କଟକଣାକୁ ବେଖାତିର: ପୁଣି କ୍ରୁଏଜ କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୧୫।୨ : ଉତ୍ତର କୋରିଆ ଏକାଧିକ କ୍ରୁଜ କ୍ଷେପଣାସ୍ତ୍ର ସମୁଦ୍ରକୁ ନିକ୍ଷେପ କରିଛି। କଟକଣାକୁ ବେଖାତିର କରି ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ବୁଧବାର ଏହା କରାଯାଇଛି। ଜାନୁଆରୀ ପରଠାରୁ ଏହା ହେଉଛି କିମଙ୍କର ପଞ୍ଚମ ପରୀକ୍ଷା। ଦକ୍ଷିଣ କୋରିଆ ସୈନ୍ୟବାହିନୀ କହିଛି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଯୋଗୁ ଉପଦ୍ୱୀପ ଅଞ୍ଚଳରେ ଉତ୍ତେଜନା ବଢ଼ିବାରେ ଲାଗିଛି।

ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍‌ ଅଫ ଷ୍ଟାଫସ କହିଛନ୍ତି ଦକ୍ଷିଣ କୋରିଆ ଏବଂ ଆମେରିକା ସୈନ୍ୟବାହିନୀ ପୂର୍ବ ଉପକୂଳବର୍ତ୍ତୀ ସହର ୱାନସାନର ଉତ୍ତର-ପୂର୍ବରେ ସମୁଦ୍ରରେ କ୍ରୁଏଜ କ୍ଷେପଣାସ୍ତ୍ର ପରୀକ୍ଷଣକୁ ବିଶ୍ଳେଷଣ କରୁଛନ୍ତି। ଦକ୍ଷିଣ କୋରିଆସୈନ୍ୟମାନେ କ୍ରୁଏଜ କ୍ଷେପଣାସ୍ତ୍ର ର ସଠିକ ସଂଖ୍ୟା କିମ୍ବା ଦୂରତା ପ୍ରଦାନ କରି ନାହାନ୍ତି। କ୍ଷେପଣାସ୍ତ୍ରଗୁଡିକ ସ୍ଥଳଭାଗ କିମ୍ବା ସମୁଦ୍ରୀଚ ପରୀକ୍ଷଣ କରାଯାଇଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ଜଏଣ୍ଟ ଚିଫ୍‌ ଅଫ ଷ୍ଟାଫସ କହିଛନ୍ତି, ଆମର ସୈନ୍ୟବାହିନୀ ସଜାଗ ଅଛନ୍ତି। ଉତ୍ତର କୋରିଆର ପରବର୍ତ୍ତୀ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଆମର ୟୁଏଏସ ସହଯୋଗୀମାନଙ୍କ ସହିତ ଆମେ କାର୍ଯ୍ୟ କରୁଛୁ।

Share