ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି ନେଉଛନ୍ତି। ଯାହାଦ୍ୱାରା ଆଗାମୀ ଦିନରେ ଅନେକ ପ୍ରକାରର ଅସୁବିଧାକୁ ସାମ୍ନା କରିବାକୁ ପଡିଥାଏ। ତେଣୁ ସିଙ୍ଗଲ ଚାଇଲ୍ଡ ହୋଇଥିଲେ ପିତାମାତାଙ୍କୁ ସ୍ବତନ୍ତ୍ରଭାବେ ଯତ୍ନ
ନେବାକୁ ହେବ।

ଘରେ ଅଧିକ ପିଲା ଏକାଠି ରହିଲେ ସେମାନେ ପରସ୍ପର ସହିତ ମିଶିବା, ଖେଳିବା, ଶେୟାର କରିବା, ଦାୟିତ୍ୱବୋଧ ଓ ଅନ୍ୟାନ୍ୟ ସୋସିଆଲ ସ୍କିଲ ବିଷୟରେ ବିଭିନ୍ନ କଥା ସହଜରେ ଶିଖି ପାରନ୍ତି। କିନ୍ତୁ ଗୋଟିଏ ସନ୍ତାନ ଥିଲେ ଲାଳନପାଳନ ପ୍ରାୟତଃ କଷ୍ଟସାଧ୍ୟ ହୋଇଥାଏ। ଅନେକ ସମୟରେ ଏଭଳି କ୍ଷେତ୍ରରେ ପିଲାମାନେ ଏକୁଟିଆପଣର ଶିକାର ହୋଇଥାନ୍ତି। ବେଳେବେଳେ ସେମାନେ ଜିଦିଆ ହୋଇଯାନ୍ତି କିମ୍ବା ବୟସ ପୂର୍ବରୁ ଅଧିକ ମ୍ୟାଚୋର ହୋଇଥାନ୍ତି। ତେଣୁ ସିଙ୍ଗଲ ଚାଇଲ୍ଡଙ୍କ କ୍ଷେତ୍ରରେ ଅଭିଭାବକଙ୍କୁ ଅଧିକ ସତର୍କ ହେବାକୁ ପଡିବ।
ଓଭର ପ୍ରୋଟେକ୍ଟିଭ୍‌: ପିଲାଙ୍କ ପାଇଁ ପ୍ରୋଟେକ୍ଟିଭ୍‌ ହେବା ଭଲ କିନ୍ତୁ ଓଭର ପ୍ରୋଟେକ୍ଟିଭ୍‌ ହେବା ଠିକ୍‌ ନୁହେଁ। ସିଙ୍ଗଲ ଚାଇଲ୍ଡଙ୍କ କ୍ଷେତ୍ରରେ ପ୍ରାୟତଃ ଅଭିଭାବକମାନେ ଅଧିକ ଯତ୍ନ କିରବାକୁ ଚେଷ୍ଟା କରନ୍ତି। ସେମାନଙ୍କୁ କୌଣସି କାମ କରିବାକୁ ଦିଅନ୍ତି ନାହିଁ। ବରଂ ସେମାନଙ୍କର ପ୍ରତିଟି କାମରେ ହସ୍ତକ୍ଷେପ କରିଥାନ୍ତି ଯେପରି ପିଲାକୁ କୌଣସି ପ୍ରକାରର ଆଘାତ ଅବା କଷ୍ଟ ନ ହେବ। ସିଙ୍ଗଲ ଚାଇଲ୍ଡ ହୋଇଥିବାରୁ ଅଭିଭାବକ ସମସ୍ତ ସୁଖ ସୁବିଧା ଦେବାପାଇଁ ଚେଷ୍ଟା କରନ୍ତି ଏବଂ ସେମାନଙ୍କ ଭୁଲ୍‌କୁ ପ୍ରାୟତଃ ଅଣଦେଖା କରିଥାନ୍ତି। ଫଳରେ ସେମାନଙ୍କ ଭିତରେ ଏକ ଖରାପ ଗୁଣର ବିକାଶ ହୋଇଥାଏ। ପିଲାର ସମ୍ପୂର୍ଣ୍ଣ ବିକାଶରେ ବି ବାଧା ସୃଷ୍ଟି ହୋଇଥାଏ। ତେଣୁ ସେମାନଙ୍କୁ ଏକୁଟିଆ କିଛି କରିବା ପାଇଁ ଛାଡନ୍ତୁ। କିଛି ଭୁଲ୍‌ କାମ କରିଲେ ସେମାନଙ୍କୁ ଶିଖିବା ପାଇଁ କୁହନ୍ତୁ। ନଚେତ୍‌ ଭବିଷ୍ୟତରେ କୌଣସି ନିଷ୍ପତ୍ତି ନେବାପାଇଁ ସେମାନେ ସକ୍ଷମ ହେବେ ନାହିଁ।
ସୋସିଆଲ ସ୍କିଲ୍‌ ବଢ଼ାନ୍ତୁ: ସାଧାରଣତଃ ଦେଖାଯାଏ କି ସିଙ୍ଗଲ ଚାଇଲ୍ଡ ନିଜ କମ୍ଫର୍ଟ ଜୋନ୍‌ରୁ ବାହାରି ଅନ୍ୟମାନଙ୍କ ସହ ମିଶିବାକୁ ବେଶି ପସନ୍ଦ କରନ୍ତି ନାହିଁ। ସେମାନେ ଚାହାନ୍ତି କି ସେମାନଙ୍କ ସାଙ୍ଗମାନେ ବି ତାଙ୍କ ଭଳି ସବୁକିଛି କରନ୍ତୁ। ଏଭଳି ପ୍ରକୃତି ପାଇଁ ସେମାନେ ଭବିଷ୍ୟତରେ କାହା ସହ ମିଶି ନ ପାରି ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏଭଳି କ୍ଷେତ୍ରରେ ଅଭିଭାବକଙ୍କୁ ହିଁ ପିଲାଙ୍କୁ ବୁଝାଇବାକୁ ପଡ଼ିବ ଯେ ବନ୍ଧୁମାନଙ୍କ ସହ କିପରି ଚଳିବାକୁ ହେବ। ଏହା ସହ ଅନ୍ୟର ଇମୋସନକୁ ବି ବୁଝିବାକୁ ହେବ। ତେଣୁ ସାଙ୍ଗମାନଙ୍କ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ ବୁଲାଇବାକୁ ନିଅନ୍ତୁ। ଫଳରେ ପିଲାଟି ଅନ୍ୟମାନଙ୍କ ଘରେ ଅବା ଏକ ଭିନ୍ନ ପରିବେଶରେ ଆଡଜଷ୍ଟ କରିବା ଶିଖିପାରିବ।
ବ୍ୟବହାର ଶିଖାନ୍ତୁ: ସିଙ୍ଗଲ ଚାଇଲ୍ଡଙ୍କ କ୍ଷେତ୍ରରେ ପ୍ରାୟତଃ ଅଭିଭାବକମାନେ ହିଁ ସେମାନଙ୍କର ସବୁ କାମ କରି ଦେଇଥାନ୍ତି। ଯଦି ଉଭୟେ କର୍ମଜୀବୀ, ତେବେ ଘରେ କାମ ପାଇଁ ସହାୟିକା ନିଯୁକ୍ତ କରି ଦେଇଥାନ୍ତି। ତେଣୁ ପିଲାଟି ନିଜର କୌଣସି କାମ କରିବା ଶିଖିପାରେ ନାହିଁ। ସବୁବେଳେ ଅନ୍ୟ ଉପରେ ନିର୍ଭର କରିଥାଏ। ଏହା ବ୍ୟତୀତ ନିଜ ପୋଷାକପତ୍ର, ବହି ଓ ଖେଳନା ଆଦି ସବୁ କିଛି ସଜାଡ଼ି ରଖିପାରନ୍ତି ନାହିଁ। ତେଣୁ ଏସବୁ ଦିଗକୁ ଦୃଷ୍ଟିଦେବା ସହ ପିଲାଙ୍କୁ ଭଲ ବ୍ୟବହାର ମଧ୍ୟ ଶିଖାଇବାକୁ ପ୍ରୟାସ କରିବା ଜରୁରୀ।
ସମୟ ବିତାନ୍ତୁ: ପିତାମାତା ଉଭୟ କର୍ମଜୀବୀ ହୋଇଥିଲେ ସିଙ୍ଗଲ ଚାଇଲ୍ଡ ଅନେକ ସମୟରେ ଏକୁଟିଆପଣର ଶିକାର ହୋଇଥାନ୍ତି। ତେଣୁ ଅଭିଭାବକଙ୍କୁ ସମୟ ବାହାରକରି ପିଲାଙ୍କ ସହ କଟାଇବା ଜରୁରୀ। ଅଫିସ୍‌ କାମ ସାରିବା ପରେ ଟିଭି କିମ୍ବା ଫୋନ୍‌ରେ ବେଶି ସମୟ ନଷ୍ଟ ନ କରି ପିଲାଙ୍କୁ ସମୟ ଦିଅନ୍ତୁ। ପିଲାଙ୍କ ସହ କଥାବାର୍ତ୍ତା ହୁଅନ୍ତୁ ସେମାନଙ୍କର ଦିନ ସାରାର କାମ ବିଷୟରେ ବୁଝନ୍ତୁ। ନିଜ କଥା ବି କୁହନ୍ତୁ ଏବଂ ସେମାନଙ୍କୁ ପରିସ୍ଥିତି ଅନୁଭବ କରିବାକୁ ଦିଅନ୍ତୁ। ଫଳରେ ପିଲାଙ୍କ ସହ ସମ୍ପର୍କ ମଜଭୁତ ହୋଇପାରିବ।
ସ୍ବାଧୀନତା ଦିଅନ୍ତୁ: ଅନେକ ସମୟରେ ଅଭିଭାବକମାନେ ନିଜ ଇଚ୍ଛା ଅନୁସାରେ ପିଲାଙ୍କୁ କ୍ୟାରିୟର କରିବା ପାଇଁ ବାଧ୍ୟ କରନ୍ତି। ସିଙ୍ଗଲ ଚାଇଲ୍ଡ ହୋଇଥିଲେ ଏମିତି ଇଚ୍ଛା ଆହୁରି ଅଧିକ ହୋଇଥାଏ। ନିଜ ସ୍ବପ୍ନକୁ ପୂରା କରିବା ପାଇଁ ସେମାନେ ପିଲାକୁ ପ୍ରସ୍ତୁତ କରାନ୍ତି। ମାତ୍ର ଏହା ଭବିଷ୍ୟତରେ ସେମାନଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଏ କ୍ଷେତ୍ରରେ ପିଲାର ଇଚ୍ଛାକୁ ଗୁରୁତ୍ୱ ଦିଅନ୍ତୁ।
ଏକୁଟିଆ ଛାଡ଼ନ୍ତୁ: ପ୍ରାୟତଃ ସିଙ୍ଗଲ ଚାଇଲ୍ଡଙ୍କ ମାଆମାନେ ସେମାନଙ୍କୁ ସବୁବେଳେ ଜଗିଥାନ୍ତି। ବାହାରକୁ ବୁଲିବା ପାଇଁ ଯିବା କିମ୍ବା ସାଙ୍ଗସାଥୀମାନଙ୍କ ଘରକୁ ଯିବା, ପାର୍ଟି କରିବା ପାଇଁ ବାରଣ କରିଥାନ୍ତି। ଏପରି ହେଲେ ପିଲା ଭଲମନ୍ଦ ବିଚାର କରିବା ସାମର୍ଥ୍ୟ ହରାଇ ବସେ। କିଛି ବି କରିବା ପାଇଁ ସେ ମାତାପିତାଙ୍କର ସହଯୋଗ ଆବଶ୍ୟକ କରେ। ତେଣୁ ପିଲାକୁ ଏକୁଟିଆ ଘରୁ ବାହାରକୁ ଯିବାକୁ ଦିଅନ୍ତୁ। କିଛି କାମ ଦିଅନ୍ତୁ। ବାହାରୁ ଜିନିଷ କିଣିବା କିମ୍ବା ଅନ୍ୟ ଛୋଟ କାମ ଏକା କରିବାକୁ କୁହନ୍ତୁ। ଏଭଳି କରିବା ଦ୍ୱାରା ପିଲାର ଆତ୍ମବିଶ୍ୱାସ ଦୃଢ଼ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri