ସିଆଇଆର୍‌ବି ଗଠନକୁ ଅଣଦେଖା

କେନ୍ଦ୍ରାପଡ଼ା ଅଫିସ, ୩୦ା୧୨: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ଏକ କୋଷ୍ଟାଲ ଇଣ୍ଡିଆ ରିଜର୍ଭ ବାଟାଲିଅନ (ସିଆଇଆରବି) ଆବଶ୍ୟକ। ଏହି ବାଟାଲିୟନର ମଞ୍ଜୁର ସକାଶେ ରାଜ୍ୟ ସରକାର ୨୦୧୭ ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି କରିଥିଲେ। ରାଜ୍ୟ ସରକାରଙ୍କ ତତ୍କାଳୀନ ଅତିରିକ୍ତ ସଚିବ ଅସିତ କୁମାର ତ୍ରିପାଠୀ ଏଥିରେ ଦର୍ଶାଇଥିଲେ ଯେ, ବାଟାଲିୟନ ପ୍ରତିଷ୍ଠା ହେଲେ ଉପକୂଳ ସୁରକ୍ଷାରେ ଥିବା ସାମୁଦ୍ରିକ ଥାନାକୁ ସହାୟତା ମିଳିବ। ଏହି ଚିଠିକୁ ୪ ବର୍ଷ ବିତିଯାଇଛି। ଏହି ଚିଠି କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ବିଭାଗ ଶୀତଳଭଣ୍ଡାରରେ ପଡିରହିଛି। ଅଦ୍ୟାବଧି ବାଟାଲିୟନ ଗଠନ ନେଇ ସକାରାତ୍ମକ ସୂଚନା ମିଳିନାହିଁ।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଶିବାଶିଷ ମହାନ୍ତି କୁହନ୍ତି, ରାଜ୍ୟର ୪୮୦ କିମି ସମୁଦ୍ରତଟ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲାରେ ୪୮ କିମି ରହିଛି। ଏହି ସୀମାରେ ତାଳଚୁଆ, ତନ୍ତିଆପାଳ ଓ ଜମ୍ବୁ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଥିଲେ ମଧ୍ୟ କର୍ମଚାରୀ ଏବଂ ଭିତ୍ତିଭୂମିର ଅଭାବ ରହିଛି। ସାମୁଦ୍ରିକ ପଥର ସୁରକ୍ଷା ପାଇଁ ବୋଟ ଓ କର୍ମଚାରୀ ନ ଥିବାରୁ ତଟବର୍ତ୍ତୀ ଅଞ୍ଚଳକୁ ବେଆଇନ ପ୍ରବେଶ ବଢ଼ିଛି। ପାକିସ୍ତାନ ସହ ବାଂଲାଦେଶ ଯୁଦ୍ଧ ସମୟରେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳରେ ମାତ୍ର ୧୨୩୭ ଜଣ ଶରଣାର୍ଥୀଙ୍କୁ ଥଇଥାନ କରାଯାଇଥିଲା। ଏବେ ଏଠାରେ ୭୬ ହଜାରରୁ ଊର୍ଦ୍ଧ୍ୱ ବଙ୍ଗଭାଷୀ ରହୁଛନ୍ତି। ସେହିପରି ଜାତୀୟ ଉଦ୍ୟାନ ଭିତରକନିକା ଉପରେ ଏହି ଅନୁପ୍ରବେଶକାରୀଙ୍କ ଆଖି ପଡିଛି। ଓଡ଼ିଶାରେ ସିଆଇଆରବି ମୁତୟନ ହେଲେ ଏହି ସମସ୍ୟାର କିଛି ସମାଧାନ ହୋଇପାରିବ। ବୁଦ୍ଧିଜୀବୀ ଅମରବର ବିଶ୍ୱାଳ କହିଛନ୍ତି, ୨୦୦୧ରେ ଭିତରକନିକା ବନିପାଳଠାରେ ଏକ ନକଲି ବେତାର କେନ୍ଦ୍ର ସ୍ଥାପନ ହୋଇଥିଲା। ଏଠାରେ ହୁଇଲର ଦ୍ୱୀପର ପ୍ରତିରକ୍ଷା ସମ୍ପର୍କିତ ଗୋପନ ତଥ୍ୟ ପ୍ରେରଣ କରାଯାଉଥିବା ପୋଲିସ ତଦନ୍ତ ସମୟରେ ଜଣାପଡିଥିଲା। ସେହିପରି ୨୦୦୨ରେ ରାଜନଗର ବନ ବିଭାଗ ଜବତ କରିଥିବା ଟ୍ରଲରର ଲୋକମାନେ ବନରକ୍ଷୀଙ୍କୁ ଗୁଳିକରି ହତ୍ୟା କରିଥିଲେ। ୨୦୧୯ରେ ମଧ୍ୟ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବେଆଇନ ମାଛ ଧରାଳିଙ୍କ ସହ ତଟରକ୍ଷୀ ବାହିନୀର ଗୁଳି ବିନିମୟ ହୋଇଥିଲା। ଜିଲା ପୋଲିସର ବିଭିନ୍ନ ତଦନ୍ତ ସମୟରେ ତଟ ଅଞ୍ଚଳ ପ୍ରବେଶ ପଥ ମାଧ୍ୟମରେ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ, ନକଲି ନୋଟ ଓ ନିଶା କାରବାର ଚାଲିଥିବା ପ୍ରମାଣ ମିଳିଛି। ସିଆଇଆରବି ପ୍ରତିଷ୍ଠା ହେଲେ ଜିଲାକୁ ଅନୁପ୍ରବେଶ ରୋକିବା ସହ ଦେଶ ସୁରକ୍ଷିତ ହେବ ବୋଲି ସେ ମତ ଦେଇଛନ୍ତି। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢୀ କହିଛନ୍ତି, ନିକଟରେ ଏକ ବୋଟକୁ ତଟରକ୍ଷୀ ବାହିନୀ ଅଟକ ରଖି ୨୦ ବାଂଲାଦେଶୀଙ୍କୁ ପାରାଦୀପ ଥାନାରେ ରଖିଛନ୍ତି। ଏହା ପୂର୍ବରୁ ବାଂଲାଦେଶୀ ଏହି ଜିଲାରେ ଅନୁପ୍ରବେଶ କରି ଜାତୀୟ ଉଦ୍ୟାନର ପ୍ରକୃତ ମାନଚିତ୍ର ବଦଳାଇ ଦେଇଛନ୍ତି। ବନ୍ୟଜନ୍ତୁ ଶିକାର, ନିଶା କାରବାର, ଜଙ୍ଗଲ ଜମି ଜବରଦଖଲ ସହ ଚିଙ୍ଗୁଡି ଘେରି ମାଧ୍ୟମରେ ବିପୁଳ ଟଙ୍କା ରୋଜଗାର କରୁଛନ୍ତି। ଦେଶର ସୁରକ୍ଷା ସହ ଜାତୀୟ ଉଦ୍ୟାନର ପରିବେଶ ପାଇଁ ସିଆଇଆରବି ଆବଶ୍ୟକ। ତଟ ଅଞ୍ଚଳର ସୁରକ୍ଷା ସମ୍ପର୍କରେ ଏଏସ୍‌ପି ହରିଶ କୁମାର ପାଣ୍ଡେଙ୍କୁ ପଚାରିବାରେ ସିଆଇଆରବିର ଆବଶ୍ୟକତା ଅଛି। ସାମୁଦ୍ରିକ ଥାନା ପ୍ରତିଷ୍ଠା ପରେ ଅନୁପ୍ରବେଶକୁ କିଛି ମାତ୍ରାରେ ରୋକାଯାଇ ପାରିଛି। ଥାନାର ଭିତ୍ତିଭୂମି ସୁଦୃଢ଼ ପାଇଁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri