Posted inଜାତୀୟ

ଯୋଗ କରୁଥିବା ସମୟରେ ତଳେ ପଡିଗଲେ କେନ୍ଦ୍ରମନ୍ତ୍ରୀ: ଏମ୍ସରେ ହେବେ ଭର୍ତ୍ତିି…

ପାଟନା,୨୧।୬ : ଅନ୍ତର୍ଜାତୀୟ ଯୋଗ ଦିବସରେ ବିହାରର ବୈଶାଳିରେ ଏକ ସାମୁହିକ କାର୍ଯ୍ୟକ୍ରମରେ ଯୋଗ କରୁଥିବାବେଳେ କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପରାସ ହଠାତ ଅସୁସ୍ଥ ଅନୁଭବ କରଥିଲେ। ସେ ତଳେ ପଡି ଯାଇଥିଲେ। ତାଙ୍କ ପାଖରେ ଉପସ୍ଥିତ ଥିବା ଦଳୀୟକର୍ମୀ ତାଙ୍କୁ ଉଠାଇଥିଲେ। ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ତାଙ୍କୁ ଖରାରୁ ଛାଇକୁ ଅଣାଯାଇଥିଲା।

ତାଙ୍କ ଚାରିପଟେ ଥିବା ଗହଳି ହଟାଇ ଦିଆଯାଇଥିଲା। ଯେପରି ଶ୍ୱାସକ୍ରିୟାରେ କୌଣସି ଅସୁବିଧା ନ ହୁଏ ସେଭଳି ବ୍ୟବସ୍ଥା କରାଯାଇଥିଲା। ଏହା ପରେ ତାଙ୍କୁ ଦିଲ୍ଲୀ ଏମ୍ସ ନେବାକୁ ପ୍ରସ୍ତୁତି ଚାଲିଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ମୁଜାଫରପୁର ଯିବାବେଳେ ତାଙ୍କ କାର ଏକ ଖାଲରେ ଅଟକି ଯାଇଥିଲା। ଏହି କାରଣରୁ ତାଙ୍କର ପିଠିରେ ଯନ୍ତ୍ରଣା ହେଉଛି। ଶିରାରେ ମଧ୍ୟ ଏକ ସମସ୍ୟା ଅଛି। ସେଥିପାଇଁ ମୁଁ ଅଧିକ ସମୟ ବସିପାରିଲି ନାହିଁ। ଆଜି ଯୋଗ ଦିବସ । ଏଥିରେ ଅଂଶଗ୍ରହଣ କରିବା ଆବଶ୍ୟକ ଥିଲା । ମୁଁ ପାଟନାର ଡାକ୍ତର ଭାରତ କୁମାରଙ୍କ ପାଖରେ ଚିକିତ୍ସିତ ହେଉଛି। ବର୍ତ୍ତମାନ ମୁଁ ଦିଲ୍ଲୀ ଯିବି ଏବଂ ଏମ୍ସରେ ପରୀକ୍ଷା ଶେଷ କରିବି ।

ସ୍ଥାନୀୟ ଲୋକ କହିଛନ୍ତି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେର ପୀଡିତ ୬୬ ବର୍ଷୀୟ କେନ୍ଦ୍ର ମନ୍ତ୍ରୀ ପଶୁପତି ପରାସ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେବା ପାଇଁ ହାଜିପୁରରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟ ହଠାତ ଖରାପ ହୋଇଯାଇଥିଲା। ଲୋକମାନେ ତାଙ୍କୁ ସୋଫାରେ ବସାଇଥିଲେ। ସେ କିଛି ଆରାମ ଅନୁଭବ କରିବା ପରେ ତୁରନ୍ତ ଡାକ୍ତରଙ୍କୁ ଡକା ଯାଇଥିଲା। ଅଧିକ ଚିକିତ୍ସା ପାଇଁ ଡାକ୍ତରମାନେ ତାଙ୍କୁ ଏମ୍ସ ଯିବାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ: ନିଦରୁ ଉଠି ପ୍ରଳାପ କରୁଛନ୍ତି…

ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri