ଘରେ ଯଦି ମହମବତି ଜାଳିବା…

ଆପଣ ଜାଣନ୍ତି କି ମହମବତି ଛୋଟ ଜିନିଷଟିଏ ହେଲେ ବି ଏହାର କେତେକ ଗୁଣ ରହିଛି, ଯଦ୍ଦ୍ବାରା ଆପଣଙ୍କ ଜୀବନରେ ବଡ଼ ସମସ୍ୟାକୁ ଖୁବ୍‌ ସହଜରେ ସମାଧାନ ହୋଇପାରିବ। ଫେଙ୍ଗ୍‌ଶ୍ୱେ ଅନୁସାରେ ଘରକୁ ଯଦି କୌଣସି ସମସ୍ୟା ଆସୁଥାଏ ତେବେ ଏହାକୁ ଲଗାଇବା ଦ୍ୱାରା ଏହାର ସମାଧାନ ମିଳିଥାଏ।
ଘରେ ମହମବତି ଜଳାଇବା ଦ୍ୱାରା ଘରକୁ ନକାରାତ୍ମକ ଭାବନାରୁ ରକ୍ଷା ମିଳିଥାଏ। ଏଥିସହ ଘରର ଉତ୍ତର ଦିଗରେ ଯଦି ଧଳା କ୍ୟାଣ୍ଡେଲ ଲଗାଇ ରଖାଯାଏ ତେବେ ଘରେ ରହୁଥିବା ଲୋକଙ୍କର ଭାବନା ରଚନାତ୍ମକ ହୋଇଥାଏ।
ଯଦି ଆପଣଙ୍କ ପିଲା ପାଠପଢ଼ାରେ ମନ ଦେଉନି ତେବେ ତା’ ରୁମ୍‌ରେ ଉତ୍ତର ପୂର୍ବ ଦିଗରେ ଗ୍ରୀନ୍‌ କଲର କ୍ୟାଣ୍ଡେଲ ଲଗାନ୍ତୁ। ଏପରି କରିବା ଦ୍ୱାରା ପିଲାର ଏକାଗ୍ରତା ବଢ଼ିବ ଓ ପାଠପଢ଼ାରେ ମନ ଲାଗିବ।
ଯଦି ଘରେ ସୁଖ ଶାନ୍ତି ରଖିବାକୁ ଚାହଁୁଛନ୍ତି ତେବେ ଗୋଲାପି ଓ ହଳଦିଆ କ୍ୟାଣ୍ଡେଲ ଜଳାନ୍ତୁ। ଏପରି କରିବା ଦ୍ୱାରା ଘରର ସମସ୍ତ ସଦସ୍ୟଙ୍କ ମନରେ ଭଲପାଇବା ବଢ଼ିଥାଏ।
ଧଳା କ୍ୟାଣ୍ଡେଲ ଘରେ ଜଳାଇବା ଦ୍ୱାରା ଘରର ବାତାବରଣ ଶାନ୍ତ ରହିଥାଏ।