ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ

ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ ଭଗବାନଙ୍କୁ ହାତ ଯୋଡ଼ି ବାହାରିଲେ ସବୁ କାମ ଶୁଭ ହୋଇଥାଏ। ଏହାଛଡ଼ା ଜ୍ୟୋତିଷଶାସ୍ତ୍ରରେ ଏଭଳି କିଛି ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ଯାତ୍ରା ସମୟରେ ଦେଖିଲେ ଶୁଭ ବୋଲି କୁହାଯାଏ। ଏପରିକି ଯେଉଁ କାମରେ ଯାଉଥିବ ତାହା ପୂରଣ ହୁଏ । ଆସନ୍ତୁ ଜାଣିବା:

-ଗାଇ ଦେଖିବା ଶୁଭ: ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେତେବେଳେ ବ୍ୟକ୍ତି କୌଣସି ଜରୁରୀ କାମରେ ଘରୁ ବାହାରେ ସେତେବେଳେ ରାସ୍ତାରେ ଗାଇ ତାର ବାଛୁରୀକୁ କ୍ଷୀର ଖୁଆଉଥିବା ଦେଖିଲେ ଶୁଭଫଳ ମିଳେ। ଯାତ୍ରା ମଙ୍ଗଳମୟ ହୁଏ। ଏହାଛଡ଼ା ଗାଇର ଗୋବର ଦେଖିଲେ ଶୁଭ ବୋଲି କୁହାଯାଏ।

-ଶବ ଯାତ୍ରା ଦେଖିବା ଶୁଭ: ଘରୁ ବାହାରକୁ ବାହାରିବା ସମୟରେ ଯଦି କାହାର ଅନ୍ତିମ ଯାତ୍ରା ଆଖିରେ ପଡେ ତେବେ ଶୁଭ ଫଳ ମିଳିଥାଏ। ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ଏମିତିରେ ଶବଯାତ୍ରାଙ୍କୁ ହାତ ଯୋଡ଼ି ପ୍ରଣାମ କରି ଆଗକୁ ଯାଆନ୍ତୁ।

-ଶଙ୍ଖ କିମ୍ବା ଘଣ୍ଟି ଧ୍ୱନୀ ଶୁଭିବା ଶୁଭ: ଘରୁ ବାହାରକୁ ବାହାରୁଥିବା ସମୟରେ ଯଦି ଶଙ୍ଖ ଅଥବା ଘଣ୍ଟି ବାଜିବା ଶବ୍ଦ କାନରେ ପଡେ ତେବେ ଯାତ୍ରା ସଫଳ ହେବ ବୋଲି ଜାଣି ନିଅନ୍ତୁ।

-ସକାଳୁ ଭିକାରିକୁ କରନ୍ତୁ ଦାନ: ସକାଳୁ ସକାଳୁ ଯଦି ଭିକାରି ଘରୁ ଆସନ୍ତି ତେବେ ତାହା ଶୁଭ। କୁହାଯାଏ ଯଦି ଭିକାରିକୁ ଦାନ କରିବ ତେବେ ଶୀଘ୍ର ଆପଣଙ୍କ ଫସି ରହିଥିବା କାମ , ଉଧାର ଦେଇଥିବା ଧନ ନଚେତ ବ୍ୟାପାରରେ ଲାଭ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri