ଏହି ଭାକ୍ସିନ୍‌ ନେଲେ ଆଉ ହେବନି କରୋନା…

ନୂଆଦିଲ୍ଳୀ,୨୫।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛାଲିଛି। ଦେଶରେ ସାର୍ବଜନୀକ କରୋନା ଟିକାଦାନ ଜାରି ରହିଛି। ତେବେ ଟିକା ନେଇ ଥିବା ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏଭଳି କାହିଁକି ହେଉଛି ଏବଂ କେଇଁ ଭାକ୍ସିନ୍‌ ନେଲେ କରୋନା ଆଉ ହେବନି ସେ ନେଇ ଭାରତ ବାୟୋଟେକ୍‌ର ଏମ୍‌ଡ଼ି ଡ. କୃଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ନାଜାଲ ଭାକ୍ସିନ୍‌ ନେଲେ ଆଉ କରୋନା ହେବାର ଆଶଙ୍କା ଯଥେଷ୍ଟ କମ୍‌ ରହିଥାଏ। ହାତରେ ଦିଆ ଯାଉଥିବା ଭାକ୍ସିନ୍‌ ଦ୍ୱାରା ଫୁସ୍‌ଫୁସ୍‌ର ୁପର ଏବଂ ତଳ ଅଂଶକୁ ସୁରକ୍ଷା ପ୍ରଦାନ କରିଥାଏ। ମାତ୍ର ନାକ ଦେଇ ସଂକ୍ରମିତ ହେଉଥିବା କରୋନା ଭୂତାଣୁକୁ ରୋକିବାକୁ ସକ୍ଷମ ହୋଇପାରି ନ ଥାଏ। ତେଣୁ ହାତରେ ଟିକା ନେଇଥିବା ଲୋକେ ପୁଣି ଥରେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଦୁଇ ଥର ଡୋଜ୍‌ ନେଲେବି କିଛି ଫରକ ପଡୁନାହିଁ। ଏପରିସ୍ଥଳେ ନାଜାଲ ଭାକ୍ସିନ୍‌ ଥରେ ନାକରେ ନେଲେ ଏହା ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରିଥାଏ॥ ନାକର ଦୁଇ ପୁଡ଼ାରେ ଦୁଇ ଦୁଇ ବୁନ୍ଦା ନାଜାଲ ଭାକ୍ସିନ୍‌ ପକାଇଲେ କରୋନାରୁ ଦୂରେଇ ରହିବା ସମ୍ଭବ ହୋଇପାରିଥାଏ। ନାଜାଲ ଭାକ୍ସିନ୍‌ର ପ୍ରଭାବଶାଳୀ ଭୂମିକା ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଥିବା ସେ କହିଛନ୍ତି।

Share