‘ଏବେଠାରୁ ସଚେତନ ନ ରହିଲେ ଭବିଷ୍ୟତ ପିଢ଼ି ପାଇଁ ସ୍ଥିତି ହେବ ଭୟଙ୍କର’

ମହାକାଳପଡ଼ା,୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବେଣାକନ୍ଧାସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ଇକୋ କ୍ଲବ୍‌ ଜାତୀୟ ସବୁଜ ବାହିନୀ ପକ୍ଷରୁ ୫୪ ତମ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଉତ୍କଳ କେଶରୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ନିରଞ୍ଜନ ପରିଡ଼ା, ମୋନାଲିସା ଦାସ, ଅବସରପ୍ରାପ୍ତ ଶିକ୍ଷକ ଶୁଭ୍ରାଂଶୁ ଶେଖର ଗିରି, ଚନ୍ଦନ କୁମାର ମାନ୍ନା, ରାଜ କିଶୋର ଭୂୟାଁ, ପୂର୍ବତନ ସରପଞ୍ଚ ମନୋଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଏହି ସମୁଦ୍ର କୂଳ ଅଞ୍ଚଳରେ ବ୍ୟାପକ ଜଙ୍ଗଲ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଏ ଦିଗରେ ଏବେଠାରୁ ସଚେତନ ନ ରହିଲେ ଭବିଷ୍ୟତର ପିଢ଼ି ପାଇଁ ଭୟଙ୍କର ସ୍ଥିତି ହେବ ବୋଲି ଚିନ୍ତାବ୍ୟକ୍ତ କରାଯାଇଥିଲା। ଜଙ୍ଗଲ ବୃଦ୍ଧି ପାଉଛି ଏହା ଆମ ଅଞ୍ଚଳ ପାଇଁ ଶୁଭଙ୍କର। ପୂର୍ବ ଅପେକ୍ଷା ବହୁ ସଂଖ୍ୟାରେ ହେନ୍ତାଳ ଲୁଣା ଓ ଝାଉଁ ଜଙ୍ଗଲ ଦୁଇ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଉପସ୍ଥିତ ଅତିଥିମାନେ କହିିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଔଷଧୀୟ ଗଛ, ଫୁଲ ଫଳଚାରା ରୋପଣ କରାଯାଇଥିଲା।

Dharitri – Odisha’s No.1 Odia Daily

Share