ମଦ ଶୁଙ୍ଘିଲେ ଆଉ ହେବନି କରୋନା ସଂକ୍ରମଣ, ଦାବି କଲେ ବୈଜ୍ଞାନିକ…

ଓ୍ବାଶିଂଟନ,୬।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ମାର୍ଗଦର୍ଶିକା ଅନ୍ତର୍ଗତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ନିରନ୍ତର ସାନିଟାଇଜରରେ ହାତ ସଫା କରିବାକୁ ପରାମର୍ଶ ଦିଆଯାଉଛି। ସାନିଟାଇଜରରେ ଆଲକୋହଲ ଥିବାରୁ କରୋନା ଭୂତାଣୁ ନଷ୍ଟ ହେଉଥିବାର କୁହାଯାଉଛି। ଏପରିସ୍ଥଳେ ଆମେରିକାର କେତେକ ବୈଜ୍ଞାନିକ ମଦ ବାଷ୍ପ ଶୁଙ୍ଘିଲେ କରୋନା ସଂକ୍ରମଣ ହେବ ନାହିଁ ବୋଲି ଦାବି କରିଛନ୍ତି। ଏନେଇ ଅଧିକ ଗବେଷଣା ଜାରି ରହିଛି। ଏହାଦ୍ୱାରା ମାତ୍ର ଅଳ୍ପ କିଛି ମିନିଟ୍‌ ମଧ୍ୟରେ ନିଶ୍ୱାସ ନେବା ସହଜ ହୋଇ ପାରିବ ବୋଲି ବୈଜ୍ଞାନିକ କହିଛନ୍ତି। ଫୁସ୍‌ଫୁସ୍‌ ସଂକ୍ରମଣରୁ ମଧ୍ୟ ମଦ ବାଷ୍ପ ସୁରକ୍ଷା ଦେବ। ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ୍‌ ଆଡମିନିଷ୍ଟ୍ରେଶନର ସେଣ୍ଟର ଫର୍‌ ଡଗ୍‌ ଇଭୋଲ୍ୟୁଶନ୍‌ ଆଣ୍ଡ୍‌ ରିସର୍ଚ୍ଚ ପକ୍ଷରୁ ଏନେଇ ଗବେଷଣା କରାଯାଉଛି। ଦିଲ୍ଲୀର ବୈଜ୍ଞାନିକ ଶକ୍ତି ଶର୍ମା ଏନେଇ କରିଥିବା ପରୀକ୍ଷା ନିରୀକ୍ଷାରେ ସଫଳତା ହାସଲ କରିବା ପରେ ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ୍‌ ଆଡମିନିଷ୍ଟ୍ରେଶନକୁ ଚିଠି ଲେଖିଛନ୍ତି। ଏନେଇ ଇଣ୍ଟର ନ୍ୟାଶ୍‌ନାଲ୍‌ ଜର୍ନାଲ୍‌ ଅଫ୍‌ ବେସିକ୍‌ ଆଣ୍ଡ୍‌ କ୍ଲିନିକାଲ ଫର୍ମାକୋଲୋଜି ବ୍ରିଟେନ୍‌ର ବୈଜ୍ଞାନିକ ଡ. ସୈଫୁଲ୍‌ ଇସଲାମଙ୍କ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। କରୋନା ଭୂତାଣୁ ନାକବାଟେ ଗଳା ଦେଇ ଫୁସ୍‌ଫୁସ୍‌ରେ ପହଞ୍ଚିଥାଏ। ତେଣୁ ୫୬ ପ୍ରତିଶତ ଆଲକୋହଲ ଆସ୍ପ୍ରିନ୍‌ ସହିତ ଅକ୍ସିଜେନ୍‌ ଅବା ଅକ୍ସିଜେନ୍‌ ଏଆର୍‌ଡିଏସ୍‌ ସହାୟତାରେ ନିଶ୍ୱାସ ନେବା ସମୟରେ ଫୁସ୍‌ଫୁସ୍‌ରେ ପହଞ୍ଚା ଯାଇଥାଏ। ଏହାଦ୍ୱାରା ସୁଫଳ ମିଳିଥାଏ। ଇସଲାମ୍‌ଙ୍କ ସହିତ ଆମେରିକାର ଏଡଓ୍ବେଣ୍ଟିସ୍‌ ହସ୍ପିଟାଲର ବିଶେଷଜ୍ଞ ଟିମ୍‌ ଆଲକୋହଲ ବାଷ୍ପ ଉପରେ ପରୀକ୍ଷା କରିଥିଲେ। ପ୍ରତି ମିନିଟରେ ୩.୬ ମିଲିଗ୍ରାମ୍‌ ଆଲକୋହଲ ବାଷ୍ପ ଅକ୍ସିଜେନ୍‌ ସହିତ ନିଶ୍ୱାସ ନେବାବେଳେ ଫୁସ୍‌ଫୁସ୍‌କୁ ପଠାଗଲେ ଧୀରେଧୀରେ ଆକ୍ରାନ୍ତଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଥାଏ। ପରୀକ୍ଷା ସମୟରେ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ରତିଦିନ ଲଗାତାର ୪୫ ମିନିଟ୍‌ ଆଲକୋହଲ ବାଷ୍ପ ଦିଆଯିବା ଦ୍ୱାରା ସୁଫଳ ମିଳିଥିବା ଗବେଷଣା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri