ଏସବୁ କଥା ମାନି ଚଳିଳେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ହେବନି ଝଗଡ଼ା, ବଢ଼ିବ ଧନ

କୁହାଯାଏ, ସ୍ତ୍ରୀ-ସ୍ବାମୀ ଗୋଟିଏ ଗାଡିର ଦୁଇଟି ଚକ। ଯଦି ଗୋଟିଏ ଚକ ନ ରୁହେ, ତେବେ ଗାଡି ଚାଲିବା କଷ୍ଟକର ହୋଇପଡେ। ଠିକ୍‌ ସେହିପରି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଘଟିଥାଏ। ଜଣଙ୍କ ବିନା ଅନ୍ୟ ଜଣଙ୍କ ପାଇଁ ଜୀବନ ବିତାଇବା କଷ୍ଟକର ହୋଇପଡ଼େ। ଆଚାର୍ଯ୍ୟ ଚାଣକ୍ୟ ସ୍ତ୍ରୀ-ସ୍ବାମୀଙ୍କ ସମ୍ପର୍କ ମଜବୁତ କରିବା ପାଇଁ କିଛି ପରାମର୍ଶ ଦେଇଛନ୍ତି।

ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ, ବୈବାହିକ ଜୀବନରେ ସୁଖୀଥିବା ଦମ୍ପତି ସବୁ କ୍ଷେତ୍ରରେ ସଫଳତା ପାଇଥାନ୍ତି। ତେଣୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କେବେହେଲେ ବିବାଦ ନ ରହିବା ଉଚିତ୍‌। କୌଣସି କାରଣରୁ ଯଦି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ଘଟେ ତେବେ ଏହାକୁ ଅପମାନ ଭାବିବା ଅନୁଚିତ୍‌। ଏପରି କରିବା ଦ୍ୱାରା ପରିବାରରେ ସବୁବେଳେ ଖୁସି ରହିଥାଏ।
ସକରାତ୍ମକ ଚିନ୍ତାଧାରା ହେଉଛି ସଫଳତାର ଚାବିକାଠି। ତେଣୁ ଚାଣକ୍ୟ କହିଛନ୍ତି, ଘରେ ସୁଖ, ଶାନ୍ତି ପାଇଁ ପରିବାରର ସମସ୍ତ ସଦସ୍ୟ ପରସ୍ପରର ସମ୍ମାନ କରିବା ସହ ପ୍ରେମରେ ବାନ୍ଧି ରଖିବା ଉଚିତ। ଏମିତି ଘରେ ସୁଖ, ଶାନ୍ତି ଏବଂ ଧନ ବୃଦ୍ଧି ହୋଇଥାଏ।
ଅପରପକ୍ଷେ, ଯଦି ଚାପ ଏବଂ ଯନ୍ତ୍ରଣା ସବୁବେଳେ ଜୀବନରେ ରହିଥାଏ, ତେବେ ସମାଜରେ ପ୍ରଭାବଶାଳୀ ହେବା ପରେ ମଧ୍ୟ ତାଙ୍କୁ ଜୀବନରେ ଜଣେ ସଫଳ ବ୍ୟକ୍ତି କୁହାଯାଇ ପାରିବ ନାହିଁ। ତେଣୁ ଜୀବନରେ ସର୍ବଦା ଖରାପ ଅଭାସକୁ ତ୍ୟାଗ କରିବା ଆବଶ୍ୟକ।
ସ୍ତ୍ରୀ-ସ୍ବାମୀ ପରସ୍ପରକୁ ସମାନ ବ୍ୟବହାର କଲେ ସୁଖୀ ଦାମ୍ପତ୍ୟ ଜୀବନ ସଫଳ ହୁଏ। ସେହି ଘରେ କେବେହେଲେ ଟେନଶନ ରୁହେ ନାହିଁ। ତେଣୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ କେବେହେଲେ କମ ହେବା ଉଚିତ ନୁହେଁ।