Posted inଫୁରସତ

ଜବ୍‌ ଖୋଜୁଝନ୍ତି କି,ଚେକ୍‌ କରନ୍ତୁ ଏସବୁ ସାଇଟ୍‌

ଦିନଥିଲା, ଭଲ ଜବ୍‌ଟିଏ ଖୋଜିବା ଥିଲା ଏକ କଷ୍ଟକର କାର୍ଯ୍ୟ। କେବେ ଖବରକାଗଜରେ ବିଜ୍ଞାପନକୁ ଅପେକ୍ଷା କରିବାକୁ ପଡ଼ୁଥିଲା ତ ଆଉ କେବେ ବାୟୋଡାଟା ଏବଂ ସାର୍ଟିଫିକେଟ୍‌ ଧରି ଏ ଅଫିସ୍‌ରୁ ସେ ଅଫିସ୍‌କୁ ଧାଇଁବାକୁ ପଡ଼ୁଥିଲା। ହେଲେ ବର୍ତ୍ତମାନର ଇଣ୍ଟରନେଟ୍‌ ଯୁଗରେ ବିଭିନ୍ନ ଜବ୍‌ ସମ୍ପର୍କରେ ସୂଚନା ପାଇଁ ଅନେକ ଓ୍ବେବ୍‌ସାଇଟ୍‌ ଉପଲବ୍ଧ। ତେବେ କେଉଁ ଜବ୍‌ ପାଇଁ କେଉଁ ସାଇଟ୍‌ ଖୋଜିବା ଦରକାର, ସେ ସମ୍ପର୍କରେ ଜାଣିରଖିଲେ ଜବ୍‌ ଖୋଜିବା କାର୍ଯ୍ୟ ହୋଇଯାଏ
ଆହୁରି ସହଜ…

ପାଠ ପଢ଼ିବା ପରେ ଭଲ ଜବ୍‌ଟିଏ ପାଇବାକୁ ସବୁ ଯୁବପିଢ଼ିଙ୍କର ଲକ୍ଷ୍ୟ ଥାଏ। ତେବେ ଏଥିପାଇଁ ଠିକ୍‌ ସମୟରେ ବିଭିନ୍ନ ଜବ୍‌ ଭ୍ୟାକେନ୍ସି ସମ୍ପର୍କରେ ଜାଣିବା ଏବଂ ଆପ୍ଲାଏ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଇଞ୍ଜିନିୟରିଂ, ମେଡିକାଲ୍‌, ଶିକ୍ଷା, ରେଲ୍‌ଓ୍ବେ, ବ୍ୟାଙ୍କିଙ୍ଗ୍‌, କର୍ପୋରେଟ୍‌, ମାର୍କେଟିଂ, ଏନ୍‌ଜିଓ ଭଳି ବିଭିନ୍ନ କ୍ଷେତ୍ରରେ ଜବ୍‌ ଖୋଜିବା ଲାଗି ବିଭିନ୍ନ ଓ୍ବେବ୍‌ସାଇଟ୍‌ ଉପଲବ୍ଧ। ତେବେ କେଉଁ ଜବ୍‌ ପାଇଁ କେଉଁ ଓ୍ବେବ୍‌ସାଇଟ୍‌ ଫଲୋ କଲେ ଉପକୃତ ହେବେ, ସେ ସମ୍ପର୍କରେ ଧାରଣା ରହିବା ଆବଶ୍ୟକ…
ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ସମ୍ବନ୍ଧୀୟ ଜବ୍‌:- ବର୍ତ୍ତମାନ ଅଧିକାଂଶ ଯୁବପିଢ଼ି ମେକାନିକାଲ୍‌, ଇଲେକ୍ଟ୍ରିକାଲ୍‌, ଇଲେକ୍ଟ୍ରୋନିକ୍ସ, ସିଭିଲ୍‌, କମ୍ପ୍ୟୁଟର୍‌ ଇଞ୍ଜିନିୟରିଂ କ୍ଷେତ୍ରରେ କ୍ୟାରିୟର ଗଢିବାକୁ ଅଧିକ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ଜବ୍‌ ପାଇଁ ଶିକ୍ଷାଗତ ଯୋଗ୍ୟତା ଥିଲେ ବି ଅନେକେ ଭଲ ଜବ୍‌ ପାଇବାରୁ ବଞ୍ଚତ୍ତ ହୋଇଥାଆନ୍ତି। ଏହାର ମୁଖ୍ୟ କାରଣ ହେଉଛି ସଠିକ୍‌ ସୂଚନାର ଅଭାବ ବା ଠିକ୍‌ ଭାବେ ଜବ୍‌ ନ ଖୋଜିପାରିବା। ହେଲେ ଯଦି ଆପଣ ଏଭଳି ଜବ୍‌ ଖୋଜୁଛନ୍ତି, ତେବେ ଫ୍ରି ଜବ୍‌ ଆଲର୍ଟ (www.freejobalert.com), ଆଡା୨୪୭ (www.adda247.com), ନୌକ୍ରୀ.କମ୍‌ (naukri.com), କ୍ୱିକର୍‌ଜବ୍‌ (QuikrJobs.com) ଭଳି ସାଇଟ୍‌ଗୁଡ଼ିକରେ ଜବ୍‌ ଭ୍ୟାକେନ୍ସି ସୂଚନା ସହଜରେ ପାଇପାରିବେ। ସେହିପରି ବର୍ତ୍ତମାନ ସଫ୍ଟଓ୍ବେର୍‌ ଏବଂ ଟେକ୍ନୋଲୋଜି ସମ୍ବନ୍ଧିତ ବିଭିନ୍ନ କ୍ଷେତ୍ରରେ ଜବ୍‌ର ଡିମାଣ୍ଡ ବହୁତ ବଢିଚାଲିଛି। ଏଭଳି ଜବ୍‌ ଖୋଜୁଥିଲେ ଡାଇସ୍‌.କମ୍‌(www.dice.com) ସାଇଟ୍‌ ଆପଣଙ୍କ ପାଇଁ ବେଷ୍ଟ ସାଇଟ୍‌। ପ୍ରଥମେ ଏହି ସାଇଟ୍‌ରେ ରେଜିଷ୍ଟର କରିବାକୁ ହୋଇଥାଏ। ଏଠାରେ (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ) ଏଆଇ, ମୋବାଇଲ୍‌ ଆପ୍ଲିକେଶନ୍‌ ଡେଭେଲପର୍‌, ଜାଭା, ଓରାକ୍‌ଲ, ନେଟ୍‌ଓ୍ବର୍କ ଇଂଜିନିୟର, ସିଷ୍ଟମ ଇଞ୍ଜିନିୟର, ପିଏଚ୍‌ପି, ଲିନକ୍ସ ଆଦି ସମ୍ବନ୍ଧିତ ଅଧିକାଂଶ ଜବ୍‌ ସମ୍ପର୍କରେ ତଥ୍ୟ ଖୁବ୍‌ ସହଜରେ ପାଇଯିବେ। କେବଳ ଏତିକି ନୁହେଁ, ଏଥିରେ ଥିବା ସାଲାରି କାଲ୍‌କୁଲେଟର୍‌ ଟୁଲ୍‌ ବ୍ୟବହାର କରି ଶିକ୍ଷାଗତ ଓ ଅନ୍ୟାନ୍ୟ ଯୋଗ୍ୟତା ଅନୁଯାୟୀ କେଉଁ ଜବ୍‌ ପାଇଁ କେତେ ଦରମା ସେ ସମ୍ପର୍କରେ ଜାଣିପାରିବେ। ଆହୁରି ମଧ୍ୟ ଏହି ସାଇଟ୍‌ରେ ଟପ୍‌ ଏମ୍ପ୍ଲୟର୍ସ, କଷ୍ଟମ ଜବ୍‌ ନୋଟିଫିକେଶନ୍‌ ସହିତ କ୍ୱିକ୍‌ ଆପ୍ଲାଏ ଭଳି ଅପ୍ସନ ବି ରହିଛି।
ସରକାରୀ ଚାକିରି: ଭଲ ଦରମା ସହ ଏକ ଦୀର୍ଘସ୍ଥାୟୀ ଜବ୍‌ କରିବାକୁ ସବୁ ଯୁବପିଢ଼ିଙ୍କ ମନରେ ଲକ୍ଷ୍ୟ ଥାଏ। ଆଉ ଏଥିପାଇଁ ସରକାରୀ ଚାକିରିଠୁ ଭଲ ବିକଳ୍ପ ଆଉ କ’ଣ ବା ହୋଇପାରେ! ତେବେ ଏଭଳି ଚାକିରିର ନୋଟିସ୍‌ ଅବା ବିଜ୍ଞପ୍ତି କେବେ, କେଉଁଠି ପ୍ରକାଶ ପାଏ ସେ ସମ୍ପର୍କରେ ଯଥା ସମୟରେ ଜାଣି ନ ପାରିବା କାରଣରୁ ଅନେକେ ଏହି ଜବ୍‌ ପାଇବାରୁ ବଞ୍ଚତ୍ତ ହୁଅନ୍ତି। ତେଣୁ ସରକାରୀ ଚାକିରି ସମ୍ପର୍କରେ ସୂଚନା ପାଇବା ଲାଗି ଫ୍ରିଜବ୍‌ ଆଲର୍ଟ (www.freejobalert.com) ଓ୍ବେବ୍‌ସାଇଟ୍‌ ବେଶ୍‌ ଉପକାରରେ ଆସିପାରେ। ଏଠାରେ ସମସ୍ତ ପ୍ରକାରର ସରକାରୀ ତଥା ସାର୍ବଜନୀନ କ୍ଷେତ୍ରରେ ଚାକିରି ସମ୍ପର୍କରେ ସୂଚନା ଉପଲବ୍ଧ। ଏହା ବ୍ୟତୀତ ବିଭିନ୍ନ ପ୍ରମୁଖ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକ ସମ୍ବନ୍ଧିତ ନୋଟିଫିକେଶନ୍‌ ବି ଏହି ସାଇଟ୍‌ରେ ମିଳିଥାଏ। ଏହାକୁ ବ୍ୟବହାର କରିବା ଲାଗି ରେଜିଷ୍ଟ୍ରେଶନ୍‌ର ଆବଶ୍ୟକତା ବି ନାହିଁ। ଏହା ବ୍ୟତୀତ ସରକାରୀ ରେଜଲ୍ଟ (www.sarkariresult.com), ଇଜି ଆପ୍ଲାଏ (www.easyapply.co.in), ଇଣ୍ଡିଆନ୍‌ ଗଭର୍ନମେଣ୍ଟ ଜବ୍‌ (www.indiangovtjobs.in) ଭଳି ଓ୍ବେବ୍‌ସାଇଟ୍‌ ମଧ୍ୟ ବେଶ୍‌ କାମରେ ଆସିଥାଏ।
ନନ୍‌ ପ୍ରଫିଟ୍‌ ଅର୍ଗାନାଇଜେଶନ୍‌ ଜବ୍‌: କେବଳ ସରକାରୀ ସଂସ୍ଥା କିମ୍ବା କମ୍ପାନୀଗୁଡ଼ିକରେ ନୁହେଁ, ବର୍ତ୍ତମାନ ନନ୍‌ପ୍ରଫିଟ୍‌ ଅର୍ଗାନାଇଜେଶନ୍‌ଗୁଡ଼ିକରେ ମଧ୍ୟ ଚାକିରି ଅପ୍ସନ ଢେର୍‌। ହେଲେ ଏ କ୍ଷେତ୍ରରେ କେଉଁଠି ଭ୍ୟାକେନ୍ସି ଅଛି ଜାଣିବା ସହଜ ହେଉ ନ ଥିବାରୁ ଅନେକେ ଆଶାୟୀ ଭଲ ଜବ୍‌ ପାଇବାରୁ ବଞ୍ଚତ୍ତ ହୁଅନ୍ତି। ହେଲେ ଏ କ୍ଷେତ୍ରରେ ବିଭିନ୍ନ ଜବ୍‌ ସମ୍ପର୍କରେ ଜାଣିବା ଲାଗି ଆଇଡିଆଲିଷ୍ଟ.ଓଆର୍‌ଜି (idealist.org) ସବୁଠୁ ଭଲ ବିକଳ୍ପ। ଏହି ଓ୍ବେବ୍‌ସାଇଟ୍‌ରୁ ଆପଣ ବିଭିନ୍ନ ଅର୍ଗାନାଇଜେଶନ୍‌ରେ ନିଜ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ଏବଂ ଆବଶ୍ୟକତା ଅନୁଯାୟୀ ପାର୍ଟଟାଇମ୍‌, ଫୁଲଟାଇମ୍‌ ଜବ୍‌ ଖୋଜି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri