ସିସିଟିଭି ସ୍ଥାପନ ନିର୍ଦ୍ଦେଶକୁ ଅଣଦେଖା

ଯାଜପୁର,୨୫ା୯(ହର୍ଷବର୍ଦ୍ଧନ ବେହେରା):ବାଲି ଚୋରିକୁ ନିୟନ୍ତ୍ରଣ କରିବା ପାଇଁ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ପକ୍ଷରୁ ୨୦୨୨ ଅଗଷ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ଉକ୍ତ ରାୟରେ ବାଲି ଖାଦାନଗୁଡ଼ିକର ପ୍ରସ୍ଥାନ ଓ ପ୍ରବେଶ ପଥ ତଥା ବାଲି ଶଯ୍ୟା ନିକଟରେ ସିସିଟିଭି କ୍ୟାମେରା ବ୍ୟବହାର, ବାଲି ପରିବହନ ଗାଡ଼ିରେ ଗ୍ଲୋବାଲ ପୋଜିଶନିଂ ସିଷ୍ଟମ(ଜିପିଏସ୍‌) ଲଗାଇବା ବାଧ୍ୟତାମୂଳକ ହୋଇଛି। ଏହାବାଦ ବାର୍ଷିକ ପରିବେଶ ଅଡିଟ୍‌ ପାଇଁ କ୍ଷେତ୍ର ବିଶେଷଜ୍ଞଙ୍କ ଦ୍ୱାରା ଫଳପ୍ରଦ ଯନ୍ତ୍ରକ୍ରିୟା(ଇଫେକ୍ଟିଭ ମେକାନିଜମ୍‌) ନିଶ୍ଚିତ କରିବାକୁ ପଡ଼ିବ ବୋଲି ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉକ୍ତ ନିର୍ଦ୍ଦେଶକୁ ୧ ବର୍ଷରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଯାଜପୁର ଜିଲାର ବାଲି ଖାଦାନଗୁଡ଼ିକରେ ସିସିଟିଭି କ’ଣ ଲାଗିବ ଓଲଟା କଳେବଳେ କୌଶଳେ ବେଆଇନ ଉତ୍ତୋଳନକାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ଭୁଲ ରିପୋର୍ଟ ପ୍ରସ୍ତୁତ ହେଉଛି। ବର୍ଷ ବର୍ଷ ଧରି ଉଚ୍ଚ କ୍ଷମତା ସମ୍ପନ୍ନ ମେଶିନ ଲଗାଇ ବାଲି ଲୁଟ୍‌ କରାଯାଉଥିଲେ ବି ତଦନ୍ତକାରୀ ଦଳ ହସ୍ତଚାଳିତ ଖାଦାନ ଚାଲିଛି ବୋଲି ଦର୍ଶାଇ ଏନଜିଟି ତଥା କୋର୍ଟ କଚେରିରେ ବିଭିନ୍ନ ରିପୋର୍ଟ ଦାଖଲ କରୁଥିବା ଅଭିଯୋଗ ହେଉଛି। ବାଡ଼ ଯଦି ଫସଲ ଖାଇବ ତେବେ କାହାକୁ ଗୁହାରି କରାଯିବ ଭଳି ଅଭିଯୋଗକାରୀମାନେ ଅସହାୟ ପ୍ରକାଶ କରୁଛନ୍ତି।
ଯାଜପୁର ଜିଲାରେ ଅଧିକ ଲାଭ ଆଶାରେ ପ୍ରାୟ ସମସ୍ତ ଲିଜପ୍ରାପ୍ତ ବାଲି ଖାଦାନରେ ହସ୍ତଚାଳିତ ବଦଳରେ ଉଚ୍ଚ କ୍ଷମତା ସମ୍ପନ୍ନ ମେଶିନ ବ୍ୟବହାର କରାଯାଉଛି। ଫଳରେ ବାଲି ଉତ୍ସଗୁଡ଼ିକ କ୍ଷତିଗ୍ରସ୍ତ ହେବାକୁ ବସିଛି। ବିଜ୍ଞାନ ବିରୋଧ ବାଲି ଖାଦାନ ଏବଂ ବେଆଇନ ବାଲି ଉଠାଣ କେବଳ ରାଜ୍ୟର ରାଜସ୍ବ କ୍ଷତି କରୁନାହିଁ ବରଂ ନଦୀର ପ୍ରାକୃତିକ ସମତୁଳନ ପ୍ରକ୍ରିୟାକୁ ବ୍ୟାହତ କରୁଛି। ଏହିକ୍ରମରେ ବାଲିଘାଟ ପରିଚାଳନା ଉପରେ ଏନ୍‌ଜିଟି ମାମଲା(୬୭/୨୦୨୧/ଇଜେଡ)ର ଶୁଣାଣି କରି ଜୁଡିସିଆଲ ମେମ୍ବର ଜଷ୍ଟିସ ବି. ଅମିତ ସ୍ଥାଲେକର ଏବଂ ଏକ୍ସପାର୍ଟ ମେମ୍ବର ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାଦାନଗୁଡ଼ିକରେ ସିସିଟିଭି ଲଗାଇବାକୁ ଗୁରୁତ୍ୱାରୋପ କରିଥିଲେ। ହେଲେ ଏଯାଏ ଉକ୍ତ ସିସିଟିଭିର ଦେଖାମିଳିନି। ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ସାଲବା, ଧନତ୍ରୀ, ଗୋବିନ୍ଦପୁର ଆଦି ବାଲିଘାଟରେ ଦିନ ଦ୍ୱିପହରରେ ମେଶିନ ଲଗାଯାଇ ବାଲି ଉତ୍ତୋଳନ ହେଉଥିବା ଦେଖିବାକୁ ମିଳୁଛି। ଏହାସହ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଏକାଧିକ ଘାଟରେ ମଧ୍ୟ ଅନୁରୂପ ଭାବେ ବାଲି ଉତ୍ତୋଳନ ହେଉଥିଲେ ହେଁ ବିଭାଗୀୟ ଅଧିକାରୀ ମାସିକ ବଟି ନେଇ ନୀରବ ରହୁଥିବା ଅଭିଯୋଗ ହେଉଛି।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲାରେ ପରିବେଶ ଆଇନକୁ ଉଲ୍ଲଂଘନ କରି ହସ୍ତଚାଳିତ ବାଦ ମେଶିନରେ ବେଆଇନ ଭାବେ ଚାଲିଥିବା ସମସ୍ତ ବାଲିଘାଟକୁ ବନ୍ଦ କରିବାକୁ ଏନଜିଟି ୨୦୨୧ ଅଗଷ୍ଟରେ ନିର୍ଦ୍ଦେଶ ଦେଇଥିଲେ। ଏହାର ଅନୁପାଳନ କରିବାକୁ ପରିବେଶ ଓ ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସମନ୍ବିତ ଆଞ୍ଚଳିକ କାର୍ଯ୍ୟାଳୟର ବୈଜ୍ଞାନିକ, ଯାଜପୁର ଜିଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ବୈଜ୍ଞାନିକ, ଷ୍ଟେଟ ଏନ୍‌ଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି (ସିଆ)ର ବୈଜ୍ଞାନିକ ଏବଂ ଯାଜପୁର ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ(ଡିଡିଏମ୍‌)ଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ କରାଯାଇ ୧ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ତେବେ ବ୍ରାହ୍ମଣୀ ନଦୀର ଉତ୍ତରପ୍ରତାପ ବାଲିଘାଟରେ ମେଶିନ ସହାୟତାରେ ବାଲି ଉତ୍ତୋଳନ ହେଉନାହିଁ ବୋଲି ବିଭାଗୀୟ ରିପୋର୍ଟ ଦାଖଲ ହୋଇଥିଲା। ଏହାକୁ ପୁଣି ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ୧୯ା୧୨ା୨୦୨୧ରେ ଜେସିବି ମେଶିନରେ ବାଲି ଉତ୍ତୋଳନ ହେଉଥିବା ଫଟୋ ସହ ସତ୍ୟପାଠ ରିପୋର୍ଟ ଦାଖଲ କରିଥିଲେ। ଏଥିରେ କମିଟି ମିଛ ରିପୋର୍ଟ କିମ୍ବା ନଦୀରେ ପାଣି ପ୍ରବାହିତ ସମୟରେ ତଦନ୍ତ କରି ଯେନତେନ ପ୍ରକାରେ ରିପୋର୍ଟ ଦାଖଲ କରିଛନ୍ତି ବୋଲି ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ପାଣି ଦର୍ଶାଇଥିଲେ। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ଫୋନ୍‌କୁ ରବିବାର ରାତି ୭ଟା ୩୮ ମିନିଟରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri