୧୦ କିଲୋମିଟର ଗଲେ ମିଳୁଛି ରାଶନ

ଜଗତ୍‌ସିଂହପୁର ଅଫିସ, ୨ା୧୨: ଜଗତ୍‌ସିଂହପୁର ଜିଲାର ବହୁ ଗରିବ ଲୋକଙ୍କୁ ଖାଉଟି ସୁରକ୍ଷା କାର୍ଡରେ ରାଶନ ଚାଉଳ, ଗହମ ଓ କିରୋସିନ ଆଦି ଆଣିବା ପାଇଁ ୧୦ କିଲୋମିଟର ଯିବାକୁ ପଡ଼ୁଛି। ଚାଉଳର ମୂଲ୍ୟ ଯେତିକି ନୁହେଁ ତା’ଠାରୁ ଅଧିକ ଖର୍ଚ୍ଚ ତାକୁ ଆଣିବାରେ ହେଉଛି। ଏନେଇ ଅନେକ ହିତାଧିକାରୀଙ୍କୁ କ୍ଷତି ସହିବାକୁ ପଡ଼ୁଛି । ନାଉଗାଁ ବ୍ଲକ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳୁଛି। ଏହି ବ୍ଲକ ଅନ୍ତର୍ଗତ ଅଲଣା ଓ ରୋହିଆ ପଞ୍ଚାୟତର ବହୁ କାର୍ଡ ଧାରୀ ଦୀର୍ଘ ୨ ବର୍ଷ ହେବ ଏଭଳି ସମସ୍ୟା ରହିଛି। ପ୍ରାୟ ୫ରୁ ୧୦ କି.ମି. ଦୂର ଗଜରାଜପୁରକୁ ଗଲେ ସେମାନେ ରାଶନ ଚାଉଳ ପାଉଛନ୍ତି। ଅନେକଙ୍କୁ କଣ୍ଟ୍ରୋଲ ସାମଗ୍ରୀ ଆଣିବା ପାଇଁ ଡାଲା ଅଟୋ ଭଡା କରିବାକୁ ପଡୁଛି।
ଏ ସମ୍ପର୍କରେ ଅଲଣା ପଞ୍ଚାୟତ ଅଧିନ ଅରଖପାରୀ ଗ୍ରାମର ସନ୍ତୋଷ ସାହୁ, ନରେଶ ମହାନ୍ତି, ନିରଞ୍ଜନ ସାହୁ, ଅରଖପାରୀ ନୂଆପାଟଣାର ପ୍ରମିଳା ସାହୁ, ବାଉରିବନ୍ଧୁ ମହାରଣା, ପ୍ରଭାତ ସାହୁ (ଅନ୍ତଦ୍ୱୟ), ମଧୁପୁରର ଅରବିନ୍ଦ ଦାସ (ଅନ୍ତଦ୍ୱୟ) ଓ ନୂଆପାଟଣାର ଟୁକୁନା ସାହୁ ପ୍ରମୁଖ କହିଛନ୍ତି, ଅଲଣା ପଞ୍ଚାୟତ ଅଧୀନ କୁଣ୍ଡେଶ୍ୱର, ମଧୁପୁର, ଅରଖପାରି, ଅଲଣା, ତହଡ଼ିପଡ଼ା, ସଠଳପୁର, ଓରଣ୍ଡ, ବେଣାପଡ଼ା ଓ ମୁଣ୍ଡାଳ ଗ୍ରାମର ପାଖାପାଖି ୧୩୦୦ କାର୍ଡ ଧାରୀ ରାଶନ ସାମଗ୍ରୀ ଗଜରାଜପୁରରୁ ଆଣୁଛନ୍ତି । ସେହିପରି ରୋହିଆ ପଞ୍ଚାୟତର ବହୁ କାର୍ଡ ଧାରି ଗଜରାଜପୁରରୁ କଣ୍ଟ୍ରୋଲ ସାମଗ୍ରୀ ଆଣୁଥିବା ରୋହିଆ ଗ୍ରାମର ଅଜିତ ମହାନ୍ତି, ବ୍ରହ୍ମାନନ୍ଦ ମହାନ୍ତି, ଚିତ୍ତରଞ୍ଜନ ମହାନ୍ତି, ଅନନ୍ତପୁରର ପଞ୍ଚାନନ ପରିଡ଼ା, ଅରଖକୁଦର ରବୀନ୍ଦ୍ରନାଥ ସ୍ବାଇଁ ଓ ପୋହଳର ବିଜୁ ସ୍ବାଇଁ ପ୍ରମୁଖ କହିଛନ୍ତି ।
ସେମାନଙ୍କ ଅଭିଯୋଗ ହେଲା, ୨ ବର୍ଷ ପୂର୍ବରୁ ସେମାନେ ଠିକ୍‌ ଭାବେ ଚାଉଳ ପାଉଥିଲେ। ପ୍ରଥମେ ଅଲଣାସ୍ଥିତ ବେଲବଣ ଏସ୍‌ଏଚ୍‌ଜି ଓ ରୋହିଆ ପଞ୍ଚାୟତ ପକ୍ଷରୁ ପୃଥକ ଭାବେ ରାସନ ସାମଗ୍ରୀ ବଣ୍ଟନ କରାଯାଉଥିଲା । କୌଣସି କାରଣରୁ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ ହେବାପରେ ପଞ୍ଚାୟତ ସ୍ଥାନରେ ନାଉଗାଁର ଡିଲର ପ୍ରତାପ ବେହେରାଙ୍କୁ ଟ୍ୟାଗ କରି ଦିଆଯାଇଥିଲା। ମାତ୍ର ପରେ ବେହେରାଙ୍କୁ କେବଳ ତାଙ୍କ ନିଜ ଅଞ୍ଚଳ ଅର୍ଥାତ୍‌ ନାଉଗାଁରେ ରାଶନ ସାମଗ୍ରୀ ଦେବାକୁ ଅନୁମତି ଦିଆଯାଇଥିଲା। ଏହାପରେ ଅଲଣା ଓ ରୋହିଆ ପଞ୍ଚାୟତର ହିତାଧିକାରୀଙ୍କୁ କେବଳ ବେଲବଣ ଏସ୍‌ଏଚ୍‌ଜି ପକ୍ଷରୁ ରାଶନ ସାମଗ୍ରୀ ଦିଆଯାଉଥିଲା। ମାତ୍ର ମୃତ ଲୋକଙ୍କ ନାଁରେ ଅଲଣା ପଞ୍ଚାୟତରେ ଚାଉଳରେ ଅନିୟମିତତା ହୋଇଥିବା ଦର୍ଶାଯାଇ ଉକ୍ତ ଏସ୍‌ଏଚ୍‌ଜିକୁ ନିଲମ୍ବନ କରି ଦିଆଯାଇଥିଲା । ବେହେରା ଏଠାରେ ରାଶନ ସାମଗ୍ରୀ ବଣ୍ଟନର ଦାୟିତ୍ୱରେ ଥିବା ସମୟରୁ ଏଭଳି ଅନିୟମିତତା ହୋଇଥିବା ଦର୍ଶାଇ ତାଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ପରବର୍ତ୍ତୀ ସମୟରେ ବେହେରାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ଦିଆଯାଇଛି । କିନ୍ତୁ ବେଲବଣ ଏସ୍‌ଏଚ୍‌ଜି ଉପରେ କଟକଣା ବଳବତ୍ତର ରହିଛି। ଏନେଇ ଉକ୍ତ ଏସ୍‌ଏଚ୍‌ଜି ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଅନ୍ୟପଟେ ଅଲଣା ଓ ରୋହିଆ ପଞ୍ଚାୟତର ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ଯୋଗାଇବା ପାଇଁ ଗଜରାଜପୁରର ଡିଲର ଚିତ୍ତରଞ୍ଜନ ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେବେଠାରୁ ପାଢୀ ରାସନ ସାମଗ୍ରୀ ଦେଇ ଆସୁଛନ୍ତି। କିନ୍ତୁ ଗଜରାଜପୁରରୁ ଅଲଣା ଓ ରୋହିଆ ପଞ୍ଚାୟତର ଅଧିକାଂଶ ଗ୍ରାମ ୬ କିଲୋମିଟରରୁ ୧୧ କିଲୋମିଟର ଭିତରେ ହୋଇଥିବାରୁ ହିତାଧିକାରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଡାଲା ଅଟୋ ଭଡା କରି ଗଲେ ପାଖାପାଖି ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏହାଦ୍ୱାରା ହିତାଧିକାରୀଙ୍କ ଉପରେ ଆର୍ଥିକ, ଶାରୀରିକ ଓ ମାନସିକ ଚାପ ପଡୁଛି ବୋଲି ଉପରୋକ୍ତ ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ସୁଜାତା ମିଶ୍ର କହିଛନ୍ତି, ସମସ୍ୟାର ସମାଧାନ ପାଇଁ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଉପଜିଲାପାଳ ଏହା ଉପରେ ନୂଆ ରିଟେଲର ନିଯୁକ୍ତି ପାଇଁ ନୋଟିଫିକେଶନ୍‌ କରି ପଦକ୍ଷେପ ନେବାକୁ ନାଉଗାଁ ବିଡିଙ୍କୁ ଚିଠି କରିଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri