‘ଏକାକୀ ଲଢ଼ିଲେ ସରକାର ଗଢ଼ିବା ଭଳି ଲଢ଼ିବୁ’

ଭୁବନେଶ୍ୱର,୨୧ା୩(ଅନିଲ ଦାସ): ରାଜ୍ୟରେ ସମ୍ଭାବ୍ୟ ବିଜେଡି-ଭାଜପା ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଜାରିରହିଛି। ଉଭୟ ଦଳ ଏ ନେଇ ସ୍ପଷ୍ଟ କରୁ ନ ଥିଲେ ମଧ୍ୟ ଆଗାମୀ ଦିନରେ ମେଣ୍ଟ ହେବାକୁ ଯାଉଥିବା କିଛିମାତ୍ରାରେ ସ୍ପଷ୍ଟ ହେବାରେ ଲାଗିଛି । ବିଜେଡିର ବରିଷ୍ଠ ନେତା ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମେଣ୍ଟ ସମ୍ପର୍କରେ ପରୋକ୍ଷ ସୂଚନା ଦେଇଥିବାବେଳେ ଭାଜପାର ବରିଷ୍ଠ ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇନାହାନ୍ତି।

ନୂଆଦିଲ୍ଲୀଠାରେ ବୁଧବାର ଏକ ଜାତୀୟ ଗଣମାଧ୍ୟମ କନ୍‌କ୍ଲେଭରେ ଯୋଗ ଦେଇ ଶାହା କହିଛନ୍ତି ଯେ ଓଡ଼ିଶାରେ ଏକାଠି ଲଢ଼ିବୁ କିମ୍ବା ଏକା ଲଢ଼ିବୁ ତାହା ସ୍ଥିର ହୋଇନି। ମାତ୍ର ଏକାକୀ ଲଢ଼ିଲେ ରାଜ୍ୟରେ ସରକାର ଗଢ଼ିବା ପାଇଁ ହିଁ ଲଢ଼ିବୁ। ଓଡ଼ିଶାରେ ମେଣ୍ଟ ହେବ କି ନାହିଁ ସେ ନେଇ କିଛି ଚୂଡ଼ାନ୍ତ ହୋଇନି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏ ନେଇ ନିଷ୍ପତ୍ତି ନେବେ। ତେବେ ଏହା ନିଶ୍ଚିତ ଯେ ଓଡ଼ିଶାରେ ଆମର ସ୍ଥିତି ଅଧିକ ସୁଦୃଢ଼ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଓଡ଼ିଶା ଲୋକଙ୍କ ଭଲପାଇବା ଅଛି। ଦଳର କର୍ମକର୍ତ୍ତା ଉତ୍ସାହ, ବିନମ୍ରତାର ସହ ଏହାକୁ ସ୍ବୀକାର କରୁଛନ୍ତି ଓ ଅନୁଭବ ମଧ୍ୟ କରୁଛନ୍ତି। ତେଣୁ ଉଭୟ ବିଧାନସଭା ଓ ଲୋକ ସଭା ନିର୍ବାଚନ ଫଳାଫଳ ବହୁତ ଭଲ ହେବ। ନିର୍ବାଚନୀ ପଣ୍ଡିତମାନଙ୍କ ଗଣନାଠୁ ବହୁ ଅଧିକ ସିଟ୍‌ ପାଇବୁ।

ତେବେ ବିଜେଡି ସହ ମେଣ୍ଟକୁ ନେଇ ଶାହା କହିଛନ୍ତି, କିଛି ବି ହୋଇପାରେ। ଆମେ ଏକାଠି ଲଢ଼ିବୁ କି ଏକାକୀ ଲଢ଼ିବୁ ତାହା ପ୍ରଥମେ ସ୍ଥିର ହୋଇଯାଉ। ଯଦି ମିଶିକି ଲଢ଼ିବୁ, ବିଜୁବାବୁ ନେତା। ସ୍ବାଭାବିକ ଭାବେ ଆମେ ସହଯୋଗୀ ଭଳି ଲଢ଼ିବୁ। ଯଦି ଏକାକୀ ଲଢିବୁ ତା’ହେଲେ ସରକାର ଗଠନ କରିବାକୁ ହିଁ ଲଢ଼ିବୁ। ମେଣ୍ଟ ସର୍ବଦା ଆବଶ୍ୟକତା ଆଧାରରେ ହୁଏନି। ବହୁତ ଦଳ ଦେଶ ସ୍ବାର୍ଥରେ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇଥାନ୍ତି। ଧାରା-୩୭୦ ଉଚ୍ଛେଦ, ଜିଏସ୍‌ଟି ଓ ନିର୍ବାଚନ ବଣ୍ଡ ଆଦି ପ୍ରସଙ୍ଗରେ ବି ସମର୍ଥନ ମିଳିଛି। କଂଗ୍ରେସ ମଧ୍ୟ ନିର୍ବାଚନ ବଣ୍ଡ ଆଗତ ବେଳେ ବିରୋଧ କରି ନ ଥିଲା। ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ରାଷ୍ଟ୍ରୀୟ ହିତରେ ରାଜନୈତିକ ଦଳଗୁଡ଼ିକ ସରକାରଙ୍କୁ ସମର୍ଥନ ଦେଇଥାନ୍ତି। ଏହା ହେଉଛି ଗଣତନ୍ତ୍ରର ସୌନ୍ଦର୍ଯ୍ୟ।

ଶାହାଙ୍କ ଏଭଳି ବୟାନ ମେଣ୍ଟ ଚର୍ଚ୍ଚାକୁ ଅଧିକ ରହସ୍ୟଘେରକୁ ଟାଣି ନେଇଛି। ସୂଚନାଯୋଗ୍ୟ ଯେ ମଙ୍ଗଳବାର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାଣ୍ଡିଆନ ମେଣ୍ଟ ସମ୍ପର୍କରେ ମତ ରଖି କହିଥିଲେ ଯେ ରାଜ୍ୟରେ ସରକାର ଗଢ଼ିବା ପାଇଁ ବିଜେଡିକୁ ଭାଜପାର ସହାୟତା ଆବଶ୍ୟକତା ନାହିଁ କିମ୍ବା କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ଭାଜପାକୁ ବିଜେଡିର ଆବଶ୍ୟକତା ନାହିଁ। ମେଣ୍ଟ ହେବ କି ନ ହେବ ତାହା ସ୍ପଷ୍ଟ କରି ନ ଥିଲେ ମଧ୍ୟ ବୃହତ୍ତର ସ୍ବାର୍ଥ ଉଦ୍ଦେଶ୍ୟରେ ଦେଶର ଦୁଇ ମହାନ୍‌ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଠି ହେବାକୁ ଚାହାନ୍ତି, ଯାହାକି ରାଜନୀତିଠାରୁ ଊର୍ଦ୍ଧ୍ୱରେ ଏବଂ ଏହା ହଁି ରାଷ୍ଟ୍ରନୀତି ବୋଲି ସେ କହିଛନ୍ତି ା ମେଣ୍ଟକୁ ନେଇ ଯାହା ହେବ ତାହା ସମସ୍ତେ ଜାଣିବା ବୋଲି ପାଣ୍ଡିଆନ କହିଛନ୍ତି।

ବିଜେଡି ଓ ଭାଜପା ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ଯୋଗୁ ଗତ ପ୍ରାୟ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟରେ ରାଜନୈତିକ ଅଚଳାବସ୍ଥା ଲାଗି ରହିଛି। ଲୋକ ସଭା ଓ ରାଜ୍ୟ ସଭା ନିର୍ବାଚନ ଘୋଷଣା ପରେ ମଧ୍ୟ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁନାହିଁ। ସମ୍ଭାବ୍ୟ ମେଣ୍ଟକୁ ନେଇ ଦୁଇ ଦଳର ନେତା ଓ କର୍ମୀମାନେ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri