ସୁନା କିଣିଲେ ସୁଫଳ ମିଳେ

ଭୁବନେଶ୍ୱର,୧୦।୧୧(ଅଭୟ ଦାଶ):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧନ୍‌ତେରସ୍‌ ଉପଲକ୍ଷେ ସାରା ଦେଶରେ ଉତ୍ସବର ମାହୋଲ ଦେଖାଦେଇଥାଏ। ବିଶେଷକରି ଧନ୍‌ତେରସ୍‌ରେ ଧନ କ୍ରୟ (ସୁନା କିଣିଲେ) ସବୁ କ୍ଷେତ୍ର ପାଇଁ ସୁଫଳ ଦେଇଥାଏ ବୋଲି କାହିଁ କେଉଁ କାଳରୁ ଲୋକକଥା ରହିଆସିଛି। ଏପରିକି ଗାଁଠୁ ସହର ସବୁ ସ୍ଥାନରେ ଅଳଙ୍କାର ପ୍ରତିଷ୍ଠାନଗୁଡିକ ଧନ୍‌ତେରସ୍‌ ପାଇଁ ଧନ ବର୍ଷାର ସୁବିଧା ଗ୍ରାହକମାନଙ୍କୁ ଯୋଗାଇ ଦେଇଥାନ୍ତି। ବିଶେଷକରି କାରବାର ପାଇଁ ବ୍ୟାପକ କଲେକ୍ସନର ସମ୍ଭାର ସାଙ୍ଗକୁ ଧନ୍‌ତେରସ୍‌ ଉପଲକ୍ଷେ ଗ୍ରାହକଙ୍କୁ ଆକର୍ଷଣୀୟ ରିହାତି ଅଫର ଦିଆଯାଉଛି।
ଉଲ୍ଲେଖଯୋଗ୍ୟ, ଧନ୍‌ତେରସ୍‌ ଉପଲକ୍ଷେ ସାରା ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଯଥା- ଲାଲ୍‌ଚାନ୍ଦ୍‌ ଜୁଏଲର୍ସ, ଖିମ୍‌ଜୀ ଜୁଏଲର୍ସ, କଲ୍ୟାଣ ଜୁଏଲର୍ସ, ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ, ଜୟ ଆଲୁକ୍କାସ, ତନିସ୍କ, ରିଲାଏନ୍ସ ଜୁଏଲର୍ସ, ପି.ସି.ଚନ୍ଦ୍ରା ଜୁଏଲର୍ସ, ଅରୁନ୍ଧତୀ ଜୁଏଲର୍ସ, ପ୍ରୀତମ ଜୁଏଲର୍ସ, ଭବାନୀ ଅଳଙ୍କାର, ଲୋକନାଥ ଜୁଏଲର୍ସ, ହିନ୍ଦୁସ୍ଥାନ ଜୁଏଲର୍ସ, ମା ଗୌରୀ ଜୁଏଲର୍ସ, ଜେ.କେ ଜୁଏଲର୍ସ, ଜାଭେରୀ ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ, ରୀତା ଜୁଏଲର୍ସ, କଳାମନ୍ଦିର ଜୁଏଲର୍ସ, ସ୍ମାଇଲ ଗୋଲ୍‌ଡ ଜୁଏଲର୍ସ, ସେନ୍‌କୋ ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ, ରୀତା ଆଣ୍ଡ ସନ୍ସ ଭଳି ଗହଣା ଦୋକାନରେ ଆକର୍ଷଣୀୟ ରିହାତି ଅଫର ସାଙ୍ଗକୁ ନୂତନ କଲେକ୍ସନର ବ୍ୟାପକ ସମ୍ଭାର ଉପଲବ୍ଧ।
ଅପରପକ୍ଷରେ ଧନ୍‌ତେରସ୍‌ର ଶୁଭ ଅବସରରେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର ସାଙ୍ଗକୁ ମନଲୋଭା କଲେକ୍ସନର ବୃହତ୍‌ ସମ୍ଭାରକୁ ଉନ୍ମୋଚନ କରାଯାଇଛି। ବିଶେଷ କରି ପ୍ରତି ଗ୍ରାମ ପିଛା ୬୨୫ ଟଙ୍କାର ମୂଲ୍ୟରେ ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନା ଗହଣାର ଗଢ଼ା ମୂଲ୍ୟ ଦିଆଯାଉଥିବାବେଳେ ପ୍ରତି କ୍ୟାରେଟ ହୀରା ମୂଲ୍ୟ ଉପରେ ଫ୍ଳାଟ ୨୦,୦୦୦ ଟଙ୍କାର ରିହାତି ଏବଂ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୫୦% ରିହାତି ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଛି। ସେହିଭଳି ନିର୍ଦ୍ଦିଷ୍ଟ ହାତଘଣ୍ଟା ବ୍ରାଣ୍ଡ୍‌ଗୁଡିକ ଉପରେ ଫ୍ଳାଟ୍‌ ୨୦%ର ରିହାତି ଓ ବ୍ରାଣ୍ଡେଡ୍‌ ଆଇଟମର ମୂଲ୍ୟ ଉପରେ ଫ୍ଲାଟ୍‌ ୧୫% ରିହାତି ପ୍ରଦାନ କରାଯାଉଛି। ଏପରିକି ଆଇଜେଏସ୍‌ଏଫ୍‌ରେ ପ୍ରତି ୨୫,୦୦୦ ଟଙ୍କା ବା ଅଧିକ କ୍ରୟ ଉପରେ ମାଗଣା ରୁପା ମୁଦ୍ରା ସାଙ୍ଗକୁ ନିଶ୍ଚିତ ଉପହାର ଦିଆଯାଉଛି। ସେହିପରି ଖିମ୍‌ଜୀ ଜୁଏଲର୍ସରେ ନଭେମ୍ବର ୩ରୁ ଧନ୍‌ତେରସ୍‌ ଧନବର୍ଷା ଉତ୍ସବ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ହୀରା ଗହଣାର ମୂଲ୍ୟ ଉପରେ ଫ୍ଳାଟ୍‌ ୨୦% ରିହାତି ଦିଆଯାଉଥିବାବେଳେ ରୁପା ଗହଣାର ଗଢା ମଜୁରି ଉପରେ ଫ୍ଲାଟ୍‌ ୨୫% ରିହାତି ପ୍ରଦାନ କରାଯାଉଛି। ଏପରିକି ପ୍ରତି ସୁନା ଅଳଙ୍କାରର କ୍ରୟ ବିଲ୍‌ ଉପରେ ଫ୍ଳାଟ୍‌ ୪.୫%ର ରିହାତି ଦିଆଯାଉଛି। ଅପରପକ୍ଷରେ ରିଲାଏନ୍ସ ଜୁଏଲର୍ସର ଦୀପାବଳି ଅଫର ଓ କଲେକ୍ସନ ‘ ସ୍ବର୍ଣ୍ଣ ବଙ୍ଗ’ ସାଙ୍ଗକୁ ସୁନା ଅଳଙ୍କାରର ଗଢା ମଜୁରି ଓ ହୀରା ଅଳଙ୍କାର କ୍ରୟ ମୂଲ୍ୟ ଉପରେ ୨୫%ର ରିହାତି ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri