ହିଣ୍ଡନ ନଦୀରେ ୫୦୦ କାର ଭାସୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୨୫।୭ : ଉତ୍ତରପ୍ରଦେଶର ଗଙ୍ଗା ଏବଂ ଯମୁନା ନଦୀ ପରେ ବର୍ତ୍ତମାନ ହିଣ୍ଡୋନ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏହାର ଜଳ ନୋଏଡା ରାସ୍ତାରେ ସଙ୍କଟ ସୃଷ୍ଟି କରୁଛି। ଏକ ଯୋଜନାବଦ୍ଧ ସହର ଭାବେ ବିବେଚନା କରାଯାଉଥିବା ନୋଏଡା, ମୌସୁମୀ ବର୍ଷାକୁ ପ୍ରତିହତ କରିବାରେ ବିଫଳ ହୋଇଥିବା ଜଣାପଡିଛି। ନଦୀରେ ବହୁ କାର ଭାସୁଥିବାର ଭିଡିଓ ସୋସିଆଲ ଭାଇରାଲ ହେବାରେ ଲାଗିଛି। ଲୋକମାନେ ପାଣି ପାର ହୋଇ ଡ୍ୟୁଟିରେ ଯିବାକୁ ବାଧ୍ୟ ହେଉଛନ୍ତି।

ନୋଏଡାର ଇକୋଟେକ ନିକଟବର୍ତ୍ତୀ ଅଞ୍ଚଳ ହିଣ୍ଡନ ନଦୀର ଜଳସ୍ତର ଯୋଗୁଁ ଜଳମଗ୍ନ ହୋଇଯାଇଛି।

ଜିଲା ମାଜିଷ୍ଟ୍ରେଟ ଗୌତମ ବୁଦ୍ଧ ନଗର ମନୀଷ କୁମାର ବର୍ମା କହିଛନ୍ତି ଗତ ୩ ଦିନରୁ ହିଣ୍ଡନ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ଲୋକଙ୍କୁ ଉପକୂଳ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଭାଇରାଲ ହେଉଥିବା ଯାନବାହାନ ବୁଡ଼ିଯିବାର ଭିଡିଓ ହେଉଛି ଜଳମଗ୍ନ ଅଞ୍ଚଳର ଏକ ଗାଁର।

Share