ଭୁବନେଶ୍ୱର,୨୨।୧୨: ଚିଟ୍ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା ସଭାପତି ମନମୋହନ ସାମଲ କହିଛନ୍ତି, ଗୋଟିଏ ପରେ ଗୋଟିଏ ନିର୍ବାଚନ ପ୍ରତିଶ୍ରୁତି ସରକାର ପାଳନ କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଲକ୍ଷାଧିକ ଚିଟ୍ଫଣ୍ଡ ଜମାକାରୀ ଟଙ୍କା ପାଇ ସାରିଲେଣି। ଏବେ ସରକାର ଆଉ ୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି।
ପର୍ଯ୍ୟାୟକ୍ରମେ ଅନ୍ୟ ଜମାକାରୀଙ୍କୁ ମଧ୍ୟ ଟଙ୍କା ଫେରାଯିବ। ବଡ଼ ଜମାକାରୀ ମଧ୍ୟ ଟଙ୍କା ଫେରିପାଇବେ ବୋଲି ମନମୋହନ କହିଛନ୍ତି।


