Posted inଜାତୀୟ

ମାଗଣା ଯୋଜନା ପାଇଁ ଟଙ୍କା ଅଛି ହେଲେ ବିଚାରପତିଙ୍କ ଦରମା ପାଇଁ… ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ

ନୂଆଦିଲ୍ଲୀ,୭।୧: କେନ୍ଦ୍ର ସରକାରଙ୍କୁ କଡା ଛାଟ ଦେଇଛନ୍ତି ସୁପ୍ରିମକୋର୍ଟ। ଜିଲା କୋର୍ଟ ବିଚାରପତିଙ୍କ ଦରମା ଏବଂ ପେନଶନକୁ ନେଇ ସରକାରଙ୍କ ମନୋଭାବ ସୁପ୍ରିମକୋର୍ଟଙ୍କୁ ନିରାଶ କରଛି। ସମସ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ମାଗଣାରେ ବଣ୍ଟା ଯାଉଥିବା ଟଙ୍କା ଓ ମାଗଣା ଯୋଜନାକୁ ଦର୍ଶାଇ କୋର୍ଟ କହିଛନ୍ତି, ଯେଉଁମାନେ କିଛି କାମ କରୁ ନାହାନ୍ତି ସେମାନଙ୍କ ପାଇଁ ଟଙ୍କା ଅଛି। ଯେତେବେଳେ ବିଚାରପତିମାନଙ୍କ ଦରମା ଏବଂ ପେନଶନ ପ୍ରଶ୍ନ ଆସେ, ସେତେବେଳେ ଅପାଣ ଆର୍ଥିକ ସମସ୍ୟା ଦେଖାଦେଇଥାଏ।

ଅଲ ଇଣ୍ଡିଆ ଜଜ ଆସୋସିଏସନ ନାମକ ଏକ ସଂଗଠନ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟର ଜଷ୍ଟିସ ବି.ଆର ଗୋବାଇଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଭିନ୍ନ ଦଳ ଦେଇଥିବା ଘୋଷଣା ଉପରେ ଆଲୋକପାତ କରିଛନ୍ତିି। କୋର୍ଟ କହିଛନ୍ତି, ର୍ନିବାଚନ ଆସିବା ମାତ୍ରେ ଲାଡଲି ବେହନ ଭଳି ଯୋଜନା ଘୋଷଣା ଆରମ୍ଭ ହେବ, ଯେଉଁଠାରେ ହିତାଧିକାରୀଙ୍କୁ ପ୍ରତି ମାସରେ ଏକ ର୍ନିଦ୍ଦିଷ୍ଟ ରାଶି ଦିଆଯିବ। ପ୍ରତିମାସରେ ସେମାନଙ୍କୁ ୨୫୦୦ ଟଙ୍କା ଦେବାକୁ ପ୍ରତିଶୃତି ଦେଇଛନ୍ତି।

୨୦୧୫ ରେ ଦାଖଲ ହୋଇଥିବା ଏହି ଆବେଦନରେ ବିଚାରପତିଙ୍କ ସ୍ବଳ୍ପ ବେତନ ଏବଂ ଅବସର ପରେ ଉପଯୁକ୍ତ ପେନଶନ ନ ପାଇବା ବିଷୟରେ କୁହାଯାଇଛି। ସାରା ଦେଶରେ ଏ ବାବଦରେ କୌଣସି ନୀତି ନାହିଁ ବୋଲି ମଧ୍ୟ ସନ୍ଦର୍ଭ ଦିଆଯାଇଛି। ଏହି ମାମଲାରେ ସହାୟତା କରିବା ପାଇଁ ସୁପ୍ରିମକୋର୍ଟ ବରିଷ୍ଠ ଓକିଲ କେ ପରମେଶ୍ୱରଙ୍କୁ ଆମିକସ କ୍ୟୁରିଆ ଭାବରେ ନିଯୁକ୍ତ କରିଛନ୍ତି। ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ହାଜର ହୋଇଥିବା ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟାରାମଣି କହିଛନ୍ତି ଯେ ସରକାର ଦେଇଥିବା ଫ୍ରିବିଜ (ମାଗଣା ଯୋଜନା) ଏକ ସାମୟିକ ବ୍ୟବସ୍ଥା। ଦରମା ଏବଂ ପେନଶନ ବୃଦ୍ଧି ଏକ ସ୍ଥାୟୀ ଜିନିଷ । ରାଜସ୍ବ ଉପରେ ଏହାର ପ୍ରଭାବକୁ ବିଚାର କରିବା ଜରୁରୀ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri