ଏକଦା ରଜନୀକାନ୍ତଙ୍କ ଏଭଳି କଥା ଶୁଣି ହିସିଥିଲେ ବିଗ୍‌ ବି: ବୋହୂ ଐଶ୍ୱର୍ଯ୍ୟାଙ୍କ ସହ ‘ରୋବଟ୍‌’ରେ ରୋମାନ୍ସ କରିବାକୁ ନେଇ…

ରଜନୀକାନ୍ତ ଗତ ପାଞ୍ଚ ଦଶନ୍ଧି ଧରି ସିନେମା ଜଗତରେ ରାଜ କରି ଆସୁଛନ୍ତି। ତାଙ୍କର ଏହି ଦୀର୍ଘ କ୍ୟାରିୟରରେ, ଏପରି ଅନେକ କାହାଣୀ ଅଛିି, ଯାହାକୁ ମନେପକାଇ ସେ ନିଜେ ହସିଥାନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛୁ, ଯାହା ଶୁଣିବା ପରେ ଅମିତାଭ ବଚ୍ଚନ ମଧ୍ୟ ହସିବାକୁ ବାଧ୍ୟ ହୋଇଥିଲେ।

ବାସ୍ତବରେ ସୁପରଷ୍ଟାର ରଜନୀକାନ୍ତ ଐଶ୍ୱର୍ଯ୍ୟା ରାୟଙ୍କ ସହ ଏସ୍‌ ଶଙ୍କରଙ୍କ ଫିଲ୍ମ ‘ରୋବଟ୍‌’ରେ କାମ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୨୩ ବର୍ଷର ବୟସ ପାର୍ଥକ୍ୟ ଥିଲା। ଏହା ସତ୍ତ୍ୱେ ଉଭୟଙ୍କୁ ଫିଲ୍ମରେ କପଲ୍‌ ଭାବରେ ଦେଖିବାକୁ ମିଳିଥିଲା। ୨୦୧୦ ମସିହାରେ ଏହି ଚଳଚ୍ଚିତ୍ରର ଶୁଭାରମ୍ଭ ସମୟରେ ରଜନୀକାନ୍ତ ଗଣମାଧ୍ୟମକୁ ଫିଲ୍ମ ସହ ଜଡିତ ଏକ ମଜାଳିଆ କଥା କହିଥିଲେ। ସେ କହିଥିଲେ ତାଙ୍କ ଭାଇଙ୍କ ପଡ଼ୋଶୀ ଜଣେ ରାଜସ୍ଥାନୀ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କି ରଜନୀକାନ୍ତ ଐଶ୍ୱର୍ଯ୍ୟାଙ୍କ ହିରୋ ଭୂମିକାରେ ଅଭିନୟ କରିଛନ୍ତି।

ଯେତେବେଳେ ପ୍ରଶଂସକ ରଜନୀକାନ୍ତଙ୍କୁ ଦେଖିଲେ, ସେ କହିଥିଲେ -ରଜନୀ କ୍ୟା ହାଲ, ବାଲ-ଓ୍ବାଲ ସବ୍‌ କ୍ୟା ହୋ ଗୟା । ରଜନୀକାନ୍ତ ଉତ୍ତର ଦେଲେ ହଁ ଛାଡ଼। ଏହା ପରେ ସେ ପଚାରିଲେ ଆପଣ ବର୍ତ୍ତମାନ ବାର୍ଦ୍ଧକ୍ୟ ଜୀବନକୁ ଉପଭୋଗ କରୁଛନ୍ତି କି? ରଜନୀକାନ୍ତ କହିଲେ, ମୁଁ ବର୍ତ୍ତମାନ ଏକ ଫିଲ୍ମରେ କାମ କରୁଛି। ଏହା ପରେ ସେ ପୁଣି ପଚାରିଥିଲେ କେଉଁ ଫିଲ୍ମ? ରଜନୀକାନ୍ତ କହିଥିଲେ ‘ରୋବଟ’, ଫିଲ୍ମରେ ଐଶ୍ୱର୍ଯ୍ୟା ହିରୋଇନ୍‌ ବୋଲି ସେ କହିଲେ। ପ୍ରଶଂସକ ଜଣକ ଖୁସି ହୋଇ କହିଲେ ହିରୋ କିଏ। ରଜନୀକାନ୍ତ ଉତ୍ତରରେ ସେ ନିଜେ ବୋଲି କହିଥିଲେ।

ଏହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇ କହିଲେ, ତୁମେ ହିରୋ। ଏହା ପରେ ସେ ସେଠାରୁ ଚାଲିଗଲେ, କିଛି ସମୟ ପରେ ଏକ ମଜାଦାର ଘଟଣା ଘଟିଗଲା। ତାଙ୍କ ପିଲାମାନେ ମଧ୍ୟ ମୋତେ ଭେଟିବାକୁ ଆସିଥିଲେ। ସେ କହିଲେ କ’ଣ ବାପା ସେ ହିଁ ହିରୋ କହିଲେ। ସେ ସେଠାରେ ୧୦ ମିନିଟ ରହିଲେ କିନ୍ତୁ କିଛି ନ କହି କେବଳ ରଜନୀକାନ୍ତଙ୍କ ଆଡକୁ ଚାହିଁଲେ। ସେ ନିଜେ ନିଜକୁ କହୁଥିଲେ ଐଶ୍ୱର୍ଯ୍ୟାଙ୍କୁ କ’ଣ ହେଲା, ଅଭିଷେକ ବଚ୍ଚନଙ୍କୁ କ’ଣ ହେଲା, ସବୁଛାଡ଼, ଅମିତାଭଙ୍କୁ କ’ଣ ହେଲା । ହିରୋଇନ ପୁଣି ଏହି ବ୍ୟକ୍ତି ସହିତ ।

ଏହା ଶୁଣି ବିଗ୍‌ ବି ଜୋରରେ ହସିବାକୁ ଲାଗିଲା । ଏହା ପରେ ରଜନୀକାନ୍ତ ଐଶ୍ୱର୍ଯ୍ୟାଙ୍କୁ କହିଥିଲେ ମୋ ସହ କାମ କରିଥିବାରୁ ଧନ୍ୟବାଦ। ଏଥି ସହିତ, ଚଳଚ୍ଚିତ୍ରର ପ୍ରମୋଶନ ସମୟରେ ଏକ ସାକ୍ଷାତକାରରେ ରଜନୀକାନ୍ତ ଏହା ମଧ୍ୟ କହିଥିଲେ ଯେ ସେ ତାଙ୍କର ନିକଟତମ ବନ୍ଧୁ ଅମିତାଭଙ୍କ ବୋହୂ ହୋଇଥିବାରୁ ରୋବଟ ଫିଲ୍ମରେ ଏଶ୍ୱର୍ଯ୍ୟାଙ୍କ ସହ କାମ କରିବାରେ ସେ ନିଜକୁ ଅସହଜ ମନେ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri