Categories: ଫୁରସତ

ଏମିତି ପୁଷ୍କରିଣୀ, ଯାହାର ମାତ୍ର ୩ ବୁନ୍ଦା ପାଣି ପିଇଲେ ମେଣ୍ଟିଥାଏ ଶୋଷ

ଭାରତରେ ଅନେକ ପ୍ରାଚୀନ ମଠ, ମନ୍ଦିର, ପୁଷ୍କରିଣୀ ରହିଛି। ଯାହା ରହସ୍ୟରେ ପରିପୂର୍ଣ୍ଣ। ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ଠିକ୍‌ ଏପରି ଏକ ପୁଷ୍କରିଣୀ ଅଛି, ଯାହାର ରହସ୍ୟ ଆଜି ଯାଏ କେହି ଜାଣିପାରୁନାହାନ୍ତି। ଏହି ପୁଷ୍କରିଣୀର ଜଳ କେଉଁଠୁ ଆସେ, ଏହାର ଗଭୀରତା କେତେ କିଏ ଏହାକୁ ତିଆରି କରିଛି ଇତ୍ୟାଦି।

ଏହି ପୁଷ୍କରିଣୀର ନାମ ଭୀମକଣ୍ଡ। ଏହା ବିଷୟରେ ଅନେକ କିମ୍ବଦନ୍ତୀ ରହିଛି। କୁହାଯାଏ, ମହାଭାରତ ଯୁଗରେ ପାଣ୍ଡବମାନେ ବନବାସ ସମୟରେ ଏଠାକୁ ଯାଉଥିଲେ। ଏହି ସମୟରେ ଦ୍ରୌପଦୀଙ୍କୁ ଶୋଷ ଲାଗିଥିଲା। ପାଣ୍ଡବମାନେ ନିକଟରେ ଜଳ ଖୋଜିଲେ, କିନ୍ତୁ କୌଣସି ସ୍ଥାନରେ ଜଳର ସନ୍ଧାନ ପାଇଲେ ନାହିଁ। ତା’ପରେ ଧର୍ମରାଜ ଯୁଧିଷ୍ଠିର ନକୁଳଙ୍କୁ ମନେ ପକାଇଲେ। ନକୁଳଙ୍କର ଏତେ ଶକ୍ତି ଅଛି ଯେ, ସେ ପାତାଳ ଗଭୀରତାରେ ଜଳର ସନ୍ଧାନ ପାଇପାରନ୍ତି। ଏହା ପରେ ନକୁଳ ଧ୍ୟାନ କରି ଜଳ କେଉଁଠାରେ ଅଛି ଖୋଜିଲେ ହେଲେ ପାଇଲେ ନାହିଁ।

ଶେଷରେ ଯୁଧିଷ୍ଠିର ଭୀମଙ୍କୁ ଡାକିଲେ, ଭୀମ ନିଜ ଗଦାରେ ଭୂମିରେ ଗୋଟିଏ ପ୍ରହାର ପକାଇଲେ। ଏହା ପରେ ଜଳ ଦେଖା ଯାଇଥିଲା। ଜଳର ଉତ୍ସ ଭୂପୃଷ୍ଠରୁ ପ୍ରାୟ ୩୦ ଫୁଟ ତଳେ ଥିଲା। ତା’ପରେ ଯୁଧିଷ୍ଠିର ଅର୍ଜୁନଙ୍କୁ ତୀର ମାରିବା କୌଶଳ ଦେଖାଇଥିଲେ। ପରେ ଅର୍ଜୁନ ତୀର ସହିତ ଜଳ ଉତ୍ସକୁ ଯିବା ପାଇଁ ଶିଡ଼ି ତିଆରି କରିଥିଲେ। ଏହା ପରେ ଦ୍ରୌପଦୀ ଯାଇ ଶୋଷ ମେଣ୍ଟାଇଥିଲେ। ଏହି କାରଣରୁ ଏହା ଭୀମକଣ୍ଡ ନାମରେ ବି ଜଣାଶୁଣା।

ଅନ୍ୟ ଏକ ବିଶ୍ୱାସ ହେଉଛି, ଭୀମକଣ୍ଡ ଏକ ଶାନ୍ତ ଆଗ୍ନେୟଗିରି। ଅନେକ ଭୂବିଜ୍ଞାନୀ ଏହାର ଗଭୀରତା ମାପିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପୁଷ୍କରିଣୀର ତଳ ମିଳିଲା ନାହିଁ। କୁହାଯାଏ, ଏହି ପୁଷ୍କରିଣୀର ଅଶୀ ଫୁଟ ଗଭୀରତାରେ ପ୍ରବଳ ଜଳସ୍ରୋତ ପ୍ରବାହିତ ହୁଏ। ଏହି ସ୍ରୋତ ବୋଧହୁଏ ଏହାକୁ ସମୁଦ୍ର ସହିତ ସଂଯୋଗ ହୋଇଛି। ଭୂ-ବିଜ୍ଞାନୀମାନଙ୍କ ପାଇଁ ମଧ୍ୟ ଭୀମକୁଣ୍ଡର ଗଭୀରତା ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଯାଇଛି।

Share