କଟକଣାକୁ ବେଖାତିର, ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍‌…

ସିଓଲ/ପୋଙ୍ଗୟାଙ୍ଗ, ୨୫।୫ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କଟକଣାକୁ ବେଖାତିର କରିବାରେ ଲାଗିଛନ୍ତିି। ଏହି ମର୍ମରେ ସେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏନେଇ ଦକ୍ଷିଣ କୋରିଆର ସୈନ୍ୟବାହିନୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କହିଛି ଯେ ଉତ୍ତର କୋରିଆ ଏକ ଅଜଣା ଆନ୍ତଃମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ବୁଧବାର ସକାଳେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିବା କୁହାଯାଉଛି।

ଏହା ପୂର୍ବରୁ ଉତ୍ତର କୋରିଆ ମଧ୍ୟ ଏକ କ୍ଷେପଣାସ୍ତ୍ର ୨୪ ମାର୍ଚ୍ଚରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା। ଏକ ଆକଳନ ଅନୁଯାୟୀ, ଏହି କ୍ଷେପଣାସ୍ତ୍ର ୧୧୦୦ କିଲୋମିଟର ଦୂରତା ଅତିକ୍ରମ କରି ଜାପାନ ସାଗରରେ ପଡିଥିଲା। ୨୦୧୭ଠାରୁ ପ୍ରଥମ ଥର ପାଇଁ ଉତ୍ତର କୋରିଆ ଏଭଳି ପରୀକ୍ଷଣ କରିଥିଲା।

ଏହି କ୍ଷେପଣାସ୍ତ୍ର ଏକାଧିକ ହଜାର କିଲୋମିଟର ଦୂରତା ଅତିକ୍ରମ କରିବାକୁ ସକ୍ଷମ ଏବଂ ଏହାର ବିପୁଳ ଧ୍ୱଂସ ଘଟାଇବାର ଶକ୍ତି ରହିଛି। ଏହି ପରୀକ୍ଷା ନେଇ ଆମେରିକାର ଚିନ୍ତା ବୃଦ୍ଧି ପାଇଛି। ଏହା ଆମେରିକାରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ ବୋଲି କୁହାଯାଉଛି।

Share