ସ୍ବାସ୍ଥ୍ୟ ସଚେତନତାକୁ ଅଣଦେଖା

ଭୁବନେଶ୍ୱର,୨୫ା୬(ସତ୍ୟଜିତ୍‌ ରାଉତ): ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଅପରାଧୀଙ୍କୁ ଧରିବା ପାଇଁ ଏକ ସୁସ୍ଥ ପୋଲିସ ବ୍ୟବସ୍ଥା ଲୋଡ଼ା। ସେଥିପାଇଁ ପୋଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀମାନେ ଶାରୀରିକ ସ୍ତରରେ ସବୁବେଳେ ଫିଟ୍‌ ରହିବା ଜରୁରୀ। ହେଲେ ପୋଲିସ ବିଭାଗରେ ଥିବା କିଛି ପୋଲିସ କର୍ମଚାରୀ ସେମାନଙ୍କ ସ୍ବାସ୍ଥ୍ୟର ଠିକ୍‌ ଭାବେ ଯତ୍ନ ନେଉନାହାନ୍ତି। ଫଳରେ ସମୟାନୁକ୍ରମେ ସେମାନେ ରକ୍ତଚାପ, ମଧୁମେହ ଓ ଅତ୍ୟଧିକ ମୋଟାପଣ ଭଳି ସମସ୍ୟାରେ ପଡୁଛନ୍ତି। ଫିଟ୍‌ ନ ଥିବା ପୋଲିସ କର୍ମଚାରୀମାନେ କର୍ତ୍ତବ୍ୟ ସମ୍ପାଦନା କରିବା ବେଳେ ବିଫଳ ହେଉଥିବା ଅଭିଯୋଗ ହେଉଛ। ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର କମିଶନରେଟ୍‌ ପୋଲିସରେ ଅନେକ ଅନ୍‌ଫିଟ୍‌ ପୋଲିସ କର୍ମଚାରୀ ଅଛନ୍ତି। ସେମାନେ ମୋଟାପଣ ସମସ୍ୟାରେ ଛନ୍ଦି ହୋଇ କାର୍ଯ୍ୟ ସମ୍ପାଦନା କରୁଛନ୍ତି। ଆଉ ଏହି କାରଣ ପାଇଁ ଅନେକ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଅପରାଧୀଙ୍କୁ ଧରିବା ଦିଗରେ ସେମାନେ ବିଫଳ ହେଉଛନ୍ତି ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ପୋଲିସ ଅଧିକାରୀ କହିଛନ୍ତି।
ପୂର୍ବରୁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକାଧିକ ଥର ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇ ଫିଟ୍‌ ରହିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ୨୦୨୦ଜୁଲାଇରେ କରୋନା ମହାମାରୀବେଳେ ତତ୍କାଳୀନ ପୋଲିସ କନିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ନିର୍ଦ୍ଦେଶାନାମା ଜାରି କରିବା ସହ ଚାକିରି ଯିବା ଭଳି କଡ଼ା ଚେତାବନୀ ଦେଇଥିଲେ। ସମସ୍ତ ପୋଲିସ କର୍ମଚାରୀଙ୍କ ଓଜନ ଓ ଉଚ୍ଚତା ମାପ କରାଯାଇ ବୟସ ଓ ଉଚ୍ଚତା ଅନୁଯାୟୀ ସେମାନଙ୍କ ଓଜନ କେତେ ରହିବ, ତାହା ଜଣାଇ ଦିଆଯିବ ବୋଲି କୁହାଯାଇଥିଲା। ଏପରି କି ୩ମାସ ପରେ ଯେଉଁମାନଙ୍କ ଆବଶ୍ୟକତାଠାରୁ ଅଧିକ ଓଜନ ରହିବ ସେମାନଙ୍କୁ ସକାଳୁ ବାଧ୍ୟତାମୂଳକ ବ୍ୟାୟାମ କରିବେ ନଚେତ୍‌ ୬ ସପ୍ତାହ ରିଫ୍ରେସର କ୍ଲାସ୍‌ରେ ଯୋଗଦେବେ। ଯେଉଁମାନେ ଏହାକୁ ଗୁରୁତ୍ୱ ଦେବେନାହିଁ, ସେମାନଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ପଦୋନ୍ନତି ବନ୍ଦ କରାଯିବା ସହ ଆବଶ୍ୟକ ପଡିଲେ ସ୍ବାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇପାରେ ବୋଲି କମିଶନର କହିଥିଲେ। ହେଲେ କିଛି ମାସ ପରେ ଏହି ଫିଟ୍‌ନେସ୍‌ ଫର୍ମୁଲା ଉଭେଇ ଯାଇଥିଲା। ସେହିପରି ୨୦୨୩ ଫେବୃଆରୀରେ ଡିସିପି ପ୍ରତୀକ ସିଂ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଫିଟ୍‌ ରହିବାକୁ ତାଗିଦ କରିବା ସହ ଏନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ଦୈନନ୍ଦିନ ଜୀବନରେ ଫିଟ୍‌ ରହିବାକୁ ୭ଟି ଦିଗରେ ଧ୍ୟାନ ଦେବାକୁ ସେ କହିଥିଲେ। ନିୟମିତ ସକାଳ ୬ଟା ଓ ଅପରାହ୍ନ ୪ଟାରେ ପୋଲିସ କର୍ମଚାରୀମାନେ ସେମାନଙ୍କ କ୍ୟାମ୍ପସ୍‌ର ଫିଜିକାଲ ଟ୍ରେନିଂରେ ଯୋଗଦେବେ। ପୋଲିସ କର୍ମଚାରୀଙ୍କ ଓଜନକୁ ନେଇ ଟାର୍ଗେଟ୍‌ ଦିଆଯିବା ପରେ ପ୍ରତି ୧୫ ଦିନରେ ସେମାନଙ୍କ ଓଜନ ମପାଯିବ ଆଦି ନିର୍ଦ୍ଦେଶନାମାରେ କୁହାଯାଇଥିଲା। ହେଲେ ଏଭଳି କଡା ଚେତାବନୀ ସତ୍ତ୍ୱେ ଅନେକ ଏହାକୁ ମାନୁ ନ ଥିବା ଦେଖିବାକୁ ମିଳୁଛି। କାର୍ଯ୍ୟର ଅତ୍ୟଧିକ ଚାପ ଏବଂ ସମୟ ଠିକ୍‌ ନ ଥିବା କାରଣରୁ ନିୟମିତ ବ୍ୟାୟାମ କରୁପାରୁ ନ ଥିବା କିଛି କର୍ମଚାରୀ କହୁଛନ୍ତି। ଅନେକ ମେଦବହୁଳତାର ଶିକାର ହୋଇ ଅନ୍‌ଫିଟ୍‌ କର୍ମଚାରୀମାନେ କାମ କରୁଛନ୍ତି। ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି, ଏହି ନିର୍ଦ୍ଦେଶନାମା ମାନି କିଛି ପୋଲିସ କର୍ମଚାରୀ ଫିଟ୍‌ ହୋଇଛନ୍ତି। ଆଉ କେତେଜଣଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଥିବା ସେ କହିଛନ୍ତି। ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଏ ସଂକ୍ରାନ୍ତରେ ଅନୁଧ୍ୟାନ କରାଯିବ, ଯଦି ଏନେଇ ସମସ୍ୟା ଜଣାପଡ଼ିବ ପରବର୍ତ୍ତୀ ସମୟରେ ଏ ଦିଗରେ ନିରାକରଣ ବ୍ୟବସ୍ଥା କରାଯିବ ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri