Posted inଜାତୀୟ

ଯଦି ୫୬ ଇଞ୍ଚ ଛାତି ଅଛି ତେବେ ଆଦାନୀ ମାମଲାରେ ଗଠନ କରନ୍ତୁ ଜେପିସି: କଂଗ୍ରେସ…

ନୂଆଦିଲ୍ଲୀ,୨୯।୩ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମଙ୍ଗଳବାର ଭାଜପା କାର୍ଯ୍ୟାଳୟର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିବାବେଳେ ବିରୋଧୀ ଦଳମାନଙ୍କୁ ଦୁର୍ନୀତିଗସ୍ତ ବୋଲି କହିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଏହାର ଜବାବ ଦେଇଛନ୍ତି।

ବୁଧବାର ଖାର୍ଗେ ଗୋଟିଏ ପରେ ଗୋଟିଏ ଟୁଇଟ କରି ଏହାର ଉତ୍ତର ଦେଇଛନ୍ତି। ପିଏମ ମୋଦିଙ୍କୁ ସମ୍ବୋଧିତ କରି ଖାର୍ଗେ ଲେଖିଛନ୍ତି, ଅନ୍ୟକୁ କହିବା ପୂର୍ବରୁ ପ୍ରଥମେ ଆପଣ ଆପଣଙ୍କର କାର୍ଯ୍ୟକୁ ଦେଖନ୍ତୁ। ଯଦି ଆପଣଙ୍କର ପ୍ରକୃତରେ ୫୬ ଇଞ୍ଚ ଛାତି ଅଛି, ତେବେ ଆଦାନୀ ମାମଲାରେ ଯାଞ୍ଚ୍‌ ପାଇଁ ଜେପିସି ଗଠନ କରନ୍ତୁ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୟାଗ କରି ମଲ୍ଲିକାର୍ଜୁନ ଖାର୍ଗେ ଲେଖିଛନ୍ତି, ଆଦାନୀଙ୍କ ଶେଲ କୋସରେ ୨୦ ହଜାର କୋଟି ଟଙ୍କା କାହାର? ଲଲିତ ମୋଦି, ନୀରବ ମୋଦି, ମେହୁଲ ଚୋକସି, ବିଜୟ ମାଲ୍ୟା, ଜତିନ ମେହେଟ୍ଟା ପ୍ରମୁଖ ଆପଣଙ୍କର ଦୁର୍ନୀତିଗ୍ରସ୍ତ ଭଗାଅ ଅଭିଆନର ସଦସ୍ୟ କି? ଆପଣ ଏହି ମିଳିତ ମଞ୍ଚର ସଂଯୋଜକ କି? ନିଜକୁ ଦୁର୍ନୀତି ନିବାରଣ କ୍ରୁସେଡର୍‌ ଇମେଜ ମେକଅଭର କରିବା ବନ୍ଦ କରନ୍ତୁ! ଏହା ଲଜ୍ଜାଜନକ।

କର୍ନାଟକରେ ଆପଣଙ୍କ ସରକାର ବିରୋଧରେ ୪୦ ପ୍ରତିଶତ କମିଶନର ଅଭିଯୋଗ ବିଷୟରେ କିଛି କହିବେ କି? ଆପଣ ମେଘାଳୟର ୧ ନମ୍ବର ଦୁର୍ନୀତିଗ୍ରସ୍ତ ସରକାରରେ କାହିଁକି ସାମିଲ ଅଛନ୍ତି? ରାଜସ୍ଥାନର ସଞ୍ଜୀବନୀ କୋଅପରେଟିଭ ସ୍କାମ, ମଧ୍ୟପ୍ରଦେଶର ପୋଷଣ ସ୍କାମ ଅବା ଛତିଶଗଡରେ ହୋଇଥିବା ନାନ ସ୍କାମରେ ଭାଜପା ନେତାମାନେ ଜଡିତ ନୁହଁନ୍ତି କି?

ତୃତୀୟ ଟୁଇଟରେ ଖାର୍ଗେ ଲେଖିଛନ୍ତି, ୯୫ ପ୍ରତିଶତ ବିରୋଧୀଦଳ ନେତାଙ୍କ ବିରୋଧରେ ଇଡି ଯାଞ୍ଚ୍‌ ଚାଲିଛି। ମାତ୍ର ସମସ୍ତ ଭାଜପା ନେତା ୱାଶିଂ ମେସିନ ଦ୍ୱାରା ସଫା ହୋଇଯାଇଛନ୍ତି? ଯଦି ଆପଣଙ୍କର ୫୬ ଇଞ୍ଚ ଛାତି ଅଛି ତେବେ ଜେପିସି ଗଠନ କରନ୍ତୁ। ଆଉ ନଅ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏକ ଖୋଲା ଖବରଦାତା ସମ୍ମିଳନୀ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri