କାର୍ଯ୍ୟ ଚୁକ୍ତିକୁ ଠିକାଦାରଙ୍କ ଅଣଦେଖା

ଯାଜପୁର,୨୦ା୮(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର ବଡ଼ଚଣା ଓ ବରୀ ବ୍ଲକର ଏକାଧିକ ରାସ୍ତା, ଗୃହ, ନଦୀବନ୍ଧ, ଆଲୋକୀକରଣ ଆଦି ନିର୍ମାଣ ଓ ମରାମତି ଦାୟିତ୍ୱ ପଡ଼ୋଶୀ କଟକ ଜିଲା ଚାର୍‌ବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ରହିଛି। ଏହିସବୁ ରାସ୍ତାଗୁଡ଼ିକ ଉପରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ନିୟମିତ ଭାବେ ସମୀକ୍ଷା ହେଉ ନ ଥିବାରୁ ମନମୁଖି ନିର୍ମାଣ ସହ ହରିଲୁଟ୍‌ ହେଉଥିବା ଅଭିଯୋଗ ହେଉଛି। ଏପରିକି କେତେଜଣ ପ୍ରତିଷ୍ଠିତ ଠିକାଦାର ବିଭାଗୀୟ ଚୁକ୍ତିକୁ ଅଣଦେଖା କରୁଥିବାରୁ ରାସ୍ତା ନିର୍ମାଣ, ସମ୍ପ୍ରସାରଣ କିମ୍ବା ମରାମତି ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଫଳରେ ନିର୍ମାଣ ସମୟରେ ହିଁ ଅଧିକାଂଶ ଭାଗ ରାସ୍ତା ନଷ୍ଟ ହେଉଥିବା ମତପ୍ରକାଶ ପାଉଛି। ଏହିକ୍ରମରେ ରାଜ୍ୟ ସରକାର ବହୁ କୋଟି ଟଙ୍କା କ୍ଷତି ସହିବା ସହ ସମ୍ପୃକ୍ତ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବହୁ କୋଟି ଟଙ୍କା ମଞ୍ଜୁର ହୋଇ ନିର୍ମାଣାଧୀନ ନଦୀବନ୍ଧ, ମିଶନ ଶକ୍ତି ଭବନ, ଆଲୋକୀକରଣ ଏବଂ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଫଳରେ ଚାରବାଟିଆ ପୂର୍ତ୍ତ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ନିର୍ମାଣ ଦାୟିତ୍ୱରେ ଥିବା କ୍ରିଷ୍ଣା କନଷ୍ଟ୍ରକ୍ସନ, ପ୍ରେମସାଇ କନଷ୍ଟ୍ରକ୍ସନ, ଇଲେକ୍ଟ୍ରିକାଲ ଏମ୍‌ଭି କ୍ଲାସ କଣ୍ଟ୍ରାକ୍ଟର ମାରୁତି କନଷ୍ଟ୍ରକ୍ସନ ଓ ରାଉତ ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ଲିମିଟେଡ୍‌ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ କରିଛନ୍ତି। ତେବେ ଏଭଳି ଜବାବ ତଲବ କାଗଜପତ୍ରରେ ସୀମିତ ରହି ଆସୁଥିବାରୁ ଠିକାଦାରମାନେ କାହାରିକୁ ଭ୍ରୂକ୍ଷେପ କରୁ ନ ଥିବା ଚର୍ଚ୍ଚା ହେଉଛି।
ଯାଜପୁର ଜିଲା ଅନ୍ତର୍ଗତ ବୈରୀଠାରୁ ଚଣ୍ଡିଖୋଲ ଜଳସେଚନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୬.୬୦୦ କି.ମି. ଲମ୍ବ ହାଇଲେଭଲ କେନାଲ ଡାହାଣ ପାର୍ଶ୍ୱ ବନ୍ଧ ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟ ପାଇଁ ଚାରବାଟିଆ ପୂର୍ତ୍ତ ବିଭାଗ ପକ୍ଷରୁ ୮ କୋଟି ୭୪ ଲକ୍ଷ ୨୮ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିବାବେଳେ କ୍ରିଷ୍ଣା କନଷ୍ଟ୍ରକ୍ସନ ଠିକାସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ୨୨ା୬ା୨୦୨୨ରେ ଏହା ଆରମ୍ଭ ହୋଇଥିବାବେଳେ ୨୧ା୫ା୨୦୨୩ ରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଚୁକ୍ତିରେ ନିର୍ଦ୍ଧାରିତ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ୪ କୋଟି ୮ ଲକ୍ଷ ୩ ହଜାର ଟଙ୍କା (୪୬.୬୭%) କାମ ସରିଛି। ଚୁକ୍ତି ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଏହି ଗୁରୁତ୍ୱପୂର୍ଣ୍ଣ କେନାଲ ବନ୍ଧ ଅସମ୍ପୂର୍ଣ୍ଣ ରହିଛି। ଫଳରେ ବର୍ଷା ସମୟରେ କିଛି ଅଂଶ କାର୍ଯ୍ୟ ଧୋଇ ହୋଇଯାଇଛି। ନିମ୍ନମାନର ଏବଂ ଆବଶ୍ୟକ ଅନୁଯାୟୀ ନିର୍ମାଣ ସାମଗ୍ରୀ ବ୍ୟବହାର ହୋଇ ନ ଥିବାରୁ ତାହା ସହଜରେ ନଷ୍ଟ ହୋଇଯାଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଠିକାଦାର ଓ ଯନ୍ତ୍ରୀଙ୍କ ଅସାଧୁ ମେଣ୍ଟ ରହିଥିବାରୁ ସିଂହଭାଗ ଅର୍ଥ ହେରଫେର ହେଉଥିବା ଚର୍ଚ୍ଚା ହେଉଛି।
ବଡଚଣା ବ୍ଲକସ୍ତରରେ ନିର୍ମାଣାଧୀନ ମିଶନ ଶକ୍ତି ଭବନରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପ୍ରକଳ୍ପ ୨୦ା୩ା୨୦୨୨ରେ ଆରମ୍ଭ ହୋଇ ୨୦ା୭ା୨୦୨୩ରେ ସମ୍ପୂର୍ଣ୍ଣ କରିବାକୁ ଚୁକ୍ତି ହୋଇଥିଲା। କିନ୍ତୁ ସମ୍ପୃକ୍ତ ଠିକାସଂସ୍ଥା ପ୍ରେମସାଇ କନଷ୍ଟ୍ରକ୍ସନ ଚୁକ୍ତି ଅନୁଯାୟୀ ବ୍ୟୟ ଅଟକଳର ୪୫.୧୭ ଲକ୍ଷ ଟଙ୍କାରୁ ମାତ୍ର ୪୧.୫୦% ଅର୍ଥାତ ୧୮.୭୪ ଲକ୍ଷ ଟଙ୍କାର କାମ ସାରିଛି। ଏହିକ୍ରମରେ ବିଭାଗ ପକ୍ଷରୁ ବ୍ୟୟ ଅଟକଳର ଦର ବୃଦ୍ଧି କରିବାର ସୁଯୋଗ ଦେବାକୁ ଉଦ୍ୟମ କରାଯାଉଥିବା ସନ୍ଦେହ ଉପୁଜିଛି।
ଯାଜପୁର ଜିଲାର ଶୁଖୁଆପଡ଼ା ଗ୍ରାମ କୁଟୀର ଶିଳ୍ପ ପାଇଁ ପ୍ରସିଦ୍ଧି ଲାଭ କରିଛି। ପ୍ରତିବର୍ଷ ଏହି ଗ୍ରାମ ଓ କାରିଗରଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଉଛି। ଏହିକ୍ରମରେ ୫୩ ନମ୍ବର ଜାତୀୟ ରାଜପଥର ବନ୍ଦେଶ୍ୱର ଛକଠାରୁ ଶୁଖୁଆପଡ଼ା ଏବଂ କାରିଗରମାନଙ୍କ କାର୍ଯ୍ୟକ୍ଷେତ୍ର ପର୍ଯ୍ୟନ୍ତ ଆଲୋକୀକରଣ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ସମ୍ବଲପୁର ଅଇଁଠାପାଲି ଅଞ୍ଚଳର ମାରୁତି କନଷ୍ଟ୍ରକ୍ସନ ଇଲେକ୍ଟ୍ରିକାଲ ଏମ୍‌ଭି କ୍ଲାସ କଣ୍ଟ୍ରାକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି କାର୍ଯ୍ୟ ୨୮ା୧୦ା୨୦୨୨ରେ ଆରମ୍ଭ ହୋଇ ୨୭ା୧ା୨୦୨୩ରେ ଶେଷ କରିବାକୁ ନିର୍ଦ୍ଧାରିତ ହୋଇଥିଲା। ତେବେ ଅବଧି ଶେଷହେବାର ପ୍ରାୟ ୭ ମାସ ଅତିକ୍ରାନ୍ତ ହେବାକୁ ଥିବାବେଳେ କାର୍ଯ୍ୟର ଅଗ୍ରଗତି ଅତି ନୈରାଶ୍ୟଜନକ ରହିଛି। ଏହାବାଦ ନାମୀଦାମୀ କମ୍ପାନୀ ବଦଳରେ ଅତି ନିମ୍ନମାନର ବିଦ୍ୟୁତ୍‌ ସାମଗ୍ରୀ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି।
ବଡ଼ଚଣାଠାରୁ ଦର୍ପଣୀ ୧୨.୭୦୦ କି.ମି. ରାସ୍ତାର ସୁଦୃଢ଼ୀକରଣ ଓ ସମ୍ପ୍ରସାରଣ ଏବଂ ମହାବିନାୟକ ମନ୍ଦିରକୁ ଆପ୍ରୋଚ୍‌ ରୋଡ୍‌ ପାଇଁ ୮ କୋଟି ୭୨ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ରାଉତ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରା.ଲି. ଠିକାସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ଏହି କାର୍ଯ୍ୟ ୨ା୮ା୨୦୨୩ରେ ସାରିବାକୁ ନିର୍ଦ୍ଧାରଣ ହୋଇଥିଲେ ହେଁ ମାତ୍ର ୪୫% କାମ ସରିଛି। ଏଭଳି ଭାବେ ସମ୍ପୃକ୍ତ ଠିକାସଂସ୍ଥାଗୁଡ଼ିକ ଚୁକ୍ତିକୁ ଅଣଦେଖା କରୁଥିବାରୁ ଯୋଜନାର ସଫଳତା ଲୋକଙ୍କ ପାଖରେ ଠିକ ଭାବେ ପହଞ୍ଚିପାରୁ ନ ଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ରମ ବିଦ୍ୟାଳୟରେ ରକ୍ତ ଛିଟା: ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ପିଟିପିଟି ହତ୍ୟା

ସୁବର୍ଣ୍ଣପୁର,୧୬।୧୨: ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ଛାତ୍ରଙ୍କୁ ପିଟିପିଟି ହତ୍ୟା। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲା ତରଭା ଆଶ୍ରମ...

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

IPL 2026 ନିଲାମ: ଜାଣନ୍ତୁ କିଏ ରହିଲେ ଅନ୍‌ ସୋଲ୍ଡ

ଆବୁଧାବି,୧୬।୧୨: IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ୱାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ମାତ୍ର ଏତିକି କୋଟିରେ ଭେଙ୍କଟେଶଙ୍କୁ କିଣିଲା ଏହି ଦଳ, ଗତ ବର୍ଷ ତୁଳନାରେ ପ୍ରାୟ 70 ପ୍ରତିଶତ କମ୍‌

ନୂଆଦିଲ୍ଲୀ,୧୬।୧୨: ଭେଙ୍କଟେଶ ଆୟର ପ୍ରଥମ ଥର ପାଇଁ କୋଲକାତା ନାଇଟ ରାଇଡର୍ସ ବ୍ୟତୀତ ଅନ୍ୟ କୌଣସି IPL ଦଳ ପାଇଁ ଖେଳିବେ। ଯଦିଓ KKR ମଧ୍ୟ...

IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri