Posted inଜାତୀୟ

ଯଦି ୫୬ ଇଞ୍ଚ ଛାତି ଅଛି ତେବେ ଆଦାନୀ ମାମଲାରେ ଗଠନ କରନ୍ତୁ ଜେପିସି: କଂଗ୍ରେସ…

ନୂଆଦିଲ୍ଲୀ,୨୯।୩ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମଙ୍ଗଳବାର ଭାଜପା କାର୍ଯ୍ୟାଳୟର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିବାବେଳେ ବିରୋଧୀ ଦଳମାନଙ୍କୁ ଦୁର୍ନୀତିଗସ୍ତ ବୋଲି କହିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଏହାର ଜବାବ ଦେଇଛନ୍ତି।

ବୁଧବାର ଖାର୍ଗେ ଗୋଟିଏ ପରେ ଗୋଟିଏ ଟୁଇଟ କରି ଏହାର ଉତ୍ତର ଦେଇଛନ୍ତି। ପିଏମ ମୋଦିଙ୍କୁ ସମ୍ବୋଧିତ କରି ଖାର୍ଗେ ଲେଖିଛନ୍ତି, ଅନ୍ୟକୁ କହିବା ପୂର୍ବରୁ ପ୍ରଥମେ ଆପଣ ଆପଣଙ୍କର କାର୍ଯ୍ୟକୁ ଦେଖନ୍ତୁ। ଯଦି ଆପଣଙ୍କର ପ୍ରକୃତରେ ୫୬ ଇଞ୍ଚ ଛାତି ଅଛି, ତେବେ ଆଦାନୀ ମାମଲାରେ ଯାଞ୍ଚ୍‌ ପାଇଁ ଜେପିସି ଗଠନ କରନ୍ତୁ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୟାଗ କରି ମଲ୍ଲିକାର୍ଜୁନ ଖାର୍ଗେ ଲେଖିଛନ୍ତି, ଆଦାନୀଙ୍କ ଶେଲ କୋସରେ ୨୦ ହଜାର କୋଟି ଟଙ୍କା କାହାର? ଲଲିତ ମୋଦି, ନୀରବ ମୋଦି, ମେହୁଲ ଚୋକସି, ବିଜୟ ମାଲ୍ୟା, ଜତିନ ମେହେଟ୍ଟା ପ୍ରମୁଖ ଆପଣଙ୍କର ଦୁର୍ନୀତିଗ୍ରସ୍ତ ଭଗାଅ ଅଭିଆନର ସଦସ୍ୟ କି? ଆପଣ ଏହି ମିଳିତ ମଞ୍ଚର ସଂଯୋଜକ କି? ନିଜକୁ ଦୁର୍ନୀତି ନିବାରଣ କ୍ରୁସେଡର୍‌ ଇମେଜ ମେକଅଭର କରିବା ବନ୍ଦ କରନ୍ତୁ! ଏହା ଲଜ୍ଜାଜନକ।

କର୍ନାଟକରେ ଆପଣଙ୍କ ସରକାର ବିରୋଧରେ ୪୦ ପ୍ରତିଶତ କମିଶନର ଅଭିଯୋଗ ବିଷୟରେ କିଛି କହିବେ କି? ଆପଣ ମେଘାଳୟର ୧ ନମ୍ବର ଦୁର୍ନୀତିଗ୍ରସ୍ତ ସରକାରରେ କାହିଁକି ସାମିଲ ଅଛନ୍ତି? ରାଜସ୍ଥାନର ସଞ୍ଜୀବନୀ କୋଅପରେଟିଭ ସ୍କାମ, ମଧ୍ୟପ୍ରଦେଶର ପୋଷଣ ସ୍କାମ ଅବା ଛତିଶଗଡରେ ହୋଇଥିବା ନାନ ସ୍କାମରେ ଭାଜପା ନେତାମାନେ ଜଡିତ ନୁହଁନ୍ତି କି?

ତୃତୀୟ ଟୁଇଟରେ ଖାର୍ଗେ ଲେଖିଛନ୍ତି, ୯୫ ପ୍ରତିଶତ ବିରୋଧୀଦଳ ନେତାଙ୍କ ବିରୋଧରେ ଇଡି ଯାଞ୍ଚ୍‌ ଚାଲିଛି। ମାତ୍ର ସମସ୍ତ ଭାଜପା ନେତା ୱାଶିଂ ମେସିନ ଦ୍ୱାରା ସଫା ହୋଇଯାଇଛନ୍ତି? ଯଦି ଆପଣଙ୍କର ୫୬ ଇଞ୍ଚ ଛାତି ଅଛି ତେବେ ଜେପିସି ଗଠନ କରନ୍ତୁ। ଆଉ ନଅ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏକ ଖୋଲା ଖବରଦାତା ସମ୍ମିଳନୀ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri