Posted inଫୁରସତ

ପ୍ରେମରେ ବିଫଳ ହୋଇ ବ୍ରେକ୍‌ଅପ୍‌ ହୋଇଥିଲେ ମିଳିବ ନିଯୁକ୍ତି

ବେଙ୍ଗାଲୁରୁ,୨।୩: ବେଙ୍ଗାଲୁରୁ ସ୍ଥିତ ମନିଟରିଂ ଏବଂ କନ୍ସଲ୍ଟିଂ କମ୍ପାନୀ ‘ଟପ୍‌ମେଟ୍‌’ ପକ୍ଷରୁ ଚିଫ୍‌ ଡେଟିଂ ଅଫିସର ପଦ ପାଇଁ ନିଯୁକ୍ତି ସୁଯୋଗ ବାହାରିଛି। ତେବେ ଏହି ନିଯୁକ୍ତି କୌଣସି ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀଧାରୀଙ୍କ ପାଇଁ ନୁହେଁ, ବରଂ ପ୍ରେମରେ ବିଫଳ ହୋଇ ବ୍ରେକ୍‌ଅପ୍‌ର ସମ୍ମୁଖୀନ ହୋଇଥିବା କିମ୍ବା ଅନ୍‌ଲାଇନ ଡେଟିଂରେ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ। କେବଳ ସେହି ଲୋକମାନେ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ, ଯେଉଁମାନେ ଜୀବନରେ ଅତି କମ୍‌ରେ ଥରେ ବ୍ରେକ୍‌ଅପ୍‌ ଯନ୍ତ୍ରଣା ଦେଇ ଗତି କରିଛନ୍ତି ଏବଂ ସର୍ବନିମ୍ନ ୩ ଜଣଙ୍କୁ ଡେଟ୍‌ କରିଛନ୍ତି।
ଟପ୍‌ମେଟ୍‌ କମ୍ପାନୀର ମାର୍କେଟିଂ ଲିଡ୍‌ ନିମିଶା ଚନ୍ଦା ଏକ୍ସ’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ପ୍ରେମୀଯୁଗଳଙ୍କୁ ପରାମର୍ଶ ଦେବା ପାଇଁ ‘ଟପ୍‌ମେଟ୍‌’ କମ୍ପାନୀ ଚିଫ୍‌ ଡେଟିଂ ଅଫିସର ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜୁଥିବା ସେ କହିଛନ୍ତି। ଅତି କମ୍‌ରେ ଜଣକ ସହ ବ୍ରେକ୍‌ଅପ୍‌ ଓ ୩ ଜଣକ ସହ ଡେଟିଂ ଅଭିଜ୍ଞତା ଥିବା ବ୍ୟକ୍ତି ହିଁ ଚିଫ୍‌ ଡେଟିଂ ଅଫିସର ପଦ ପାଇଁ ଆବେଦନ କରିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହାକୁ ନିଶ୍ଚିତ କରିବାକୁ କମ୍ପାନୀ ପକ୍ଷରୁ ଆବେଦନକାରୀ ପ୍ରାର୍ଥୀମାନଙ୍କୁ ସେମାନଙ୍କର ପ୍ରେମ କାହାଣୀ ସମ୍ବନ୍ଧରେ ପଚରାଯିବ। ସେହିପରି ଆବେଦନକାରୀ ପ୍ରାର୍ଥୀମାନଙ୍କୁ ସମସ୍ତ ନୂତନ ଡେଟିଂ ନିୟମ ବିଷୟରେ ଅବଗତ ରହିବାକୁ ପଡ଼ିବ। ଏହି ନିଯୁକ୍ତି ସୁଯୋଗକୁ ନେଇ ନିମିଶା କରିଥିବା ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ୟୁଜର୍ସ ଏହି ପୋଷ୍ଟରେ ବିଭିନ୍ନ ମଜାଳିଆ କମେଣ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ୨୦ ଓଟ ବାଦ୍‌: କରୁଥିଲେ ଏହି କାମ, ଧରାପଡ଼ିବାରୁ…

ମସ୍କଟ,୨ା୩:କସ୍‌ମେଟିକ୍‌ ସର୍ଜରୀ କରିଥିବାରୁ ୨୦ ଓଟଙ୍କୁ ଆରବୀୟ ଦେଶ ଓମାନର ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଛି। ଏହି ଘଟଣା ଏବେ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।…

ଟଙ୍କା ବଞ୍ଚାଇବାକୁ ଯାଇ କୁକୁରକୁ ଅଳିଆ ଉଠାଇବା କାମରେ ଲଗାଇଦେଲେ ମାଲିକ, ଏବେ ଲାଗିଲା ଜରିମାନା

ରୋମ,୨୬।୨: ଇଟାଲୀର କାଟାନିଆ ସହରର ଜଣେ ବ୍ୟକ୍ତି ଅଳିଆ ସଂଗ୍ରହକାରୀଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଏପରି ଏକ ପଦ୍ଧତି ଗ୍ରହଣ କରିଛନ୍ତି ଯାହା କର୍ତ୍ତୃପକ୍ଷଙ୍କୁ ମଧ୍ୟ…

ଗୁଗୁଲ ଏବଂ ୟୁଟ୍ୟୁବକୁ ଚଳାଉଥିବା ସିଇଓମାନେ କେଉଁ ଜାତିର? ଜାଣିଲେ ହୋଇଯିବେ ତାଜୁବ

ବିଶ୍ୱର ସର୍ୱବୃହତ ଟେକ ଏବଂ ଲଗଜରୀ କମ୍ପାନୀଗୁଡ଼ିକରେ ଭାରତୀୟ ବଂଶୋଦ୍ଭବ କାର୍ଯ୍ୟନିର୍ୱାହୀଙ୍କ ପ୍ରାଧାନ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦିଲ୍ଲୀରେ ସମ୍ପ୍ରତି ଅନୁଷ୍ଠିତ ଏଆଇ ସମ୍ମିଳନୀରେ, ଫ୍ରାନ୍ସ…

ବେଡ୍‌ରୁମ୍‌ AC ଉପରେ ବସିଥିଲା ସାପ, ହଠାତ୍‌ ଘଟିଲା….ଦେଖନ୍ତୁ Video

ନୂଆଦିଲ୍ଲୀ,୨୪।୨: ସାଧାରଣତଃ ଗ୍ରୀଷ୍ମ ଋତୁରେ ଲୋକେ ରୁମ୍‌ରେ ବସି ଏସିର ମଜା ନିଅନ୍ତି। କିନ୍ତୁ ସେଇ ଏସିରେ ଯଦି ଏକ ବିପଦଜନକ ପ୍ରାଣୀକୁ ଦେଖନ୍ତି ତେବେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri