କରୋନା ଟିକା ନେଇଛନ୍ତି କି, ନିଶ୍ଚିତ ପଢ଼ନ୍ତୁ…

ନୂଆଦିଲ୍ଳୀ,୧୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ କରୋନା ଟିକା ନେଇ ଲୋକଙ୍କ ମଧ୍ୟରେ ନାନା ପ୍ରକାର ଆଶା ଆଶଙ୍କା ସୃଷ୍ଟି ହେବାରେ ଲାଗିଛି। ଏନେଇ କେତେକ ଗୁଜବ ମଧ୍ୟ ହେଉଛି। ଭାରତରେ କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡ୍‌ ଟିକା ପ୍ରଦାନ କରାଯାଉଛି। ଏପରିସ୍ଥଳେ କରୋନା ଟିକା କିଭଳି କାମ କରୁଛି ସେ ସମ୍ପର୍କରେ ସମସ୍ତଙ୍କର ଜାଣିିବାର ଆବଶ୍ୟକତା ରହିଛି।

କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡ୍‌ ଟିକା କେବଳ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ହିଁ ବୃଦ୍ଧି କରିଥାଏ। ମଣିଷ ଶରୀରରେ ରେଡ୍‌ ବ୍ଲଡ୍‌ ସେଲ୍‌ ଏବଂ ହ୍ବାଇଟ୍‌ ବ୍ଲଡ୍‌ ସେଲ୍‌ ରହିଥାଏ। ରେଡ୍‌ ବ୍ଲଡ୍‌ ସେଲ୍‌ ଅକ୍ସିଜେନ୍‌ ଶରୀରର ସମସ୍ତ ସେଲ୍‌ ନିକଟରେ ପହଞ୍ଚାଇଥାଏ। ଅପରପକ୍ଷରେ ହ୍ବାଇଟ୍‌ ବ୍ଲଡ୍‌ ସେଲ୍‌ ଦେହରେ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାକୁ ସକ୍ଷମ ହୋଇଥାଏ। ହ୍ବାଇଟ୍‌ ବ୍ଲଡ୍‌ ସେଲ ଭିନ୍ନ ଭିନ୍ନ ପ୍ରକାରରେ ବିଭକ୍ତ ହୋଇଥାଏ। ସେ ସବୁ ମଧ୍ୟରେ ମାକ୍ରୋଫାଜେସ୍‌, ବି-ଲିମ୍ଫୋସାଇଟ୍‌, ଟି-ଲିମ୍ଫୋସାଇଟ୍‌ ଆଦି ଗୁରୁତ୍ୱପୂର୍ଣ୍ଣ। ଏସବୁ ସେଲ୍‌ ଶରୀରରେ ସୃଷ୍ଟି ହେଉଥିବା ସଂକ୍ରମଣ ବିରୋଧରେ ଭିନ୍ନ ଭିନ୍ନ ଭାବେ ଲଢ଼େଇ କରିଥାନ୍ତି। ମାକ୍ରୋଫାଜେସ୍‌ ସେଲ୍‌ ରୋଗ ସୃଷ୍ଟିକାରୀ ପାଥୋଜେନ୍ସ୍‌ ବା ଆଣ୍ଟିଜେନ୍ସ୍‌କୁ ଡିଜଲ୍ଭ କରିଦେଇଥାଏ। ଏହା ଆକ୍ରମଣକାରୀ ଆଣ୍ଟିଜେନ୍ସ୍‌ର କିଛି ଅଂଶକୁ ସୁରକ୍ଷିତ ରଖିଥାଏ। ପରବର୍ତ୍ତୀ ସମୟରେ ଏଥିରୁ ଆଣ୍ଟିଜେନ୍ସ୍‌ ବିରୋଧରେ ଲଢ଼େଇ କରିବା ଲାଗି ଶରୀରରେ ଉପଯୁକ୍ତ ଆଣ୍ଟିବଡ଼ି ପ୍ରସ୍ତୁତ ହୋଇ ପାରିଥାଏ। ସେହିପରି ବି-ଲିମ୍ଫୋସାଇଟ୍‌ ସେଲ୍‌ ମାକ୍ରୋଫାଜେସ୍‌ ଦ୍ୱାରା ବଳକା ରହିଥିବା ଆଣ୍ଟିଜେନ୍ସ୍‌ରୁ ଶରୀରର ରୋଗପ୍ରତିରୋଧ ଶକ୍ତି ବୃଦ୍ଧି କରିବା ଲାଗି ଆଣ୍ଟିବଡ଼ି ପ୍ରସ୍ତୁତିକୁ ତ୍ୱରାନ୍ବିତ କରିଥାଏ। ଟି-ଲିମ୍ଫୋସାଇଟ୍‌ ସେଲ୍‌ ଶରୀରର ସଂକ୍ରମିତ ସେଲ ଉପରେ ଆକ୍ରମଣ କରିଥାଏ। ଏହା ଏକ ନିର୍ଦ୍ଦିଷ୍ଟ ଆଣ୍ଟିଜେନ୍ସ ବିରୋଧରେ କିପରି ଲଢ଼େଇ କରାଯିବ ତାହା ମନେ ରଖିଥାଏ। ତେଣୁ ଏହାକୁ ମେମୋରୀ ସେଲ୍‌ ମଧ୍ୟ କୁହାଯାଇଥାଏ।

କରୋନା ଟିକା ନେବା ପରେ ଶରୀରରେ ହଠାତ୍‌ ପ୍ରତିରୋଧକ କ୍ଷମତା ବହୁଗୁଣା ବୃଦ୍ଧି ପାଇଥାଏ। ଏହାର ପ୍ରଭାବରେ ଦେହହାତ ବିନ୍ଧା ବିନ୍ଧି ହେବା, ଜ୍ୱର ହେବା, ବାନ୍ତି ଲାଗିବା, ମୁଣ୍ଡ ବିନ୍ଧିବା ଆଦି କେତେକ ଲକ୍ଷଣ ପ୍ରକାଶ ପାଇଥାଏ। ମାତ୍ର ଏହାକୁ ନେଇ ବ୍ୟତିବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ଥିବା ବି-ଲିମ୍ଫୋସାଇଟ୍‌ କରୋନା ଭୁତାଣୁ ବିରୋଧରେ ଶରୀରରେ ଶକ୍ତିଶାଳୀ ଆଣ୍ଟିବଡ଼ି ପ୍ରସ୍ତୁତ କରିଥାଏ। ଅପରପକ୍ଷରେ ଟି-ଲିମ୍ଫୋସାଇଟ୍‌ କରୋନା ଭୁତାଣୁ ସହିତ କିଭଳି ଲଢ଼େଇ କରିହେବ ତାହା ମନେ ରଖିଥାଏ। ଫଳରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ପରବର୍ତ୍ତୀ ସମୟରେ ଯଦି ବା କରୋନା ଭୁତାଣୁ ଆକ୍ରାନ୍ତ କରେ ତେବେ ତାହା ବିରୋଧରେ ଆଣ୍ଟିବଡ଼ି ପ୍ରସ୍ତୁତ କରିବା କାମ ସହଜ ହୋଇପାରିଥାଏ।

ବିଭିନ୍ନ ଲୋକଙ୍କ ପ୍ରତିରୋଧ ଶକ୍ତି ଭିନ୍ନ ଭିନ୍ନ ହୋଇଥିବାରୁ ଆଣ୍ଟିବଡ଼ି ପ୍ରସ୍ତୁତି ଏବଂ କରୋନା ଭୁତାଣୁ ବିରୋଧରେ ଲଢ଼େଇରେ ତୁଳନାତ୍ମକ ଭାବେ କେତେକ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ। ମାତ୍ର ଏହା ଏକ ସାଧାରଣ ପ୍ରକ୍ରିୟା। ତେଣୁ କରୋନା ଟିକା ନେବା ଦ୍ୱାରା କେବଳ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି ହୋଇଥାଏ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri