ମାସେ ମୋବାଇଲ ବ୍ୟବହାର ନ କଲେ ଏହି କମ୍ପାନୀ ଦେବ ୧୦ ହଜାର ଡଲାର ପୁରସ୍କାର…

ରେକଜାଭିକ,୨୫।୧ : ମୋବାଇଲ ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ ହୋଇପାରିଛି। ଅନେକ ଲୋକ ମୋବାଇଲ ବିନା ନିଜ ଜୀବନକୁ କଳ୍ପନା କରିବାକୁ ମଧ୍ୟ ପଛାନ୍ତି। ବର୍ତ୍ତମାନ ଏକ କମ୍ପାନୀ ଲୋକଙ୍କୁ ଚ୍ୟାଲେଞ୍ଜ କରିଛି। ଏକ ମାସ ପାଇଁ ଫୋନ ବିନା ରହୁଥିବା ଲୋକଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ଦିଆଯିବ। ଏଥିପାଇଁ କମ୍ପାନୀ ଲୋକଙ୍କ ଠାରୁ ଆବେଦନ ମଧ୍ୟ ଗ୍ରହଣ କରିବା ଆରମ୍ଭ କରିଛି ।

ଆଇସଲ୍ୟାଣ୍ଡର ଏକ ଦହି ଉତ୍ପାଦନକାରୀ କମ୍ପାନୀ ଡିଜିଟାଲ ଡିଟକ୍ସ ନାମକ ଏକ ଚ୍ୟାଲେଞ୍ଜ ଆରମ୍ଭ କରିଛି। ଏହି ଚ୍ୟାଲେଞ୍ଜ ଅନ୍ତର୍ଗତ ଲୋକଙ୍କୁ ଏକ ମାସ ପାଇଁ ମୋବାଇଲ ଫୋନଠାରୁ ଦୂରରେ ରହିବାକୁ ପଡ଼ିବ। ଯେଉଁମାନେ ଏହି ଚ୍ୟାଲେଞ୍ଜରେ ଜିତିବେ ସେମାନଙ୍କୁ କମ୍ପାନୀ ଆଠ ଲକ୍ଷରୁ ଅଧିକ ଟଙ୍କା ପୁରସ୍କାର ଦେବାକୁ ଯାଉଛି।

କମ୍ପାନୀ କହିଛି ଯେପରି ଡ୍ରାଏ ଜାନୁଆରୀ ଅର୍ଥାତ ଜାନୁଆରୀ ମାସରେ ମଦ୍ୟପାନ ଛାଡିବା ଏକ ଆହ୍ବ ାନ , ସେହିଭଳି ‘ଡିଜିଟାଲ ଡିଟକ୍ସ’ ଚ୍ୟାଲେଞ୍ଜ ମଧ୍ୟ ଅଣାଯାଇଛି। ଏହି ଆହ୍ବାନର ଏକ ଅଂଶ ହେବାକୁ ଜାନୁୟାରୀ ୩୧ ତାରିଖ ସୁଦ୍ଧା ଆବେଦନପତ୍ର ଦାଖଲ କରିବାକୁ ପଡିବ। ଯେଉଁମାନେ ଏଥିରେ ଅଂଶଗ୍ରହଣ କରିବାକୁ ଚାହାନ୍ତି, ସେମାନେ ମଧ୍ୟ ଏହି ପ୍ରତିଯୋଗିତାରେ କାହିଁକି ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି ତାହା ଜଣାଇବାକୁ ପଡ଼ିବ ।

ଏହି ଚ୍ୟାଲେଞ୍ଜ ପାଇଁ ଦଶ ଜଣଙ୍କୁ ମନୋନୀତ କରାଯିବ ବୋଲି କୁହାଯାଇଛି। ସେମାନଙ୍କୁ କଦଳୀ ଉତ୍ପାଦନକାରୀ କମ୍ପାନୀ ସିଗି ଦ୍ୱାରା ଦିଆଯାଇଥିବା ଲକ୍ବାକ୍ସରେ ରହିବାକୁ ପଡ଼ିବ। ଯିଏ ଏହି ଚ୍ୟାଲେଞ୍ଜରେ ଜିତିବେ ତାଙ୍କୁ ୧୦ ହଜାର ଡଲାର୍‌ (ପ୍ରାୟ ୮,୩୧,୧୭୨ ଟଙ୍କା) ପୁରସ୍କାର ପାଇବେ ।

ପ୍ରାପ୍ତ ସୂଚନା ଅନୁଯାୟୀ ଫେବୃଆରୀରେ ବିଜେତା ଘୋଷିତ ହୋବ। କମ୍ପାନୀ କହିଛି କେବଳ ମୋବାଇଲ ଫୋନରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ଆମେ ଏହି ପ୍ରକାର ପ୍ରତିଯୋଗିତା କରୁଛୁ। ମୋବାଇଲ ଫୋନ ଅଧିକରୁ ଅଧିକ ଲୋକଙ୍କ ଜୀବନର ଏକ ଅଂଶ ହୋଇପାରିଛି। ଫୋନ ଦ୍ୱାରା ହେଊଥିବା କ୍ଷତି ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆମେ ଏହି ଚ୍ୟାଲେଞ୍ଜର ଆୟୋଜନ କରୁଛୁ ।

Share