ସ୍ବାଭିମାନ ହରାଉଛି ମୋ ପଟ୍ଟାମୁଣ୍ଡାଇ

ପଟ୍ଟାମୁଣ୍ଡାଇ,୩ା୨(କଳ୍ପତରୁ ନାୟକ): ସୀମା ପୁନଃ ନିର୍ଦ୍ଧାରଣରେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ଉଚ୍ଛେଦ ପରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ଅବହେଳିତ ହେବା ସହ ସ୍ବାଭିମାନ ନିଶ୍ଚିହ୍ନ ହେବାକୁ ବସିଛି  । ପଟ୍ଟାମୁଣ୍ଡାଇର ସ୍ବାଭିମାନ ଫେରାଇ ଆଣିବା ପାଇଁ କେତେକ ସଙ୍ଗଠନ ଉଦ୍ୟମ ଜାରି ରଖିଥିବାବେଳେ ଶାସକ ଦଳର ପୃଷ୍ଠପୋଷକତା ଲାଭ କରିଥିବା କେତେଜଣ ରାଜନେତା ସୁନେଲି ସ୍ବପ୍ନ ଦେଖାଇ ଚାଲିଛନ୍ତି । ଅନ୍ୟପକ୍ଷେ ଅର୍ନ୍ତଦ୍ୱନ୍ଦ୍ୱରେ ବୁଡ଼ି ରହିଥିବା ମୁଖ୍ୟ ବିରୋଧୀ ଦଳମାନେ ନୀରବ ଦର୍ଶକ ସାଜିଛନ୍ତି ବୋଲି ଅଭିଯୋଗ ହୋଇଛି ।

ଏ ସଂକ୍ରାନ୍ତରେ ବୁଦ୍ଧିଜୀବୀ ପ୍ରମୋଦ ସାହୁ, ଅନନ୍ତ ଦାଶ, ପ୍ରବୀର ନାୟକ ପ୍ରମୁଖ କୁହନ୍ତି, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଆସନ ୧୯୬୭ ମସିହାରୁ ସଂରକ୍ଷିତ ହୋଇଥିଲା। ଏହା ପୂର୍ବରୁ ଯୁଗ୍ମ ନିର୍ବାଚନ ମଣ୍ଡଳୀ ଥିଲା। ସେବେଠାରୁ ସଂସ୍କୃତି, ପରମ୍ପରା, ଜୀବନଜୀବିକାର,ରାଜନୀତି ଓ ଚାଷ ଆଦି କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ଭାଇଚାରା ଓ ସ୍ବାଭିମାନର ପ୍ରତୀକ ବୋଲି ଜିଲାବାସୀ କହୁଥିଲେ । ମାତ୍ର ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ପଟ୍ଟାମୁଣ୍ଡାଇକୁ ଭାଗଭାଗ କରିଦିଆ ଯିବାରୁ ପଟ୍ଟାମୁଣ୍ଡାଇର ସ୍ବାଭିମାନ ହାନୀ ହୋଇଥିଲା । ୨୦୧୪ ପରଠାରୁ ଏହି ସ୍ବାଭିମାନ ଲୋପ ପାଇବାରେ ଲାଗିଛି  ।

୧୯୭୬ରେ ପ୍ରଥମ ବିଧାନସଭା ନିର୍ବାଚନରେ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀରୁ ବିଶ୍ୱନାଥ ମଲିକ(ପ୍ରଜା ସମାଜବାଦୀ ପାର୍ଟି), ୧୯୭୧ରେ ପ୍ରହଲ୍ଲାଦ ମଲିକ (ଉତ୍କଳ କଂଗ୍ରେସ), ୧୯୭୪ରେ ବିଶ୍ୱନାଥ ମଲିକ (ଜାତୀୟ କଂଗ୍ରେସ), ୧୯୭୭ରେ ତାପସ ଦାସ (ଜନତା ଦଳ), ୧୯୮୦ରେ ବିଶ୍ୱନାଥ ମଲିକ (କଂଗ୍ରେସ), ୧୯୮୫ରେ ଗଣେଶ୍ୱର ବେହେରା (କଂଗ୍ରେସ), ୧୯୯୦ରେ ରାଧାକାନ୍ତ ସେଠୀ (ସିପିଏମ ) ୧୯୯୫ରେ ଗଣେଶ୍ୱର ବେହେରା (କଂଗ୍ରେସ), ୨୦୦୦ରେ ତାପସ ଦାସ (ବିଜେଡି), ୨୦୦୪ରେ କିଶୋର ତରାଇ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ପଟ୍ଟାମୁଣ୍ଡାଇ ସ୍ବାଭିମାନକୁ ବଞ୍ଚାଇ ରଖିଥିଲେ । ପଟ୍ଟାମୁଣ୍ଡାଇ ଅଞ୍ଚଳରେ ହେଉଥିବା ସଭା ସମିତିରେ ଦଳଗତ ମତ ନିର୍ବିଶେଷରେ ସମସ୍ତେ ଭାଇଭାଇ ହୋଇ ପଟ୍ଟାମୁଣ୍ଡାଇର ସ୍ବାଭିମାନର ଗାରିମାକୁ ବଜାଇ ରଖିଥିଲେ । ମାତ୍ର ୨୦୦୯ରେ ରାଜନଗର ନିର୍ବାଚନ ମଣ୍ଡଳୀ କରାଯିବା ସହିତ ଅଧିକାଂଶ ନିର୍ବାଚିତ ପ୍ରତିନିଧି ରାଜନଗରରୁ ହୋଇଥିବାରୁ ପଟ୍ଟାମୁଣ୍ଡାଇ ବିକାଶରେ ବ୍ରେକ୍‌ ଲାଗିବା ସହ ସ୍ବାଭିମାନକୁ ଦଳିମକଚି ଦେଇସାରିଲେଣି । ଖାଲି ବାଇପାସ ଠାରେ ମୋ ସ୍ବାଭିମାନ ମୋ ପଟ୍ଟାମୁଣ୍ଡାଇ ଲେଖି ପଟ୍ଟାମୁଣ୍ଡାଇବାସୀଙ୍କୁ ସୁନେଲି ସ୍ବପ୍ନ ଦେଖାଇଚାଲିଛନ୍ତି।

ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀକୁ ଭାଗ ଭାଗ କରି ପଟ୍ଟାମୁଣ୍ଡାଇର ୧୯ ପଞ୍ଚାୟତ ଓ ପୌରପାଳିକାର ୨୦ ୱାର୍ଡ ରାଜନଗର ନିର୍ବାଚନ ମଣ୍ଡଳୀରେ ଏବଂ ୧୨ଟା ପଞ୍ଚାୟତକୁ କେନ୍ଦ୍ରାପଡ଼ା ଆସନରେ ମିଶାଇ ଦିଆଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ, ଗମନାଗମନ, ସହରୀକରଣ, ଆଇନସେବା, କୃଷି, ଜଳସେଚନ, ରିନୋଭେଶନ ଆଦି କ୍ଷେତ୍ରରେ ଅବହେଳିତ କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇର ସ୍ବାଭିମାନକୁ ଧିରେଧିରେ ଧୁଳିସାତ କରାଯାଉଥିବ ଅଭିଯୋଗ ହୋଇଛି । ଖାଲି ବଡବଡ ବୋର୍ଡରେ ମୋ ସ୍ବାଭିମାନ ମୋ ପଟ୍ଟାମୁଣ୍ଡାଇ ଲେଖି ପଟ୍ଟାମୁଣ୍ଡାଇବାସୀଙ୍କୁ ନିରାଶ କରାଯାଉଛି। ଏଥିନେଇ ପଟ୍ଟାମୁଣ୍ଡାଇର ନେତୃତ୍ୱ ନେଉଥିବା ଶାସକ କିମ୍ବା ବିରୋଧୀଙ୍କ କୌଣସି ସ୍ବତନ୍ତ୍ର ଦୃଷ୍ଟି ଭଙ୍ଗି ରହୁନାହିଁ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri