ସ୍ବାଭିମାନ ହରାଉଛି ମୋ ପଟ୍ଟାମୁଣ୍ଡାଇ

ପଟ୍ଟାମୁଣ୍ଡାଇ,୩ା୨(କଳ୍ପତରୁ ନାୟକ): ସୀମା ପୁନଃ ନିର୍ଦ୍ଧାରଣରେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ଉଚ୍ଛେଦ ପରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ଅବହେଳିତ ହେବା ସହ ସ୍ବାଭିମାନ ନିଶ୍ଚିହ୍ନ ହେବାକୁ ବସିଛି  । ପଟ୍ଟାମୁଣ୍ଡାଇର ସ୍ବାଭିମାନ ଫେରାଇ ଆଣିବା ପାଇଁ କେତେକ ସଙ୍ଗଠନ ଉଦ୍ୟମ ଜାରି ରଖିଥିବାବେଳେ ଶାସକ ଦଳର ପୃଷ୍ଠପୋଷକତା ଲାଭ କରିଥିବା କେତେଜଣ ରାଜନେତା ସୁନେଲି ସ୍ବପ୍ନ ଦେଖାଇ ଚାଲିଛନ୍ତି । ଅନ୍ୟପକ୍ଷେ ଅର୍ନ୍ତଦ୍ୱନ୍ଦ୍ୱରେ ବୁଡ଼ି ରହିଥିବା ମୁଖ୍ୟ ବିରୋଧୀ ଦଳମାନେ ନୀରବ ଦର୍ଶକ ସାଜିଛନ୍ତି ବୋଲି ଅଭିଯୋଗ ହୋଇଛି ।

ଏ ସଂକ୍ରାନ୍ତରେ ବୁଦ୍ଧିଜୀବୀ ପ୍ରମୋଦ ସାହୁ, ଅନନ୍ତ ଦାଶ, ପ୍ରବୀର ନାୟକ ପ୍ରମୁଖ କୁହନ୍ତି, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଆସନ ୧୯୬୭ ମସିହାରୁ ସଂରକ୍ଷିତ ହୋଇଥିଲା। ଏହା ପୂର୍ବରୁ ଯୁଗ୍ମ ନିର୍ବାଚନ ମଣ୍ଡଳୀ ଥିଲା। ସେବେଠାରୁ ସଂସ୍କୃତି, ପରମ୍ପରା, ଜୀବନଜୀବିକାର,ରାଜନୀତି ଓ ଚାଷ ଆଦି କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ଭାଇଚାରା ଓ ସ୍ବାଭିମାନର ପ୍ରତୀକ ବୋଲି ଜିଲାବାସୀ କହୁଥିଲେ । ମାତ୍ର ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ପଟ୍ଟାମୁଣ୍ଡାଇକୁ ଭାଗଭାଗ କରିଦିଆ ଯିବାରୁ ପଟ୍ଟାମୁଣ୍ଡାଇର ସ୍ବାଭିମାନ ହାନୀ ହୋଇଥିଲା । ୨୦୧୪ ପରଠାରୁ ଏହି ସ୍ବାଭିମାନ ଲୋପ ପାଇବାରେ ଲାଗିଛି  ।

୧୯୭୬ରେ ପ୍ରଥମ ବିଧାନସଭା ନିର୍ବାଚନରେ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀରୁ ବିଶ୍ୱନାଥ ମଲିକ(ପ୍ରଜା ସମାଜବାଦୀ ପାର୍ଟି), ୧୯୭୧ରେ ପ୍ରହଲ୍ଲାଦ ମଲିକ (ଉତ୍କଳ କଂଗ୍ରେସ), ୧୯୭୪ରେ ବିଶ୍ୱନାଥ ମଲିକ (ଜାତୀୟ କଂଗ୍ରେସ), ୧୯୭୭ରେ ତାପସ ଦାସ (ଜନତା ଦଳ), ୧୯୮୦ରେ ବିଶ୍ୱନାଥ ମଲିକ (କଂଗ୍ରେସ), ୧୯୮୫ରେ ଗଣେଶ୍ୱର ବେହେରା (କଂଗ୍ରେସ), ୧୯୯୦ରେ ରାଧାକାନ୍ତ ସେଠୀ (ସିପିଏମ ) ୧୯୯୫ରେ ଗଣେଶ୍ୱର ବେହେରା (କଂଗ୍ରେସ), ୨୦୦୦ରେ ତାପସ ଦାସ (ବିଜେଡି), ୨୦୦୪ରେ କିଶୋର ତରାଇ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ପଟ୍ଟାମୁଣ୍ଡାଇ ସ୍ବାଭିମାନକୁ ବଞ୍ଚାଇ ରଖିଥିଲେ । ପଟ୍ଟାମୁଣ୍ଡାଇ ଅଞ୍ଚଳରେ ହେଉଥିବା ସଭା ସମିତିରେ ଦଳଗତ ମତ ନିର୍ବିଶେଷରେ ସମସ୍ତେ ଭାଇଭାଇ ହୋଇ ପଟ୍ଟାମୁଣ୍ଡାଇର ସ୍ବାଭିମାନର ଗାରିମାକୁ ବଜାଇ ରଖିଥିଲେ । ମାତ୍ର ୨୦୦୯ରେ ରାଜନଗର ନିର୍ବାଚନ ମଣ୍ଡଳୀ କରାଯିବା ସହିତ ଅଧିକାଂଶ ନିର୍ବାଚିତ ପ୍ରତିନିଧି ରାଜନଗରରୁ ହୋଇଥିବାରୁ ପଟ୍ଟାମୁଣ୍ଡାଇ ବିକାଶରେ ବ୍ରେକ୍‌ ଲାଗିବା ସହ ସ୍ବାଭିମାନକୁ ଦଳିମକଚି ଦେଇସାରିଲେଣି । ଖାଲି ବାଇପାସ ଠାରେ ମୋ ସ୍ବାଭିମାନ ମୋ ପଟ୍ଟାମୁଣ୍ଡାଇ ଲେଖି ପଟ୍ଟାମୁଣ୍ଡାଇବାସୀଙ୍କୁ ସୁନେଲି ସ୍ବପ୍ନ ଦେଖାଇଚାଲିଛନ୍ତି।

ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀକୁ ଭାଗ ଭାଗ କରି ପଟ୍ଟାମୁଣ୍ଡାଇର ୧୯ ପଞ୍ଚାୟତ ଓ ପୌରପାଳିକାର ୨୦ ୱାର୍ଡ ରାଜନଗର ନିର୍ବାଚନ ମଣ୍ଡଳୀରେ ଏବଂ ୧୨ଟା ପଞ୍ଚାୟତକୁ କେନ୍ଦ୍ରାପଡ଼ା ଆସନରେ ମିଶାଇ ଦିଆଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ, ଗମନାଗମନ, ସହରୀକରଣ, ଆଇନସେବା, କୃଷି, ଜଳସେଚନ, ରିନୋଭେଶନ ଆଦି କ୍ଷେତ୍ରରେ ଅବହେଳିତ କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇର ସ୍ବାଭିମାନକୁ ଧିରେଧିରେ ଧୁଳିସାତ କରାଯାଉଥିବ ଅଭିଯୋଗ ହୋଇଛି । ଖାଲି ବଡବଡ ବୋର୍ଡରେ ମୋ ସ୍ବାଭିମାନ ମୋ ପଟ୍ଟାମୁଣ୍ଡାଇ ଲେଖି ପଟ୍ଟାମୁଣ୍ଡାଇବାସୀଙ୍କୁ ନିରାଶ କରାଯାଉଛି। ଏଥିନେଇ ପଟ୍ଟାମୁଣ୍ଡାଇର ନେତୃତ୍ୱ ନେଉଥିବା ଶାସକ କିମ୍ବା ବିରୋଧୀଙ୍କ କୌଣସି ସ୍ବତନ୍ତ୍ର ଦୃଷ୍ଟି ଭଙ୍ଗି ରହୁନାହିଁ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri