Posted inଫୁରସତ

ଜବ୍‌ ଖୋଜୁଝନ୍ତି କି,ଚେକ୍‌ କରନ୍ତୁ ଏସବୁ ସାଇଟ୍‌

ଦିନଥିଲା, ଭଲ ଜବ୍‌ଟିଏ ଖୋଜିବା ଥିଲା ଏକ କଷ୍ଟକର କାର୍ଯ୍ୟ। କେବେ ଖବରକାଗଜରେ ବିଜ୍ଞାପନକୁ ଅପେକ୍ଷା କରିବାକୁ ପଡ଼ୁଥିଲା ତ ଆଉ କେବେ ବାୟୋଡାଟା ଏବଂ ସାର୍ଟିଫିକେଟ୍‌ ଧରି ଏ ଅଫିସ୍‌ରୁ ସେ ଅଫିସ୍‌କୁ ଧାଇଁବାକୁ ପଡ଼ୁଥିଲା। ହେଲେ ବର୍ତ୍ତମାନର ଇଣ୍ଟରନେଟ୍‌ ଯୁଗରେ ବିଭିନ୍ନ ଜବ୍‌ ସମ୍ପର୍କରେ ସୂଚନା ପାଇଁ ଅନେକ ଓ୍ବେବ୍‌ସାଇଟ୍‌ ଉପଲବ୍ଧ। ତେବେ କେଉଁ ଜବ୍‌ ପାଇଁ କେଉଁ ସାଇଟ୍‌ ଖୋଜିବା ଦରକାର, ସେ ସମ୍ପର୍କରେ ଜାଣିରଖିଲେ ଜବ୍‌ ଖୋଜିବା କାର୍ଯ୍ୟ ହୋଇଯାଏ
ଆହୁରି ସହଜ…

ପାଠ ପଢ଼ିବା ପରେ ଭଲ ଜବ୍‌ଟିଏ ପାଇବାକୁ ସବୁ ଯୁବପିଢ଼ିଙ୍କର ଲକ୍ଷ୍ୟ ଥାଏ। ତେବେ ଏଥିପାଇଁ ଠିକ୍‌ ସମୟରେ ବିଭିନ୍ନ ଜବ୍‌ ଭ୍ୟାକେନ୍ସି ସମ୍ପର୍କରେ ଜାଣିବା ଏବଂ ଆପ୍ଲାଏ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଇଞ୍ଜିନିୟରିଂ, ମେଡିକାଲ୍‌, ଶିକ୍ଷା, ରେଲ୍‌ଓ୍ବେ, ବ୍ୟାଙ୍କିଙ୍ଗ୍‌, କର୍ପୋରେଟ୍‌, ମାର୍କେଟିଂ, ଏନ୍‌ଜିଓ ଭଳି ବିଭିନ୍ନ କ୍ଷେତ୍ରରେ ଜବ୍‌ ଖୋଜିବା ଲାଗି ବିଭିନ୍ନ ଓ୍ବେବ୍‌ସାଇଟ୍‌ ଉପଲବ୍ଧ। ତେବେ କେଉଁ ଜବ୍‌ ପାଇଁ କେଉଁ ଓ୍ବେବ୍‌ସାଇଟ୍‌ ଫଲୋ କଲେ ଉପକୃତ ହେବେ, ସେ ସମ୍ପର୍କରେ ଧାରଣା ରହିବା ଆବଶ୍ୟକ…
ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ସମ୍ବନ୍ଧୀୟ ଜବ୍‌:- ବର୍ତ୍ତମାନ ଅଧିକାଂଶ ଯୁବପିଢ଼ି ମେକାନିକାଲ୍‌, ଇଲେକ୍ଟ୍ରିକାଲ୍‌, ଇଲେକ୍ଟ୍ରୋନିକ୍ସ, ସିଭିଲ୍‌, କମ୍ପ୍ୟୁଟର୍‌ ଇଞ୍ଜିନିୟରିଂ କ୍ଷେତ୍ରରେ କ୍ୟାରିୟର ଗଢିବାକୁ ଅଧିକ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ଜବ୍‌ ପାଇଁ ଶିକ୍ଷାଗତ ଯୋଗ୍ୟତା ଥିଲେ ବି ଅନେକେ ଭଲ ଜବ୍‌ ପାଇବାରୁ ବଞ୍ଚତ୍ତ ହୋଇଥାଆନ୍ତି। ଏହାର ମୁଖ୍ୟ କାରଣ ହେଉଛି ସଠିକ୍‌ ସୂଚନାର ଅଭାବ ବା ଠିକ୍‌ ଭାବେ ଜବ୍‌ ନ ଖୋଜିପାରିବା। ହେଲେ ଯଦି ଆପଣ ଏଭଳି ଜବ୍‌ ଖୋଜୁଛନ୍ତି, ତେବେ ଫ୍ରି ଜବ୍‌ ଆଲର୍ଟ (www.freejobalert.com), ଆଡା୨୪୭ (www.adda247.com), ନୌକ୍ରୀ.କମ୍‌ (naukri.com), କ୍ୱିକର୍‌ଜବ୍‌ (QuikrJobs.com) ଭଳି ସାଇଟ୍‌ଗୁଡ଼ିକରେ ଜବ୍‌ ଭ୍ୟାକେନ୍ସି ସୂଚନା ସହଜରେ ପାଇପାରିବେ। ସେହିପରି ବର୍ତ୍ତମାନ ସଫ୍ଟଓ୍ବେର୍‌ ଏବଂ ଟେକ୍ନୋଲୋଜି ସମ୍ବନ୍ଧିତ ବିଭିନ୍ନ କ୍ଷେତ୍ରରେ ଜବ୍‌ର ଡିମାଣ୍ଡ ବହୁତ ବଢିଚାଲିଛି। ଏଭଳି ଜବ୍‌ ଖୋଜୁଥିଲେ ଡାଇସ୍‌.କମ୍‌(www.dice.com) ସାଇଟ୍‌ ଆପଣଙ୍କ ପାଇଁ ବେଷ୍ଟ ସାଇଟ୍‌। ପ୍ରଥମେ ଏହି ସାଇଟ୍‌ରେ ରେଜିଷ୍ଟର କରିବାକୁ ହୋଇଥାଏ। ଏଠାରେ (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ) ଏଆଇ, ମୋବାଇଲ୍‌ ଆପ୍ଲିକେଶନ୍‌ ଡେଭେଲପର୍‌, ଜାଭା, ଓରାକ୍‌ଲ, ନେଟ୍‌ଓ୍ବର୍କ ଇଂଜିନିୟର, ସିଷ୍ଟମ ଇଞ୍ଜିନିୟର, ପିଏଚ୍‌ପି, ଲିନକ୍ସ ଆଦି ସମ୍ବନ୍ଧିତ ଅଧିକାଂଶ ଜବ୍‌ ସମ୍ପର୍କରେ ତଥ୍ୟ ଖୁବ୍‌ ସହଜରେ ପାଇଯିବେ। କେବଳ ଏତିକି ନୁହେଁ, ଏଥିରେ ଥିବା ସାଲାରି କାଲ୍‌କୁଲେଟର୍‌ ଟୁଲ୍‌ ବ୍ୟବହାର କରି ଶିକ୍ଷାଗତ ଓ ଅନ୍ୟାନ୍ୟ ଯୋଗ୍ୟତା ଅନୁଯାୟୀ କେଉଁ ଜବ୍‌ ପାଇଁ କେତେ ଦରମା ସେ ସମ୍ପର୍କରେ ଜାଣିପାରିବେ। ଆହୁରି ମଧ୍ୟ ଏହି ସାଇଟ୍‌ରେ ଟପ୍‌ ଏମ୍ପ୍ଲୟର୍ସ, କଷ୍ଟମ ଜବ୍‌ ନୋଟିଫିକେଶନ୍‌ ସହିତ କ୍ୱିକ୍‌ ଆପ୍ଲାଏ ଭଳି ଅପ୍ସନ ବି ରହିଛି।
ସରକାରୀ ଚାକିରି: ଭଲ ଦରମା ସହ ଏକ ଦୀର୍ଘସ୍ଥାୟୀ ଜବ୍‌ କରିବାକୁ ସବୁ ଯୁବପିଢ଼ିଙ୍କ ମନରେ ଲକ୍ଷ୍ୟ ଥାଏ। ଆଉ ଏଥିପାଇଁ ସରକାରୀ ଚାକିରିଠୁ ଭଲ ବିକଳ୍ପ ଆଉ କ’ଣ ବା ହୋଇପାରେ! ତେବେ ଏଭଳି ଚାକିରିର ନୋଟିସ୍‌ ଅବା ବିଜ୍ଞପ୍ତି କେବେ, କେଉଁଠି ପ୍ରକାଶ ପାଏ ସେ ସମ୍ପର୍କରେ ଯଥା ସମୟରେ ଜାଣି ନ ପାରିବା କାରଣରୁ ଅନେକେ ଏହି ଜବ୍‌ ପାଇବାରୁ ବଞ୍ଚତ୍ତ ହୁଅନ୍ତି। ତେଣୁ ସରକାରୀ ଚାକିରି ସମ୍ପର୍କରେ ସୂଚନା ପାଇବା ଲାଗି ଫ୍ରିଜବ୍‌ ଆଲର୍ଟ (www.freejobalert.com) ଓ୍ବେବ୍‌ସାଇଟ୍‌ ବେଶ୍‌ ଉପକାରରେ ଆସିପାରେ। ଏଠାରେ ସମସ୍ତ ପ୍ରକାରର ସରକାରୀ ତଥା ସାର୍ବଜନୀନ କ୍ଷେତ୍ରରେ ଚାକିରି ସମ୍ପର୍କରେ ସୂଚନା ଉପଲବ୍ଧ। ଏହା ବ୍ୟତୀତ ବିଭିନ୍ନ ପ୍ରମୁଖ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକ ସମ୍ବନ୍ଧିତ ନୋଟିଫିକେଶନ୍‌ ବି ଏହି ସାଇଟ୍‌ରେ ମିଳିଥାଏ। ଏହାକୁ ବ୍ୟବହାର କରିବା ଲାଗି ରେଜିଷ୍ଟ୍ରେଶନ୍‌ର ଆବଶ୍ୟକତା ବି ନାହିଁ। ଏହା ବ୍ୟତୀତ ସରକାରୀ ରେଜଲ୍ଟ (www.sarkariresult.com), ଇଜି ଆପ୍ଲାଏ (www.easyapply.co.in), ଇଣ୍ଡିଆନ୍‌ ଗଭର୍ନମେଣ୍ଟ ଜବ୍‌ (www.indiangovtjobs.in) ଭଳି ଓ୍ବେବ୍‌ସାଇଟ୍‌ ମଧ୍ୟ ବେଶ୍‌ କାମରେ ଆସିଥାଏ।
ନନ୍‌ ପ୍ରଫିଟ୍‌ ଅର୍ଗାନାଇଜେଶନ୍‌ ଜବ୍‌: କେବଳ ସରକାରୀ ସଂସ୍ଥା କିମ୍ବା କମ୍ପାନୀଗୁଡ଼ିକରେ ନୁହେଁ, ବର୍ତ୍ତମାନ ନନ୍‌ପ୍ରଫିଟ୍‌ ଅର୍ଗାନାଇଜେଶନ୍‌ଗୁଡ଼ିକରେ ମଧ୍ୟ ଚାକିରି ଅପ୍ସନ ଢେର୍‌। ହେଲେ ଏ କ୍ଷେତ୍ରରେ କେଉଁଠି ଭ୍ୟାକେନ୍ସି ଅଛି ଜାଣିବା ସହଜ ହେଉ ନ ଥିବାରୁ ଅନେକେ ଆଶାୟୀ ଭଲ ଜବ୍‌ ପାଇବାରୁ ବଞ୍ଚତ୍ତ ହୁଅନ୍ତି। ହେଲେ ଏ କ୍ଷେତ୍ରରେ ବିଭିନ୍ନ ଜବ୍‌ ସମ୍ପର୍କରେ ଜାଣିବା ଲାଗି ଆଇଡିଆଲିଷ୍ଟ.ଓଆର୍‌ଜି (idealist.org) ସବୁଠୁ ଭଲ ବିକଳ୍ପ। ଏହି ଓ୍ବେବ୍‌ସାଇଟ୍‌ରୁ ଆପଣ ବିଭିନ୍ନ ଅର୍ଗାନାଇଜେଶନ୍‌ରେ ନିଜ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ଏବଂ ଆବଶ୍ୟକତା ଅନୁଯାୟୀ ପାର୍ଟଟାଇମ୍‌, ଫୁଲଟାଇମ୍‌ ଜବ୍‌ ଖୋଜି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Pakistan Richest Person: ପାକିସ୍ତାନର ସବୁଠୁ ଧନୀ ବ୍ୟକ୍ତି କିଏ ଜାଣନ୍ତୁ, ସାରା ବିଶ୍ୱରେ ବିଛାଇଛନ୍ତି କମ୍ପାନୀ

ଇସଲାମାବାଦ୍‌,୨୦।୩: ଗରିବ ପାକିସ୍ତାନୀଙ୍କ ଅବସ୍ଥା ବିଷୟରେ ସାରା ବିଶ୍ୱ ଜାଣେ। ପଡ଼ୋଶୀ ଦେଶର ଋଣ ପ୍ରତି ପାଞ୍ଚ ବର୍ଷରେ ଦ୍ୱିଗୁଣିତ ହୁଏ। ଏହା ଉପରେ, ୧୯୯୭...

ଏହି କୁକୁରର ଦାମ୍‌ ଜାଣିଲେ ପାଦତଳୁ ଖସିଯିବ ମାଟି, ମାଲିକ କୁହନ୍ତି…

ବେଙ୍ଗାଲୁରୁର ଜଣେ ବ୍ୟକ୍ତି ବିଶ୍ୱର ସବୁଠାରୁ ମହଙ୍ଗା କୁକୁର କିଣି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି କୁକୁରର ଦାମ୍‌ ଜାଣିଲେ ପାଦତଳୁ ମାଟି ଖସିଯିବ। ତେବେ...

ଜୀବନ ଧନ ମୋ ପଖାଳ କଂସା

ଭୁବନେଶ୍ୱର,୨୦ା୩(ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ପ୍ରତ୍ୟେକ ଓଡ଼ିଆର ପ୍ରାଣର ପ୍ରତୀକ ହେଉଛି ପଖାଳ। ଗାଁ ହେଉ କି ସହର...

International Day of Happiness 2025: ଆଜି ଅନ୍ତର୍ଜାତୀୟ ଖୁସି ଦିବସ; ଜାଣନ୍ତୁ ଏହାର ଇତିହାସ,ଗୁରୁତ୍ୱ…

ଦୈନନ୍ଦିନ ଜୀବନ ପାଇଁ ଖାଦ୍ୟ, ବାସଗୃହ ଯେମିତି ଆବଶ୍ୟକ, ଖୁସି ମଧ୍ୟ ସେହିପରି ଅପରିହାର୍ଯ୍ୟ । ଖୁସି ରହିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମଗତ ଅଧିକାର। ଆଜି...

ଆଉ ଶୁଭୁନି ଘରଚଟିଆଙ୍କ କିଚିରିମିଚିରି ଶବ୍ଦ

ଘରଚଟିଆମାନଙ୍କ କିଚିରିମିଚିରି ଶବ୍ଦ ଏବେ ଅନେକ ଲୋକଙ୍କ ପିଲାଦିନର ସ୍ମୃତିର ଏକ ଅଂଶ ପାଲଟିଯାଇଛି। ଏକ ସମୟ ଥିଲା ଯେତେବେଳେ ସବୁଠି ଚଢ଼େଇ ଦେଖାଯାଉଥିଲେ, ତାହା...

ଏହି ଦେଶରେ ସୁନା ଦରରେ ବିକ୍ରି ହେଉଛି କଣ୍ଡୋମ, କିଣିବାକୁ ହେଲେ ସରିଯାଉଛି ଅଧା ଦରମା

ସାରା ବିଶ୍ୱରେ କଣ୍ଡୋମ ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା କେବଳ ଅସୁରକ୍ଷିତ ଯୌନ ସମ୍ପର୍କରୁ ରକ୍ଷା କରେ ତାହା ନୁହେଁ ବରଂ ଅନାବଶ୍ୟକ...

Youtubeରୁ ପ୍ରତି ମାସକୁ କେତେ ରୋଜଗାର କରନ୍ତି ସୀମା ହାଇଦର: ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୮।୩: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ମଙ୍ଗଳବାର ସକାଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ଗ୍ରେଟର ନୋଏଡାର କ୍ରିଷ୍ଣା...

Phone Expiry Date: ଫୋନ୍‌ର ଥାଏ କି ଏକ୍ସପାରୀ ଡେଟ୍‌: ଜାଣନ୍ତୁ ରୋଚକ ତଥ୍ୟ

ରନ୍ଧନ ତେଲ ହେଉ କିମ୍ବା ଔଷଧ। ଅଧିକାଂଶ ଜିନିଷରେ ଏକ୍ସପାରୀ ଡେଟ୍‌ ଲେଖାଥାଏ। କିନ୍ତୁ କ’ଣ ଜାଣନ୍ତି କି ଆପଣ ବର୍ଷ ବର୍ଷ ଧରି ବ୍ୟବହାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri