୧୦ କିଲୋମିଟର ଗଲେ ମିଳୁଛି ରାଶନ

ଜଗତ୍‌ସିଂହପୁର ଅଫିସ, ୨ା୧୨: ଜଗତ୍‌ସିଂହପୁର ଜିଲାର ବହୁ ଗରିବ ଲୋକଙ୍କୁ ଖାଉଟି ସୁରକ୍ଷା କାର୍ଡରେ ରାଶନ ଚାଉଳ, ଗହମ ଓ କିରୋସିନ ଆଦି ଆଣିବା ପାଇଁ ୧୦ କିଲୋମିଟର ଯିବାକୁ ପଡ଼ୁଛି। ଚାଉଳର ମୂଲ୍ୟ ଯେତିକି ନୁହେଁ ତା’ଠାରୁ ଅଧିକ ଖର୍ଚ୍ଚ ତାକୁ ଆଣିବାରେ ହେଉଛି। ଏନେଇ ଅନେକ ହିତାଧିକାରୀଙ୍କୁ କ୍ଷତି ସହିବାକୁ ପଡ଼ୁଛି । ନାଉଗାଁ ବ୍ଲକ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳୁଛି। ଏହି ବ୍ଲକ ଅନ୍ତର୍ଗତ ଅଲଣା ଓ ରୋହିଆ ପଞ୍ଚାୟତର ବହୁ କାର୍ଡ ଧାରୀ ଦୀର୍ଘ ୨ ବର୍ଷ ହେବ ଏଭଳି ସମସ୍ୟା ରହିଛି। ପ୍ରାୟ ୫ରୁ ୧୦ କି.ମି. ଦୂର ଗଜରାଜପୁରକୁ ଗଲେ ସେମାନେ ରାଶନ ଚାଉଳ ପାଉଛନ୍ତି। ଅନେକଙ୍କୁ କଣ୍ଟ୍ରୋଲ ସାମଗ୍ରୀ ଆଣିବା ପାଇଁ ଡାଲା ଅଟୋ ଭଡା କରିବାକୁ ପଡୁଛି।
ଏ ସମ୍ପର୍କରେ ଅଲଣା ପଞ୍ଚାୟତ ଅଧିନ ଅରଖପାରୀ ଗ୍ରାମର ସନ୍ତୋଷ ସାହୁ, ନରେଶ ମହାନ୍ତି, ନିରଞ୍ଜନ ସାହୁ, ଅରଖପାରୀ ନୂଆପାଟଣାର ପ୍ରମିଳା ସାହୁ, ବାଉରିବନ୍ଧୁ ମହାରଣା, ପ୍ରଭାତ ସାହୁ (ଅନ୍ତଦ୍ୱୟ), ମଧୁପୁରର ଅରବିନ୍ଦ ଦାସ (ଅନ୍ତଦ୍ୱୟ) ଓ ନୂଆପାଟଣାର ଟୁକୁନା ସାହୁ ପ୍ରମୁଖ କହିଛନ୍ତି, ଅଲଣା ପଞ୍ଚାୟତ ଅଧୀନ କୁଣ୍ଡେଶ୍ୱର, ମଧୁପୁର, ଅରଖପାରି, ଅଲଣା, ତହଡ଼ିପଡ଼ା, ସଠଳପୁର, ଓରଣ୍ଡ, ବେଣାପଡ଼ା ଓ ମୁଣ୍ଡାଳ ଗ୍ରାମର ପାଖାପାଖି ୧୩୦୦ କାର୍ଡ ଧାରୀ ରାଶନ ସାମଗ୍ରୀ ଗଜରାଜପୁରରୁ ଆଣୁଛନ୍ତି । ସେହିପରି ରୋହିଆ ପଞ୍ଚାୟତର ବହୁ କାର୍ଡ ଧାରି ଗଜରାଜପୁରରୁ କଣ୍ଟ୍ରୋଲ ସାମଗ୍ରୀ ଆଣୁଥିବା ରୋହିଆ ଗ୍ରାମର ଅଜିତ ମହାନ୍ତି, ବ୍ରହ୍ମାନନ୍ଦ ମହାନ୍ତି, ଚିତ୍ତରଞ୍ଜନ ମହାନ୍ତି, ଅନନ୍ତପୁରର ପଞ୍ଚାନନ ପରିଡ଼ା, ଅରଖକୁଦର ରବୀନ୍ଦ୍ରନାଥ ସ୍ବାଇଁ ଓ ପୋହଳର ବିଜୁ ସ୍ବାଇଁ ପ୍ରମୁଖ କହିଛନ୍ତି ।
ସେମାନଙ୍କ ଅଭିଯୋଗ ହେଲା, ୨ ବର୍ଷ ପୂର୍ବରୁ ସେମାନେ ଠିକ୍‌ ଭାବେ ଚାଉଳ ପାଉଥିଲେ। ପ୍ରଥମେ ଅଲଣାସ୍ଥିତ ବେଲବଣ ଏସ୍‌ଏଚ୍‌ଜି ଓ ରୋହିଆ ପଞ୍ଚାୟତ ପକ୍ଷରୁ ପୃଥକ ଭାବେ ରାସନ ସାମଗ୍ରୀ ବଣ୍ଟନ କରାଯାଉଥିଲା । କୌଣସି କାରଣରୁ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ ହେବାପରେ ପଞ୍ଚାୟତ ସ୍ଥାନରେ ନାଉଗାଁର ଡିଲର ପ୍ରତାପ ବେହେରାଙ୍କୁ ଟ୍ୟାଗ କରି ଦିଆଯାଇଥିଲା। ମାତ୍ର ପରେ ବେହେରାଙ୍କୁ କେବଳ ତାଙ୍କ ନିଜ ଅଞ୍ଚଳ ଅର୍ଥାତ୍‌ ନାଉଗାଁରେ ରାଶନ ସାମଗ୍ରୀ ଦେବାକୁ ଅନୁମତି ଦିଆଯାଇଥିଲା। ଏହାପରେ ଅଲଣା ଓ ରୋହିଆ ପଞ୍ଚାୟତର ହିତାଧିକାରୀଙ୍କୁ କେବଳ ବେଲବଣ ଏସ୍‌ଏଚ୍‌ଜି ପକ୍ଷରୁ ରାଶନ ସାମଗ୍ରୀ ଦିଆଯାଉଥିଲା। ମାତ୍ର ମୃତ ଲୋକଙ୍କ ନାଁରେ ଅଲଣା ପଞ୍ଚାୟତରେ ଚାଉଳରେ ଅନିୟମିତତା ହୋଇଥିବା ଦର୍ଶାଯାଇ ଉକ୍ତ ଏସ୍‌ଏଚ୍‌ଜିକୁ ନିଲମ୍ବନ କରି ଦିଆଯାଇଥିଲା । ବେହେରା ଏଠାରେ ରାଶନ ସାମଗ୍ରୀ ବଣ୍ଟନର ଦାୟିତ୍ୱରେ ଥିବା ସମୟରୁ ଏଭଳି ଅନିୟମିତତା ହୋଇଥିବା ଦର୍ଶାଇ ତାଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ପରବର୍ତ୍ତୀ ସମୟରେ ବେହେରାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ଦିଆଯାଇଛି । କିନ୍ତୁ ବେଲବଣ ଏସ୍‌ଏଚ୍‌ଜି ଉପରେ କଟକଣା ବଳବତ୍ତର ରହିଛି। ଏନେଇ ଉକ୍ତ ଏସ୍‌ଏଚ୍‌ଜି ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଅନ୍ୟପଟେ ଅଲଣା ଓ ରୋହିଆ ପଞ୍ଚାୟତର ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ଯୋଗାଇବା ପାଇଁ ଗଜରାଜପୁରର ଡିଲର ଚିତ୍ତରଞ୍ଜନ ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେବେଠାରୁ ପାଢୀ ରାସନ ସାମଗ୍ରୀ ଦେଇ ଆସୁଛନ୍ତି। କିନ୍ତୁ ଗଜରାଜପୁରରୁ ଅଲଣା ଓ ରୋହିଆ ପଞ୍ଚାୟତର ଅଧିକାଂଶ ଗ୍ରାମ ୬ କିଲୋମିଟରରୁ ୧୧ କିଲୋମିଟର ଭିତରେ ହୋଇଥିବାରୁ ହିତାଧିକାରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଡାଲା ଅଟୋ ଭଡା କରି ଗଲେ ପାଖାପାଖି ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏହାଦ୍ୱାରା ହିତାଧିକାରୀଙ୍କ ଉପରେ ଆର୍ଥିକ, ଶାରୀରିକ ଓ ମାନସିକ ଚାପ ପଡୁଛି ବୋଲି ଉପରୋକ୍ତ ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ସୁଜାତା ମିଶ୍ର କହିଛନ୍ତି, ସମସ୍ୟାର ସମାଧାନ ପାଇଁ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଉପଜିଲାପାଳ ଏହା ଉପରେ ନୂଆ ରିଟେଲର ନିଯୁକ୍ତି ପାଇଁ ନୋଟିଫିକେଶନ୍‌ କରି ପଦକ୍ଷେପ ନେବାକୁ ନାଉଗାଁ ବିଡିଙ୍କୁ ଚିଠି କରିଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri