ପାଇଁ ମୋର କୌଣସି ଇଚ୍ଛା ନ ଥିଲା। ବାପା ଜଣେ ପୋଲିସ ଅଫିସର ଥିଲେ। ତେଣୁ ମୁଁ ବଡ଼ ହୋଇ ଜଣେ ଆଇପିଏସ୍‌ ଅଫିସର ହେବାକୁ ଲକ୍ଷ୍ୟ ରଖିଥିଲି। ମୋ ବାପାଙ୍କର ବି ଏହି ଇଚ୍ଛା ଥିଲା। ମା’ ଜଣେ ଅଭିନେତ୍ରୀ। ତେଣୁ ମୁଁ ଜଣେ ଭଲ ଅଭିନେତ୍ରୀ ହୁଏ ସେଇଟା ମା’ ଚାହୁଁଥିଲେ। ମତେ ରାଜି କରାଇବା ପାଇଁ ୨ବର୍ଷ ଲାଗିଯାଇଥିଲା। ମା’ଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ଯାଇ ମୁଁ ଏଥିରେ ପାଦ ଦେଇଥିଲି।
ପ୍ରଶ୍ନ- ପ୍ରଥମ ସୁଯୋଗ କିପରି ମିଳିଥିଲା?
ଉତ୍ତର- ସତ କହିବାକୁ ଗଲେ ମତେ ବେଶି କିଛି ସଂଘର୍ଷ କରିବାକୁ ପଡ଼ି ନ ଥିଲା। ବାଇଚାନ୍ସ ମତେ ଚାନ୍ସ ମିଳିଥିଲା। ମା’ ଯେହେତୁ ଜଣେ ଅଭିନେତ୍ରୀ ସେଥିପାଇଁ ଏ କ୍ଷେତ୍ର ସହିତ ଜଡ଼ିତ ଥିବା ବହୁ ଲୋକ ଆମ ପରିବାର ସହ ସମ୍ପୃକ୍ତ ଥିଲେ। ସେମାନେ ବହୁତ ସହଯୋଗ କରିଥିଲେ। ପ୍ରଥମେ ମୁଁ ଏକ ଶୋ’ରେ ଉପସ୍ଥାପିକା ଭାବେ କାମ ଆରମ୍ଭ କରିଥିଲି। ମାତ୍ର ୪ ମାସ କାମ କରିବା ପରେ ଶୋ’ ଛାଡି ଦେଇଥିଲି। କିଛି ଦିନର ବ୍ୟବଧାନ ପରେ ଅଭିନୟ ଜଗତକୁ ଆଲବମ୍‌ ମାଧ୍ୟମରେ ଆସିଲି। ‘ମୁଁ ବିନା ଘୁଙ୍ଗୁରରେ ନାଚୁଛି’ ଅନୁଭବଙ୍କ ସହ ମୋର ପ୍ରଥମ ରିଲିଜ୍‌ ହୋଇଥିବା ଆଲବମ୍‌ ଥିଲା, ଯାହାକି ହିଟ୍‌ ହୋଇଥିଲା। ଏହାପରେ ସୁଯୋଗ ଆପେ ଆପେ ମିଳିଲା ଓ ଆଲବମ୍‌ କୁଇନ୍‌ର ଟ୍ୟାଗ୍‌ ମିଳିଗଲା।
ପ୍ରଶ୍ନ- ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ପୁରସ୍କାର ପାଇଛନ୍ତି, ଚଳଚ୍ଚିତ୍ରରେ କାହିଁକି ନଜରକୁ ଆସୁନାହାନ୍ତି?
ଉତ୍ତର- ମୀମାଂସା ଚଳଚ୍ଚିତ୍ର ପାଇଁ ଏହି ପୁରସ୍କାର ମିଳିଥିଲା। ଚଳଚ୍ଚିତ୍ର ମିଳିିବାରେ ମତେ କେବେ କିଛି ଅସୁବିଧା ହୋଇନାହିଁ। ମାତ୍ର ମୁଁ ଲିମିଟେଡ୍‌ ହୋଇ ରହିବାକୁ ଚାହିଁଛି। ଅନେକ ଥର ମତେ ସୁଯୋଗ ମିଳିଛି। ଏପରିକି ମୁଁ କାମ କରିବା ପାଇଁ ହଁ ମାରିଛି ମାତ୍ର ପରେ ସେ କାମ ଆଉ କେଉଁ ଅଭିନେତ୍ରୀ କରି ଦେଇଛନ୍ତି। ତେଣୁ ଏସବୁ ମତେ ବିରକ୍ତିକର ଲାଗିଥିଲା। ଆଉ ଗୋଟେ କଥା ହେଉଛି ମୁଁ ଉଚ୍ଚାକାଂକ୍ଷୀ ନୁହେଁ। ସେଥିପାଇଁ ଚଳଚ୍ଚିତ୍ରକୁ ନେଇ ବେଶି ଚିନ୍ତା କରିନି। ଯେତେବେଳେ ଯେଉଁ ସ୍ଥିତିରେ ମୋ ପାଖକୁ ଯାହା କାମ ଆସିଛି, ଯଦି ଭଲ ଲାଗିଛି ତେବେ କରିବା ପାଇଁ ରାଜି ହୋଇଛି। ବହୁ ସମୟରେ ଗୁଜବ ଆସେ ଯେ ମୁଁ ଅଧିକାଂଶ କାମ କରିବାକୁ ମନା କରେ, ତାହା ଭୁଲ୍‌ କଥା।
ପ୍ରଶ୍ନ- ଗୁଜବକୁ କେମିତି ହ୍ୟାଣ୍ଡେଲ କରନ୍ତି?
ଉତ୍ତର- ଗ୍ଲାମର ଇଣ୍ଡଷ୍ଟ୍ରିରେ ରହିଲେ ଗୁଜବ ଉଠିବା ସାଧାରଣ କଥା। ଅନ୍ୟପକ୍ଷରେ ଦେଖିଲେ ଗୁଜବ ହେଲେ ହିଁ ଆପଣ ଭଲ କାମ କରୁଛନ୍ତି ବୋଲି ଜାଣିବେ। ଯଦି ଆପଣଙ୍କ ବିଷୟରେ କେହି ଆଲୋଚନା କରୁନାହାନ୍ତି ତେବେ ଆପଣ କୌଣସି କାମକୁ ନୁହନ୍ତି। ମୁଁ ଏସବୁକୁ ଜମା ଖାତିର୍‌ କରେନି। ଏ କାନରେ ପୂରେଇ ସେ କାନରେ କାଢ଼େ। ଆରମ୍ଭରୁ ମୁଁ ବହୁତ ଚୁପ୍‌ଚାପ୍‌, ଶାନ୍ତଶିଷ୍ଟ ଥିଲି। ଏଥିପାଇଁ ଅନ୍ୟମାନେ ମତେ ଡୋମିନେଟ୍‌ କରିବା ଆରମ୍ଭ କରିଥିଲେ। ତେଣୁ ନିଜକୁ ବଦଳାଇବାକୁ ଉଦ୍ୟମ କରିଥିଲି। ଏବେ ମୋ ସହ କେହି ବଦମାସି କରିବାକୁ ସାହସ କରନ୍ତିନି। ମୁଁ ବହୁତ ଆରୋଗାଣ୍ଟ ବୋଲି ସାରା ଇଣ୍ଡଷ୍ଟ୍ରି ଜାଣିଛି।
ପ୍ରଶ୍ନ- ଏହି ନେଚର ପାଇଁ ଆପଣଙ୍କ କ୍ୟାରିଅର ପ୍ରଭାବିତ ହୋଇନି?
ଉତ୍ତର- ନା, କେବେବି ପ୍ରଭାବ ପକାଏନି। ମୁଁ ନଡ଼ିଆ ପରି। ବାହାରୁ ଶକ୍ତ, ଭିତରୁ ନରମ। ମୋ ସହ ଯେଉଁମାନେ ମିଶିଛନ୍ତି ସେମାନେ ମତେ ଜାଣିଛନ୍ତି। ମୋ ମତରେ ପ୍ରତ୍ୟେକ ନାରୀ ନିଜର ଆଖପାଖରେ ଏକ ସର୍କଲ ତିଆରି କରିବା ଆବଶ୍ୟକ। ନିଜର ଏକ ନିୟମ କରିବା ଦରକାର। ନାରୀମାନଙ୍କୁ ବାହାରକୁ ବାହାରିବା ସମୟରେ ନିଜର ପ୍ରକୃତ ରୂପକୁ କିଛି ମାତ୍ରାରେ ଲୁଚାଇକି ଚାଲିବାକୁ ପଡ଼େ। ଏହାଦ୍ୱାରା ବାହାର ଲୋକଙ୍କର ସାହସ ହେବ ନାହିଁ ଆପଣଙ୍କ ସହ କିଛି ଦୁର୍ବ୍ୟବହାର କରିବା ପାଇଁ। ସେହି ଦୃଷ୍ଟିକୋଣରୁ ମୁଁ ଜଗିରଖି ଚାଲେ।
ପ୍ରଶ୍ନ- ଜୀବନସାଥୀଙ୍କ ବିଷୟରେ କିଛି?
ଉତ୍ତର- ଜୀବନସାଥୀକୁ ନେଇ ଏତେ ବ୍ୟସ୍ତ ନୁହେଁ। ଏବେ ଯଦି ବାହା ହେବି ତେବେ ମତେ କାମ ଛାଡ଼ିବାକୁ ପଡ଼ିବ। କାରଣ ବାହାଘର ପରେ ନିଜ ଇଚ୍ଛାରେ ସବୁକିଛି କରି ହେବନି। ବିବାହ କଥା ଘରେ ବୁଝନ୍ତୁ। ବୁଝିପାରିଲେ ଭଲ କଥା ନ ହେଲେ ଏକୁଟିଆ ଅଛି, ବହୁତ ଖୁସିରେ ଅଛି।
ପ୍ରଶ୍ନ- କିଛି ଆଗାମୀ ଯୋଜନା?
ଉତ୍ତର- ସେମିତି କିଛି ଯୋଜନା ନାହିଁ। ଜୀବନକୁ ନେଇ କିଛି ପ୍ଲାନ କରିବା ମତେ ଆସେନି। ବର୍ତ୍ତମାନ ସମୟରେ ଯାହା ମିଳିଛି ଭଲ ମିଳିଛି, ଯାହା ମିଳିବ ଭଲ ମିଳିବ ବୋଲି ମୋର ଆଶା। କୌଣସି କଥାକୁ ନେଇ ମୁଁ ଆଶା କରେ ନାହିଁ, କାରଣ ନ ମିଳିଲେ ମନ ଭାଙ୍ଗିଯିବ। ତେବେ ମୋ ଅଭିନୟକୁ କିପରି ଆହୁରି ନିଖୁଣ କରିବି ସେଥିପ୍ରତି ସଚେତନ ଅଛି।
ପ୍ରଶ୍ନ- ଫ୍ରି ଟାଇମ୍‌ରେ କ’ଣ କରନ୍ତି?
ଉତ୍ତର- ମୁଁ ଜଣେ ଅଲଗା ମଣିଷ। ମତେ ଗହଳି, ବୁଲିବାକୁ ଭଲଲାଗେନି। ମୁଁ ଭାରି ବୋରିଂ। ମୋ ରୁମ୍‌ ଭଲ ତ ମୁଁ ଭଲ। ରୋଷେଇ କରିବାକୁ ଭଲ ଲଗେ। ସମୟ ମିଳିଲେ ମୋ କୁକୁର, ବିଲେଇଙ୍କ ସହ ସମୟ ବିତାଏ। ତେବେ ବାହାରକୁ ଯିବାକୁ ପସନ୍ଦ ନ ଥିବାରୁ ମୁଁ ପ୍ରାୟ ଅନ୍‌ଲାଇନ୍‌ ଶପିଂ କରେ। ପ୍ରତିଦିନ ମୋ ଘରକୁ କିଛି ନା କିଛି ପାର୍ସଲ ଆସେ। ମତେ ଘରେ ପାର୍ସଲ ରାଣୀ ବୋଲି ମଧ୍ୟ ଡାକନ୍ତି।
ପ୍ରଶ୍ନ- କ’ଣ ଭଲ ରାନ୍ଧି ପାରନ୍ତି?
ଉତ୍ତର- ସବୁକିଛି ରୋଷେଇ କରିପାରେ। ସବୁ ପ୍ରକାରର ଡିସ୍‌ ମତେ ଆସେ। ଏମିତିକି ରୋଷେଇକୁ ନେଇ ବହୁ ସମୟରେ ଏକ୍ସପେରିମେଣ୍ଟ କରେ।
ପ୍ରଶ୍ନ- ଆପଣଙ୍କ ଫିଟ୍‌ନେସ୍‌ର ମନ୍ତ୍ର କ’ଣ?
ଉତ୍ତର- ମୋ ହାପିନେସ୍‌ ହେଉଛି ମୋର ଫିଟ୍‌ନେସ୍‌ର ମନ୍ତ୍ର। ଖୁସିରେ ରହିବାକୁ ମତେ ବହୁତ ଭଲଲାଗେ। ବେଶି ତେଲ ମସଲା ଖାଇବାକୁ ମତେ ଭଲ ଲାଗେନି। ଯଦି ମୁଡ୍‌ ହେଲା ତେବେ ବ୍ୟାୟାମ କରେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri