ଏଏସ୍‌ଆଇ ନୋଟିସକୁ ଅଣଦେଖା

ପୁରୀ ଅଫିସ,୨୩।୨: ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ଡିଜି ଭି. ବିଦ୍ୟାଭାରତୀ ଶ୍ରୀମନ୍ଦିର ପରିଦର୍ଶନରେ ଆସି ଶ୍ରୀମନ୍ଦିର ଚାରିପାଖ ବୁଲିବା ସହ ପ୍ରଶାସନ ସହ ଆଲୋଚନା କରିଛନ୍ତି। ଆଲୋଚନା ପରେ ସ୍ପଷ୍ଟ ହୋଇଛି ଯେ, ମେଘନାଦ ପ୍ରାଚୀରଠାରୁ ୭୫ ମିଟର ପର୍ଯ୍ୟନ୍ତ ପ୍ରଶାସନ କରିଥିବା ଉଚ୍ଛେଦ ଅଞ୍ଚଳରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ଶହେ ମିଟର ବାହାରେ ନିର୍ମାଣ କାର୍ଯ୍ୟ କରିବା ସପକ୍ଷରେ ଯୁକ୍ତି ବାଢ଼ିଛି ଏଏସ୍‌ଆଇ। ଏପରି କି ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ସମୟରେ ଶହେ ମିଟର ଭିତରେ ଖନନ ନ କରିବାକୁ ଏଏସ୍‌ଆଇ ନୋଟିସ୍‌ କରିଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷେ ପ୍ରଶାସନ ଉଚ୍ଛେଦ କାର୍ଯ୍ୟ ଶେଷ କରିଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକୁ ସେତେଟା ଅଗ୍ରଗତି କରିବାରେ ସଫଳ ହୋଇପାରୁନାହିଁ। ତେବେ କିଭଳି କାର୍ଯ୍ୟ ଚାଲିଛି ଓ ଆଗାମୀ ଦିନରେ ଏଏସ୍‌ଆଇଠାରୁ କେବେ ଅନୁମୋଦନ ଆସିବ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି।
ଏଏସ୍‌ଆଇ ଡିଜିଙ୍କ ଗସ୍ତ ପୂର୍ବରୁ ପ୍ରକଳ୍ପ ଅଧୀନରେ କିଛି କାର୍ଯ୍ୟ ଅଗ୍ରଗତି ହୋଇଛି। ଯେପରି କି ରଘୁନନ୍ଦନ ଲାଇବ୍ରେରି ପୁନଃ ନିର୍ମାଣ ପାଇଁ ସିଂହଦ୍ୱାର ସମ୍ମୁଖ, ପଶ୍ଚିମଦ୍ୱାର ଗାଣ୍ଡୁଆଚଉରା ଛକ ନିକଟବର୍ତ୍ତୀ ଅଞ୍ଚଳ ଓ ନୂଆ ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଇଁ ଖନନ କାର୍ଯ୍ୟ ହୋଇଛି। ଏ ସମସ୍ତ ଅଞ୍ଚଳ ମେଘନାଦ ପ୍ରାଚୀରଠାରୁ ଶହେ ମିଟର ପରିଧି ମଧ୍ୟରେ ଆସୁଛି। ତେବେ ଏଏସ୍‌ଆଇର ଯୁକ୍ତି ଯେ, ଶହେ ମିଟର ମଧ୍ୟରେ ଖନନ ଶ୍ରୀମନ୍ଦିରର ଭିତ୍ତିଭୂମିକୁ ଦୁର୍ବଳ କରିବ। ଏଣୁ କାର୍ଯ୍ୟ ହେବା କଥା ନୁହେଁ। ମାତ୍ର ପ୍ରଶାସନ କିଭଳି ଏହି ଖନନ କାର୍ଯ୍ୟ କରୁଛି ତାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ହେଉଥିବା ପ୍ରକଳ୍ପ କାର୍ଯ୍ୟ ପାଇଁ ଏଏସ୍‌ଆଇ ଅନୁମତି ଦେଇଛି। ଟାଟା କମ୍ପାନୀ ତଦନୁଯାୟୀ କାର୍ଯ୍ୟ କରୁଛି। ସେହିଭଳି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଟାଟା କମ୍ପାନୀ ଅନୁମତି ପାଇବାରେ ହିଁ କାର୍ଯ୍ୟ କରୁଛି। ଜିଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରୁଛି। କାର୍ଯ୍ୟ ବନ୍ଦ ହେବା ନେଇ କୌଣସି ସୂଚନା କିମ୍ବା ସମ୍ଭାବନା ନାହିଁ। ଏଣୁ ପୂର୍ବଭଳି ଚାଲୁଥିବା ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ପ୍ରକଳ୍ପ କାର୍ଯ୍ୟକୁ ନେଇ ଅନୁମୋଦନ ମିଳି ନ ଥିବା ସନ୍ଦେହ ହେଉଛି। ଏ ସମ୍ପର୍କରେ ଏଏସ୍‌ଆଇର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାବେଳେ ଏହାକୁ ବିରୋଧ କରି ଶ୍ରୀମନ୍ଦିର ପ୍ରଶାସନକୁ ନୋଟିସ ଦିଆଯାଇଥିଲା। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ନିକଟରେ ଅନୁମତି ପାଇଁ ଆବେଦନ କରିଛନ୍ତି। ଆବେଦନ ପରେ ଯାଞ୍ଚ କାର୍ଯ୍ୟକାରୀ ହେବ। ଯାଞ୍ଚ ସରିବା ପରେ ଏଏସ୍‌ଆଇ ଅନୁମତି ଦେବ। ତେବେ ଗତ ସେପ୍ଟେମ୍ବରରେ ଶ୍ରୀମନ୍ଦିର ପ୍ରଶାସନ ପ୍ରକଳ୍ପ କାର୍ଯ୍ୟ ପାଇଁ ଅଧା ଅନୁମତି ମିଳିଥିବା ନେଇ କହିଥିବା ବେଳେ ଏହା ବାସ୍ତବରେ କେତେ ସତ୍ୟ ତାହାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି। ବାସ୍ତବରେ ଅନୁମୋଦନ ପରେ କାର୍ଯ୍ୟ ହୋଇଛି କି ନାହିଁ ଓ ଜିଲା ପ୍ରଶାସନ ଏବଂ ଏଏସ୍‌ଆଇ ମଧ୍ୟରୁ କିଏ ସତ କହୁଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ସେହିଭଳି ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ଏଏସ୍‌ଆଇଠାରୁ ପ୍ରାପ୍ତ ଅନୁମୋଦନପତ୍ର ସାର୍ବଜନୀନ କରନ୍ତୁ। ବିନା ଅନୁମତିରେ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଲେ ଆଗାମୀ ଦିନରେ ଉଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହେବି। ବିନା ଅନୁମତିରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଇରାନକୁ ଫାଇନାଲ୍‌ ଅଲ୍ଟିମେଟମ: ହର୍ମୁଜ ନ ଖୋଲିଲେ…

ଓ୍ବାଶିଂଟନ୍‌,୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଅଲ୍ଟିମେଟମ ଦେଇଛନ୍ତି। ସେ କହିଛନ୍ତି, ଇରାନ ଯଦି ହର୍ମୁଜ ଷ୍ଟ୍ରେଟ୍‌ ନ ଖୋଲେ, ତେବେ ଆମେରିକା ପାଓ୍ବାର…

ଇରାନକୁ ନୁହେଁ, ବରଂ ନିଜ ପାଇଁ ସମୟସୀମା ଧାର୍ଯ୍ୟ କଲେ ଟ୍ରମ୍ପ, ଏହି ତାରିଖକୁ ରଖିଥିଲେ ଡେଡ ଲାଇନ

ଓ୍ବାଶିଂଟନ,୪।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆତ୍ମସମର୍ପଣ ପାଇଁ ଏପ୍ରିଲ ୬ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ତଥାପି, ଏହା ଏବେ ସ୍ପଷ୍ଟ ହୋଇଯାଇଛି ଯେ ଏହି…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri