Categories: ଜାତୀୟ

ମଦ ଘରେ ରଖିଲେ ନେବାକୁ ପଡ଼ିବ ଲାଇସେନ୍ସ୍‌

ଲକ୍ଷ୍ନୌ, ୨୪।୧: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ନୂଆ ଅବକାରୀ ନୀତି ଘୋଷଣା କରାଯାଇଛି। ଏଣିକି ନୂଆ ଆଇନ ଅନୁସାରେ ଘରେ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ମଦ ରଖିହେବ ନାହିଁ। ଏଭଳି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏବେ ଲାଇସେନ୍ସ୍‌ ନେବାକୁ ପଡ଼ିବ। ସେଥିପାଇଁ ବର୍ଷ ପିଛା ଲାଇସେନ୍ସ୍‌ ବାବଦରେ ୧୨ ହଜାର ଟଙ୍କା ପୈଠ କରିବାକୁ ପଡ଼ିବ। ସେହିପରି ରାଜ୍ୟ ଅବକାରୀ ବିଭାଗକୁ ୫୧ ହଜାର ଟଙ୍କାର ସିକ୍ୟୁରିଟି ମଧ୍ୟ ଦେବାକୁ ପଡ଼ିବ। ବେଆଇନ ମଦ କାରବାର ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ବେଆଇନ ମଦ କାରବାର ଯୋଗୁ ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ବ ହାନୀ ଘଟୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

 

Share