କାର୍ଯ୍ୟ ଚୁକ୍ତିକୁ ଠିକାଦାରଙ୍କ ଅଣଦେଖା

ଯାଜପୁର,୨୦ା୮(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର ବଡ଼ଚଣା ଓ ବରୀ ବ୍ଲକର ଏକାଧିକ ରାସ୍ତା, ଗୃହ, ନଦୀବନ୍ଧ, ଆଲୋକୀକରଣ ଆଦି ନିର୍ମାଣ ଓ ମରାମତି ଦାୟିତ୍ୱ ପଡ଼ୋଶୀ କଟକ ଜିଲା ଚାର୍‌ବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ରହିଛି। ଏହିସବୁ ରାସ୍ତାଗୁଡ଼ିକ ଉପରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ନିୟମିତ ଭାବେ ସମୀକ୍ଷା ହେଉ ନ ଥିବାରୁ ମନମୁଖି ନିର୍ମାଣ ସହ ହରିଲୁଟ୍‌ ହେଉଥିବା ଅଭିଯୋଗ ହେଉଛି। ଏପରିକି କେତେଜଣ ପ୍ରତିଷ୍ଠିତ ଠିକାଦାର ବିଭାଗୀୟ ଚୁକ୍ତିକୁ ଅଣଦେଖା କରୁଥିବାରୁ ରାସ୍ତା ନିର୍ମାଣ, ସମ୍ପ୍ରସାରଣ କିମ୍ବା ମରାମତି ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଫଳରେ ନିର୍ମାଣ ସମୟରେ ହିଁ ଅଧିକାଂଶ ଭାଗ ରାସ୍ତା ନଷ୍ଟ ହେଉଥିବା ମତପ୍ରକାଶ ପାଉଛି। ଏହିକ୍ରମରେ ରାଜ୍ୟ ସରକାର ବହୁ କୋଟି ଟଙ୍କା କ୍ଷତି ସହିବା ସହ ସମ୍ପୃକ୍ତ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବହୁ କୋଟି ଟଙ୍କା ମଞ୍ଜୁର ହୋଇ ନିର୍ମାଣାଧୀନ ନଦୀବନ୍ଧ, ମିଶନ ଶକ୍ତି ଭବନ, ଆଲୋକୀକରଣ ଏବଂ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଫଳରେ ଚାରବାଟିଆ ପୂର୍ତ୍ତ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ନିର୍ମାଣ ଦାୟିତ୍ୱରେ ଥିବା କ୍ରିଷ୍ଣା କନଷ୍ଟ୍ରକ୍ସନ, ପ୍ରେମସାଇ କନଷ୍ଟ୍ରକ୍ସନ, ଇଲେକ୍ଟ୍ରିକାଲ ଏମ୍‌ଭି କ୍ଲାସ କଣ୍ଟ୍ରାକ୍ଟର ମାରୁତି କନଷ୍ଟ୍ରକ୍ସନ ଓ ରାଉତ ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ଲିମିଟେଡ୍‌ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ କରିଛନ୍ତି। ତେବେ ଏଭଳି ଜବାବ ତଲବ କାଗଜପତ୍ରରେ ସୀମିତ ରହି ଆସୁଥିବାରୁ ଠିକାଦାରମାନେ କାହାରିକୁ ଭ୍ରୂକ୍ଷେପ କରୁ ନ ଥିବା ଚର୍ଚ୍ଚା ହେଉଛି।
ଯାଜପୁର ଜିଲା ଅନ୍ତର୍ଗତ ବୈରୀଠାରୁ ଚଣ୍ଡିଖୋଲ ଜଳସେଚନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୬.୬୦୦ କି.ମି. ଲମ୍ବ ହାଇଲେଭଲ କେନାଲ ଡାହାଣ ପାର୍ଶ୍ୱ ବନ୍ଧ ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟ ପାଇଁ ଚାରବାଟିଆ ପୂର୍ତ୍ତ ବିଭାଗ ପକ୍ଷରୁ ୮ କୋଟି ୭୪ ଲକ୍ଷ ୨୮ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିବାବେଳେ କ୍ରିଷ୍ଣା କନଷ୍ଟ୍ରକ୍ସନ ଠିକାସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ୨୨ା୬ା୨୦୨୨ରେ ଏହା ଆରମ୍ଭ ହୋଇଥିବାବେଳେ ୨୧ା୫ା୨୦୨୩ ରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଚୁକ୍ତିରେ ନିର୍ଦ୍ଧାରିତ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ୪ କୋଟି ୮ ଲକ୍ଷ ୩ ହଜାର ଟଙ୍କା (୪୬.୬୭%) କାମ ସରିଛି। ଚୁକ୍ତି ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଏହି ଗୁରୁତ୍ୱପୂର୍ଣ୍ଣ କେନାଲ ବନ୍ଧ ଅସମ୍ପୂର୍ଣ୍ଣ ରହିଛି। ଫଳରେ ବର୍ଷା ସମୟରେ କିଛି ଅଂଶ କାର୍ଯ୍ୟ ଧୋଇ ହୋଇଯାଇଛି। ନିମ୍ନମାନର ଏବଂ ଆବଶ୍ୟକ ଅନୁଯାୟୀ ନିର୍ମାଣ ସାମଗ୍ରୀ ବ୍ୟବହାର ହୋଇ ନ ଥିବାରୁ ତାହା ସହଜରେ ନଷ୍ଟ ହୋଇଯାଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଠିକାଦାର ଓ ଯନ୍ତ୍ରୀଙ୍କ ଅସାଧୁ ମେଣ୍ଟ ରହିଥିବାରୁ ସିଂହଭାଗ ଅର୍ଥ ହେରଫେର ହେଉଥିବା ଚର୍ଚ୍ଚା ହେଉଛି।
ବଡଚଣା ବ୍ଲକସ୍ତରରେ ନିର୍ମାଣାଧୀନ ମିଶନ ଶକ୍ତି ଭବନରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପ୍ରକଳ୍ପ ୨୦ା୩ା୨୦୨୨ରେ ଆରମ୍ଭ ହୋଇ ୨୦ା୭ା୨୦୨୩ରେ ସମ୍ପୂର୍ଣ୍ଣ କରିବାକୁ ଚୁକ୍ତି ହୋଇଥିଲା। କିନ୍ତୁ ସମ୍ପୃକ୍ତ ଠିକାସଂସ୍ଥା ପ୍ରେମସାଇ କନଷ୍ଟ୍ରକ୍ସନ ଚୁକ୍ତି ଅନୁଯାୟୀ ବ୍ୟୟ ଅଟକଳର ୪୫.୧୭ ଲକ୍ଷ ଟଙ୍କାରୁ ମାତ୍ର ୪୧.୫୦% ଅର୍ଥାତ ୧୮.୭୪ ଲକ୍ଷ ଟଙ୍କାର କାମ ସାରିଛି। ଏହିକ୍ରମରେ ବିଭାଗ ପକ୍ଷରୁ ବ୍ୟୟ ଅଟକଳର ଦର ବୃଦ୍ଧି କରିବାର ସୁଯୋଗ ଦେବାକୁ ଉଦ୍ୟମ କରାଯାଉଥିବା ସନ୍ଦେହ ଉପୁଜିଛି।
ଯାଜପୁର ଜିଲାର ଶୁଖୁଆପଡ଼ା ଗ୍ରାମ କୁଟୀର ଶିଳ୍ପ ପାଇଁ ପ୍ରସିଦ୍ଧି ଲାଭ କରିଛି। ପ୍ରତିବର୍ଷ ଏହି ଗ୍ରାମ ଓ କାରିଗରଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଉଛି। ଏହିକ୍ରମରେ ୫୩ ନମ୍ବର ଜାତୀୟ ରାଜପଥର ବନ୍ଦେଶ୍ୱର ଛକଠାରୁ ଶୁଖୁଆପଡ଼ା ଏବଂ କାରିଗରମାନଙ୍କ କାର୍ଯ୍ୟକ୍ଷେତ୍ର ପର୍ଯ୍ୟନ୍ତ ଆଲୋକୀକରଣ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ସମ୍ବଲପୁର ଅଇଁଠାପାଲି ଅଞ୍ଚଳର ମାରୁତି କନଷ୍ଟ୍ରକ୍ସନ ଇଲେକ୍ଟ୍ରିକାଲ ଏମ୍‌ଭି କ୍ଲାସ କଣ୍ଟ୍ରାକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି କାର୍ଯ୍ୟ ୨୮ା୧୦ା୨୦୨୨ରେ ଆରମ୍ଭ ହୋଇ ୨୭ା୧ା୨୦୨୩ରେ ଶେଷ କରିବାକୁ ନିର୍ଦ୍ଧାରିତ ହୋଇଥିଲା। ତେବେ ଅବଧି ଶେଷହେବାର ପ୍ରାୟ ୭ ମାସ ଅତିକ୍ରାନ୍ତ ହେବାକୁ ଥିବାବେଳେ କାର୍ଯ୍ୟର ଅଗ୍ରଗତି ଅତି ନୈରାଶ୍ୟଜନକ ରହିଛି। ଏହାବାଦ ନାମୀଦାମୀ କମ୍ପାନୀ ବଦଳରେ ଅତି ନିମ୍ନମାନର ବିଦ୍ୟୁତ୍‌ ସାମଗ୍ରୀ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି।
ବଡ଼ଚଣାଠାରୁ ଦର୍ପଣୀ ୧୨.୭୦୦ କି.ମି. ରାସ୍ତାର ସୁଦୃଢ଼ୀକରଣ ଓ ସମ୍ପ୍ରସାରଣ ଏବଂ ମହାବିନାୟକ ମନ୍ଦିରକୁ ଆପ୍ରୋଚ୍‌ ରୋଡ୍‌ ପାଇଁ ୮ କୋଟି ୭୨ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ରାଉତ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରା.ଲି. ଠିକାସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ଏହି କାର୍ଯ୍ୟ ୨ା୮ା୨୦୨୩ରେ ସାରିବାକୁ ନିର୍ଦ୍ଧାରଣ ହୋଇଥିଲେ ହେଁ ମାତ୍ର ୪୫% କାମ ସରିଛି। ଏଭଳି ଭାବେ ସମ୍ପୃକ୍ତ ଠିକାସଂସ୍ଥାଗୁଡ଼ିକ ଚୁକ୍ତିକୁ ଅଣଦେଖା କରୁଥିବାରୁ ଯୋଜନାର ସଫଳତା ଲୋକଙ୍କ ପାଖରେ ଠିକ ଭାବେ ପହଞ୍ଚିପାରୁ ନ ଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri