Categories: ଫୁରସତ

ସମୁଦ୍ରକୂଳରେ ଛିଡ଼ା ହୋଇ ଲହଡ଼ିର ମଜା ନେଉଛି ଜଙ୍ଗଲର ରାଜା, ମନେ ପଡ଼ିଲା ‘ନାର୍ନିଆ’; ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ

ନିକଟରେ ଗୁଜରାଟ ସମୁଦ୍ରକୂଳରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ପ୍ରକୃତିକୁ ଭଲ ପାଉଥିବା ଏବଂ ପଶୁପ୍ରେମୀଙ୍କ ହୃଦୟ ଜିତିଛି। ଭାରତୀୟ ବନ ସେବା(ଆଇଏଫ୍‌ଏସ୍‌) ଅଧିକାରୀ ପରବୀନ କାଶଓ୍ବାନ ଏକ ପୋଷ୍ଟ ଶେୟାର କରିଥିଲେ। ଏଥିରେ ସମୁଦ୍ରକୂଳରେ ଜଙ୍ଗଲର ରାଜା ସିଂହ ଛିଡ଼ା ହୋଇ ଲହଡ଼ିର ମଜା ନେଉଥିବା ଦେଖାଯାଇଛି। ଏହି ଦୃଶ୍ୟ ଫିଲ୍ମ ‘ଦ କ୍ରୋନିକିଲ୍ସ ଅଫ୍‌ ନାର୍ନିଆ: ଦ ଲାୟନ, ଦ ବିଗ୍‌ ଆଣ୍ଡ ଦ ଓ୍ବାର୍ଡରୋବ’ର ସ୍ମୃତିକୁ ତାଜା କରିଛି। ଫିଲ୍ମର ଶେଷ ଦୃଶ୍ୟରେ ସିଂହ ସମୁଦ୍ର ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ସତକୁ ସତ ସେଭଳି କିଛି ଘଟିଛି।

ସିଂହର ଫଟୋ ଶେୟାର କରି ପରଓ୍ବିନ କ୍ୟାପ୍‌ସନରେ ଲେଖିଛନ୍ତି, ‘ଯେତେବେଳେ ନାରନିଆ ସତସତିକା ଦେଖିହୁଏ। ଗୋଟିଏ ସିଂହ ଗୁଜରାଟ ବେଳାଭୂମିରେ ଆରବ ସାଗରର ଜୁଆରର ମଜା ନେଉଥିବା ଅବସ୍ଥାରେ କଏଦ ହୋଇଛି। ’ସୋସିଆଲ ମିଡିଆରେ ଫଟୋଟି ବେଶ ଭାଇରାଲ ହେଉଛି।

ଦେଖନ୍ତୁ ଫଟୋ:

Share