ବିଗ୍‌ବସ୍‌-୧୫ର ନୂଆ ପ୍ରେମ ପକ୍ଷୀ

ବମ୍ବେ: ବିଗ୍‌ବସ୍‌ ୧୫ ଘରେ ବୋହିଲାଣି ପ୍ରେମର ପବନ। ଗତ କିଛି ଦିନ ଧରି ପ୍ରତିଯୋଗୀ ପ୍ରତୀକ ସେହଜପାଲ ଏବଂ ଗାୟିକା ଅକାଶା ସିଂହଙ୍କ ମଧ୍ୟରେ ନୂଆ ସମ୍ପର୍କ ଆରମ୍ଭ ହୋଇଛି। ଅକାଶା ନିଜର ମନ କଥା ଘରର ଅନ୍ୟ ସଦସ୍ୟଙ୍କ ସହ ବାଣ୍ଟୁଥିବା ବେଳେ ପ୍ରତୀକଙ୍କ ହୃଦୟରେ ମଧ୍ୟ ଘଣ୍ଟି ବାଜିଛି। ନିକଟରେ ପ୍ରସାରିତ ହୋଇଥିବା ଏପିସୋଡରେ କରନ୍‌ କୁନ୍ଦ୍ରା ଅକାଶାଙ୍କ ସହ ପ୍ରତୀକଙ୍କ ବିଷୟରେ ଆଲୋଚନା କରୁଥିବା ଦେଖାଯାଇଛି।

ପୂର୍ବରୁ ବିଗ୍‌ବସ୍‌ ଓଟିଟିରେ ପ୍ରତିଯୋଗୀ ନେହାଙ୍କ ସହ ପ୍ରତୀକଙ୍କ ଯୋଡ଼ି ବେଶ ଜମିଥିଲା। ନେହା ବିବାହିତ ଥିବା ସତ୍ତ୍ୱେ ପ୍ରତୀକଙ୍କ ପାଖେପାଖେ ରହୁଥିଲେ। ଉଭୟଙ୍କୁ ନେଇ ଅନେକ ସମାଲୋଚନା ମଧ୍ୟ କରିଥିଲେ। ହେଲେ ଏବେ ସବୁକିଛି ଠିକ୍‌ ଚାଲିଥିବା ନଜର ଆସୁଛି। ନେହା ପ୍ରତୀକଙ୍କୁ କେବଳ ଜଣେ ଭଲ ବନ୍ଧୁ ବୋଲି କହିଛନ୍ତି। ସେହିଭଳି ପ୍ରତୀକ ନେହାଙ୍କୁ ଅପଶବ୍ଦ କୁହନ୍ତୁ ନାହିଁ ବୋଲି ପ୍ରଶଂସକଙ୍କୁ ଅନୁରୋଧ କରିଥିଲେ।

Share