ରତ୍ନଭଣ୍ଡାର ପ୍ରସଙ୍ଗକୁ ପୁଣି ଅଣଦେଖା

ପୁରୀ ଅଫିସ,୨୮।୯: ଶ୍ରୀମନ୍ଦିରସ୍ଥିତ ନୀଳାଦ୍ରି ଭକ୍ତ ନିବାସଠାରେ ମଙ୍ଗଳବାର ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିବା ବେଳେ ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ପୁଣିଥରେ ଅଣଦେଖା କରାଯାଇଛି। ପୂର୍ବରୁ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ହେବା ନେଇ ଚର୍ଚ୍ଚା ହୋଇଥିଲା। ଏପରି କି ହାଇକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ନଗେନ୍ଦ୍ର କୁମାର ମହାନ୍ତି ମଧ୍ୟ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ ବୋଲି ଗଣମାଧ୍ୟମରେ କହିଥିଲେ। ହେଲେ ବାସ୍ତବରେ ସେଭଳି କିଛି ହେଲା ନାହିଁ। ରତ୍ନଭଣ୍ଡାର ମରାମତି ଓ ରନତ୍ ଅଳଙ୍କାର ଗଣନା ପାଇଁ ଦାବି ହେଉଥିଲେ ମଧ୍ୟ ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଆଦୌ ଗୁରୁତ୍ୱ ଦେଉ ନ ଥିବା ଚର୍ଚ୍ଚା ହେଉଛି।
ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଥମେ ପରିଚାଳନା କମିଟି ବୈଠକ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆରମ୍ଭରୁ ହିଁ ସେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ରତ୍ନଭଣ୍ଡାରର ସାମ୍ପ୍ରତିକ ସ୍ଥିତି ଓ ମରାମତି ସମ୍ପର୍କରେ ଆଲୋଚନା କରାଯିବା ପାଇଁ କମିଟି ଅଧ୍ୟକ୍ଷଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ମାତ୍ର କମିଟି ଏହି ପ୍ରସ୍ତାବକୁ କର୍ଣ୍ଣପାତ କରି ନ ଥିଲା। ରତ୍ନଭଣ୍ଡାର ପ୍ରସଙ୍ଗ ଏଜେଣ୍ଡାରେ ନ ଥିବା କହି ଏଡ଼ାଇ ଦିଆଯାଇଥିଲା। ଜମିଜମା, ଗୁରୁକୁଳ ଓ କାର୍ତ୍ତିକ ନୀତିକାନ୍ତି ଭଳି ପ୍ରସଙ୍ଗରେ ଆଲୋଚନା କରାଯାଇ ବୈଠକ ଶେଷ କରାଗଲା। ଅନ୍ୟପକ୍ଷେ ନିକଟ ଅତୀତରେ ପରିଚାଳନା କମିଟି ଅଧ୍ୟକ୍ଷ ତଥା ସ୍ଥାୟୀ ସଦସ୍ୟ ମହାରାଜ ଗଜପତି ଦିବ୍ୟସିଂହଦେବ ରନତ୍ ଅଳଙ୍କାର ଗଣନା ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ। ରତ୍ନଭଣ୍ଡାର ସ୍ଥିତି ଭଲ ନ ଥିବା କଥା କହିଥିଲେ। ଏହାସତ୍ତ୍ବେ ମଧ୍ୟ ରନତ୍ଭଣ୍ଡାର ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରି ନାହିଁ। ସେହିଭଳି ଅଗଷ୍ଟ ୮ରେ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ରତ୍ନଭଣ୍ଡାର ମରାମତି ଦାବି କରିଥିଲେ। ଏତେ ସବୁପରେ ମଧ୍ୟ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ପାଇଁ ପରିଚାଳନା କମିଟି କାହିଁକି ପ୍ରସ୍ତୁତ ନୁହେଁ, ତାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପରିଚାଳନା କମିଟିର ପ୍ରତି ମାସରେ ବୈଠକ ବସୁଥିଲେ ମଧ୍ୟ ରତ୍ନଭଣ୍ଡାର ପ୍ରସଙ୍ଗ କେବେହେଲେ ଆଲୋଚନା ବିଷୟସୂଚୀରେ ସାମିଲ ହେଉନାହିଁ। ଅନ୍ୟପକ୍ଷେ ଗତ ପରିଚାଳନା କମିଟି ବୈଠକରେ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କୁ ଏଏସ୍‌ଆଇ କାର୍ଯ୍ୟଧାରା ସମ୍ପର୍କିତ ତଥ୍ୟ ଦାଖଲ କରିବା ପାଇଁ ପରିଚାଳନା କମିଟି ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ଅରୁଣ ମଲ୍ଲିକ ରତ୍ନଭଣ୍ଡାର ସମ୍ପର୍କିତ ସମସ୍ତ କାର୍ଯ୍ୟଧାରା ଓ ତଥ୍ୟ ଧରି ମଙ୍ଗଳବାର ବୈଠକରେ ଉପସ୍ଥିତ ଥିଲେ ମଧ୍ୟ କେହି ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ପାଇଁ ଚାହିଁ ନ ଥିଲେ।
ରତ୍ନଭଣ୍ଡାର ପ୍ରସଙ୍ଗ ପରିଚାଳନା କମିଟି ବୈଠକର ଏଜେଣ୍ଡାରେ ସାମିଲ ନ ଥିଲା। ଏଜେଣ୍ଡାରେ ସାମିଲ ହୋଇ ଆଲୋଚନା ହେଲେ ସବିଶେଷ ସୂଚନା ଦେବୁ।
– ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ବୈଠକରେ କ’ଣ ଆଲୋଚନା ହୋଇଛି ତାହା ସାର୍ବଜନୀନ କରିପାରୁବୁ ନାହିଁ। ପରିଚାଳନା କମିଟିର ନିର୍ଦ୍ଦେଶ, ପରିଚାଳନା କମିଟି ସଦସ୍ୟମାନେ ବୈଠକର ଗୋପନୀୟତା ରକ୍ଷା କରିବେ ଓ କେବଳ କର୍ତ୍ତୃପକ୍ଷ ବୈଠକ ସମ୍ପର୍କରେ ପ୍ରତିକ୍ରିୟା ରଖିବେ। ଏଣୁ ସମ୍ପ୍ରତି ଏହି ସ୍ଥାନରେ ରତ୍ନଭଣ୍ଡାର ପ୍ରସଙ୍ଗରେ କିଛି ବି କହିବା ଠିକ୍‌ ହେବକ ନାହିଁ।
– ସୁଦର୍ଶନ ପଟ୍ଟନାୟକ, ପରିଚାଳନା କମିଟି ସଦସ୍ୟ
ରାଜ୍ୟରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସ୍ବାର୍ଥରେ ନିର୍ମିତ ପରିଚାଳନା କମିଟି ସାଧାରଣ ଆଲୋଚନାଟିଏ ପାଇଁ ମଧ୍ୟ ପ୍ରସ୍ତୁତ ନୁହେଁ। ଏହାର ପଛର ରହସ୍ୟ କ’ଣ ତାହା ସବୁଠାରୁ ବଡ଼ ପ୍ରଶ୍ନ। ରତ୍ନଭଣ୍ଡାର ସୁରକ୍ଷା ଦିଗରେ ପଦକ୍ଷେପ ନେଲେ ପରିଚାଳନା କମିଟି ଓ ରାଜ୍ୟ ସରକାର ଅସୁରକ୍ଷିତ ହୋଇପଡ଼ିବେ।
– ଦିଲୀପ ବରାଳ, ସୂଚନା ଅଧିକାର କର୍ମୀ
ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆଙ୍କ ଅସ୍ମିତା ସହ ଜଡ଼ିତ। ଏଣୁ ଏହାକୁ ତୁରନ୍ତ ଖୋଲାଯାଉ। ରତ୍ନ ଅଳଙ୍କାର ଗଣନା କରାଯିବା ସହ ମରାମତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ।
– ପ୍ରଭଞ୍ଜନ ମହାପାତ୍ର, ଭାଜପା ନେତା


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri